ଭୁବନେଶ୍ବର, ୨୭।୧୦: IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ୮ ଜଣ IAS ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ନୂଆ ନିଯୁକ୍ତି ଓ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
କାହାକୁ କେଉଁ ଦାୟିତ୍ୱ-
ପୋମା ଟୁଡୁ: କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ନିଯୁକ୍ତ। ଏଥିସହ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇବେ ।
ସଂଗ୍ରାମ କେଶରୀ ମହାପାତ୍ର: ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ କମିଶନର (RDC) ଦାୟିତ୍ୱ ଗ୍ରହଣ କରିବେ । ଏଥିସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC)ର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇବେ ।
ଶୁଭମ ସାକ୍ସେନା: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।
ଡା. ଗାଭାଲି ପରାଗ ହର୍ଷଦ: ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM)ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ପାଇଛନ୍ତି।
ବିଜୟ ଅମୃତ କୁଲାଙ୍ଗେ: ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର (RDC) ଭାବେ ଦାୟିତ୍ୱ ତୁଲାଇବେ।
ଚକ୍ରବର୍ତ୍ତୀ ସିଂ ରାଠୋର: ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି।
ପ୍ରଣତି ଛୋଟରାୟ: ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ (MD) ଭାବେ ନିଯୁକ୍ତ ହୋଇଛନ୍ତି।
ସୁବ୍ର କୁମାର ପଣ୍ଡା: ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ।
ରାଜ୍ୟ ସରକାରଙ୍କ ଏହି ପ୍ରଶାସନିକ ଅଦଳବଦଳ ପରେ ବିଭିନ୍ନ ବିଭାଗର କାର୍ଯ୍ୟ ପରିଚାଳନାରେ ନୂଆ ଦାୟିତ୍ୱ ବଣ୍ଟନ ହୋଇଛି ।