ଟ୍ରେନ୍‌ ଦୁର୍ଘଟଣା ଆହତଙ୍କୁ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର,୩।୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଭେଟିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍‌। ବାଲେଶ୍ୱର ସୋରର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ସ୍ବାସ୍ଥ୍ୟବସ୍ଥା ଉପରେ ପଚାରି ବୁଝିଛନ୍ତି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି।