ଆଉ ୬ ଅଧିକାରୀଙ୍କୁ ବିଦା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟ ସରକାର ଆଉ ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। କଠୋର କାର୍ଯ୍ୟାନୁଷ୍ଠାନସ୍ବରୂପ ବିଦା ହୋଇଥିବା ଅଧିକାରୀଙ୍କ ମଧ୍ୟରେ ୩ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି।

ସୂଚନାନୁଯାୟୀ, ନିର୍ବାହୀ ଯନ୍ତ୍ରୀ ସରୋଜ ଦାସ, ଦୟାନିଧି ସାମଲ,କରୁଣାକର ଘଡ଼ାଇଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ପୋଲିସ ଇନ୍ସପେକ୍ଟର ରତ୍ନାକର ମଲ୍ଲିକ, ନୂଆପଡ଼ା ଏସିଏସ୍‌ଓ ରତ୍ନାକର ସେଠୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହିଭଳି ଅନୁଗୋଳର ପୂର୍ବତନ କଲ୍ୟାଣ ଅଧିକାରୀ ଚାରୁଲତା ମଲ୍ଲିକଙ୍କୁ ବି ଅବସର ଦିଆଯାଇଛି।