୭ ପ୍ରକଳ୍ପ ଲାଗି ଖର୍ଚ୍ଚ ହେବ ୩୨୦୫.୬୭ କୋଟି

ଭୁବନେଶ୍ୱର,୩ା୯(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଷ୍ଟେଟ ଲେବେଲ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି(ଏସ୍‌ଏଲ୍‌ଏସଡବ୍ଲ୍ୟୁସିଏ)ବୈଠକରେ ୭ ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଗୁଡ଼ିକର ମୋଟ ମୂଲ୍ୟ ୩୨୦୫.୬୭ କୋଟି ଟଙ୍କା। ଏହାଦ୍ୱାରା ୨୪୯୪ଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଡିଜିଟାଲ୍‌ ପ୍ଲାଟଫର୍ମରେ ଅନୁଷ୍ଠିତ ବୈଠକରେ ଶିଳ୍ପ ବିଭାଗ ମୁଖ୍ୟ ସଚିବ ହେମନ୍ତ ଶର୍ମା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ଢେଙ୍କାନାଳ ଜିଲା ନିମଧାସ୍ଥିତ ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ୍‌ର ସମ୍ପ୍ରସାରଣ ସମ୍ପର୍କିତ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ପାଇଁ ମୋଟ ୮୦୧.୮୯ କୋଟି ଟଙ୍କା ଖର୍ଚ୍ଚ ହେବାସହ ୧୨୧୫ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ଢେଙ୍କାନାଳ ଜିଏମ୍‌ ଆଇରନ୍‌ ଆଣ୍ଡ ଷ୍ଟିଲ୍‌ କମ୍ପାନୀ ଲିମିଟେଡ୍‌ର ସମ୍ପ୍ରସାରଣକୁ ଅନୁମୋଦନ ମିଳିଛି।