ହାଉସ୍‌ ସର୍ଜନଙ୍କ ବଢ଼ିଲା ଷ୍ଟାଇପେଣ୍ଡ, ୩ ବର୍ଷ ପାଇଁ ଲାଗୁ

ଭୁବନେଶ୍ୱର,୩୦।୧: କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଶେଷରେ ମାନିଛି ସ୍ବାସ୍ଥ୍ୟ ବିଭାଗ। ସରକାରୀ ମେଡିକାଲରେ କାର୍ଯ୍ୟରତ ହାଉସ୍‌ ସର୍ଜନଙ୍କ ଷ୍ଟାଇପେଣ୍ଡକୁ ରାଜ୍ୟ ସରକାର ବୃଦ୍ଧି କରିଥିବା ନେଇ ଶନିବାର ସୂଚନା ମିଳିଛି। ସର୍ଜନମାନେ ମାସିକ ୨୦ହଜାର ଷ୍ଟାଇପେଣ୍ଡ ପାଉଥିବା ବେଳେ ଏବେ ଏହାକୁ ୨୮ ହଜାରକୁ ବୃଦ୍ଧି କରାଯାଇଛି। ୨୦୨୧ ଜାନୁୟାରୀ ୧ରୁ ୩ ବର୍ଷ ପାଇଁ ଏହା ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଡିଏମ୍‌ଇଟି ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଚିଠି ଲେଖି ଅବଗତ କରାଇଛନ୍ତି।