IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ କରାଯାଇଛି।

ବରିଷ୍ଠ ଅଧିକାରୀ ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗକୁ ବଦଳି କରାଯାଇଛି। ଏଥିସହ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ (SJTA) ଦାୟିତ୍ୱରେ ମଧ୍ୟ ବଜାୟ ରହିବେ। ବର୍ତ୍ତମାନ ଉନ୍ନୟନ କମିଶନର ଭାବେ କାର୍ଯ୍ୟରତ ଦେଓ ରଞ୍ଜନଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଉଷା ପାଢ଼ୀଙ୍କୁ ଇଡ୍‌କୋ (IDCO) ଅଧ୍ୟକ୍ଷା ଭାବେ ଦାୟିତ୍ୱ ମିଳିଛି। ଏହା ସହିତ ସେ ନଗର ଉନ୍ନୟନ ବିଭାଗର ଦାୟିତ୍ୱରେ ମଧ୍ୟ ରହିବେ। ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ଏହା ବ୍ୟତୀତ ସେ ସାଧାରଣ ପ୍ରଶାସନ ବିଭାଗର କାର୍ଯ୍ୟ ମଧ୍ୟ ତୁଲାଇବେ।

ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ (OFDC) ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିବା ବେଳେ ତାଙ୍କୁ କେବିକେ (KBK) ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀର ଡିଜି ଭାବେ ଦାୟିତ୍ୱ ମିଳିଛି। ଏଥିସହିତ ସେ ଶ୍ରମ ଏବଂ ବିଜ୍ଞାନ ଓ କାରିଗରୀ ବିଭାଗର ଦାୟିତ୍ୱ ମଧ୍ୟ ସମ୍ଭାଳିବେ।

ସେହିପରି ଶୁଭା ଶର୍ମାଙ୍କୁ ଜଳସମ୍ପଦ ବିଭାଗର ନୂଆ ପ୍ରମୁଖ ସଚିବ, ଏନବିଏସ୍‌ ରାଜପୁତଙ୍କୁ ପରିବହନ ପ୍ରମୁଖ ସଚିବ ସହ OSRTC ଦାୟିତ୍ୱ, ଗିରିଶ ଏସଏନ୍‌ ଙ୍କୁ OMC ଅଧ୍ୟକ୍ଷ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସାଦୀକ୍‌ ଆଲମଙ୍କୁ CRUT ର ନୂଆ ଏମ୍‌ଡି, ମାନ୍‌ସୀ ନିମ୍ଭାଲଙ୍କୁ ମିଶନ ଶକ୍ତି ବିଭାଗ ସଚିବ, ସଚିନ ରାମଚନ୍ଦ୍ର ଯାଦବଙ୍କୁ କୃଷି ସଚିବ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ବଲୱନ୍ତ ସିଂହଙ୍କୁ ଓଡ଼ିଶା ହାଇୱେ ଅଥରିଟିର ଏମ୍‌ଡି ଏବଂ ପର୍ଯ୍ୟଟନ ବିଭାଗ ଦାୟିତ୍ୱ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା କରି ନଦୀପଠାରେ ଫିଙ୍ଗି ଦେଇଥିଲେ: ୭ ଦିନ ପରେ ବିହାରରୁ ଗିରଫ ହେଲେ ୩ ମୁଖ୍ୟ ଅଭିଯୁକ୍ତ

ରାୟଗଡ଼ା,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ାର ନିଖିଲ ହାଡ଼ପାଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ସହର ଅଶାନ୍ତ…

ଜମିବାଡ଼ି ବିବାଦରୁ ସାନଭାଇଙ୍କୁ ପିଟି ହତ୍ୟା: ବଡ଼ଭାଇ-ଭାଉଜଙ୍କ ସହ ବନ୍ଧା ହେଲେ ୪

ମହାକାଳପଡ଼ା,୧୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବାରଡ଼ାଙ୍ଗ ନାଉରୀ ସାହିରେ ଗୁରୁବାର ସାରେ ଏକ ପରିବାର ମଧ୍ୟରେ ଜମି ବାଡ଼ି ବିବାଦ ଓ ମାଟି…

ପୁଣି ଆଉ ଗୋଟିଏ ଦେଶ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଆମେରିକା: ISISର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ନିହତ

ଓ୍ବାଶିଂଟନ୍‌,୧୬।୫: ଇରାନ ପରେ ପୁଣି ଆଉ ଗୋଟିଏ ଦେଶ ଉପରେ ଆକ୍ରମଣ କରିଛି ଆମେରିକା। ନାଇଜେରିଆ ଉପରେ ଆମେରିକା ଏୟାରଷ୍ଟ୍ରାଇକ୍‌ କରିଥିବା ଜଣାପଡ଼ିଛି। ଅବଶ୍ୟ ଆମେରିକା ଏବଂ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

ପୋଲିସ ଡିଜି ଦୌଡ଼ରେ ୧୧ ବରିଷ୍ଠ ଆଇପିଏସ୍‌ ଅଧିକାରୀ, ଶର୍ଟଲିଷ୍ଟ ଦାଖଲ: ଜାଣନ୍ତୁ କିଏ କିଏ ଅଛନ୍ତି…

ଭୁବନେଶ୍ୱର,୧୬ା୫(ତ୍ରିନାଥ ମହାନ୍ତି):ଆସନ୍ତା ଅଗଷ୍ଟ ୩୧ରେ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଆଗୁଆ ନୂଆ ପୋଲିସ ଡିଜି ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି…

ମହଜୁଦ ଅଛି ତେଲ, ତଥାପି ପମ୍ପ ବନ୍ଦ, ଭିଡ଼: ଭୟର ବାତାବରଣ

ଭୁବନେଶ୍ୱର,୧୬ା୫(ସୁନିତ୍‌ ମିଶ୍ର):ରାଜ୍ୟରେ ପେଟ୍ରୋଲ, ଡିଜେଲକୁ ନେଇ ଦେଖାଦେଇଥିବା ସମସ୍ୟା ସମାଧାନ ହୋଇପାରି ନାହିଁ। ରାଜ୍ୟର ପ୍ରାୟ ସବୁ ପମ୍ପରେ ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କ ଲମ୍ବା ଧାଡ଼ି…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ଯାତ୍ରୀଙ୍କ ପକେଟ୍‌କୁ ଝଟ୍‌କା: ରାଜ୍ୟରେ ବଢ଼ିଲା ଘରୋଇ ବସ୍‌ ଭଡ଼ା, ଜାଣନ୍ତୁ କାହା ପାଇଁ କେତେ?

ଭୁବନେଶ୍ୱର,୧୫।୫: ରାଜ୍ୟରେ ଯାତ୍ରୀବାହୀ ଘରୋଇ ବସ ଭଡ଼ା ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri