ଭୁବନେଶ୍ୱର,୫।୬: ରାଜ୍ୟର ଚାଷୀମାନଙ୍କ ଠାରୁ ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମିଲରମାନଙ୍କ ଦୀର୍ଘଦିନର ଦାବିକୁ ବିଚାରକୁ ନେଇ ରାଜ୍ୟ ସରକାର ଚାଉଳ ମିଲିଂ ଖର୍ଚ୍ଚକୁ ସିଧାସଳଖ ୨ ଗୁଣ ବୃଦ୍ଧି କରିଛନ୍ତି।
ସରକାରଙ୍କ ଏହି ନୂତନ ନିଷ୍ପତ୍ତି ଅନୁଯାୟୀ, ଉଷୁନା ଚାଉଳର ମିଲିଂ ଖର୍ଚ୍ଚ କୁଇଣ୍ଟାଲ ପିଛା ପୂର୍ବରୁ ମିଳୁଥିବା ୨୦ ଟଙ୍କାରୁ ବୃଦ୍ଧି ପାଇ ଏବେ ୪୦ ଟଙ୍କା ହୋଇଛି। ସେହିଭଳି ଅରୁଆ ଚାଉଳର ମିଲିଂ ଖର୍ଚ୍ଚ କୁଇଣ୍ଟାଲ ପିଛା ପୂର୍ବରୁ ମିଳୁଥିବା ୧୦ ଟଙ୍କାରୁ ବୃଦ୍ଧି ପାଇ ଏବେ ୨୦ ଟଙ୍କା ହୋଇଛି।
ମିଲିଂ ଖର୍ଚ୍ଚ ବୃଦ୍ଧି ହେବା ଫଳରେ ମିଲରମାନେ ଉତ୍ସାହର ସହ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ। ଏହାଦ୍ୱାରା ଚାଷୀମାନେ ମଣ୍ଡିରେ କୌଣସି ସମସ୍ୟାର ସମ୍ମୁଖୀନ ନହୋଇ ନିଜର ଧାନକୁ ସହଜରେ ଏବଂ ସୁରୁଖୁରୁରେ ବିକ୍ରି କରିପାରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି।
Dharitri – Odisha’s No.1 Odia Daily