ନୂଆ ସଂରକ୍ଷଣ ଲାଗୁ କଲେ ଓଡିଶା ସରକାର, ଏମାନଙ୍କୁ ମିଳିବ ସୁବିଧା

ଭୁବନେଶ୍ୱର,୧୪।୫: ଓଡ଼ିଶା ରାଜ୍ୟ କ୍ୟାବିନେଟ୍‌ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି I ଏହି ଆରକ୍ଷଣ ନୀତି ଅନୁସାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (SEBC) ର ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି ନୀତି ଚଳିତ ଶିକ୍ଷାବର୍ଷ ୨୦୨୫–୨୬ ରୁ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଚଳନ କରାଯିବ।

ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚମାଧ୍ଯମିକ (+୨), ଶିକ୍ଷକ ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ର କ୍ରମ ଏବଂ ବଂ କ୍ରୀ କ୍ରୀଡା ଓ ଯୁବସେବା ବିଭାଗର ବି.ପି.ଏଡ୍/ଏମ.ପି.ଏଡ୍ ପାଠ୍ୟକ୍ରମରେ ଲାଗୁ କରାଯିବ ।

ଏହା ସହିତ ଏହି ଅନୁଷ୍ଠାନ ମାନଙ୍କରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୨୨.୫%, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୧୬.୨୫%, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଛାତ୍ରୀ ମାନଙ୍କ ଲାଗି ୫% ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧% ଆସନ ସଂରକ୍ଷ ସଂରକ୍ଷଣ ସମାନ ରୂପେ ପ୍ରଚଳନ କରାଯିବ।

ଜାତୀୟ ଶିକ୍ଷା ନୀତି (NEP) 2020 ର ଦୃଷ୍ଟିକୋଣ ସହ ସମନ୍ବୟ ରଖି, ଏହି ପଦକ୍ଷେପ ଅବହେଳିତ ଓ ପଛୁଆ ସମ୍ପ୍ରଦାୟମାନଙ୍କ ପାଇଁ ଶିକ୍ଷାର ଉପଲବ୍ଧତା ବଢ଼ାଇବା, ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ସମନ୍ବିତ କରିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି I ଏହା ମାଧ୍ୟମରେ ମୋଟ ନାମଲେଖା ଅନୁପାତ (GER) ବୃଦ୍ଧି ପାଇବ ଓ ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ଶିକ୍ଷାରେ ଅଂଶଗ୍ରହଣକୁ ଅଧିକ ସୁଦୃଢ଼ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ନିଦ ଉଡାଇଲା CJPର ୩ ଦାବି: ମୃତ NEET ପରୀକ୍ଷାର୍ଥୀଙ୍କ ପରିବାରକୁ ମିଳୁ…

ନୂଆଦିଲ୍ଲୀ, ୨୦।୭:‘କକରୋଚ ଜନତା ପାର୍ଟି’ର ପ୍ରଦର୍ଶନ ମଧ୍ୟରେ ସୋମବାର ସିଜେପିର ପ୍ରତିନିଧି ଦଳ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପ୍ରାୟ ତିନି…

ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ ଉଦ୍ଧାର, କୁକୁର ପଲ ଦେଲେ ସୁରକ୍ଷା

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନ ୪ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

ଆନ୍ଦୋଳନକୁ ନେଇ ମୋଦି ସରକାରଙ୍କ ପ୍ରଥମ ପ୍ରତିକ୍ରିୟା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗରେ କହିଲେ…ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୦।୭: ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାର ବିରୋଧରେ ‘କକରୋଚ ଜନତା ପାର୍ଟି’ (CJP)ର ସଂସଦ ମାର୍ଚ୍ଚ ବେଳେ ସୋମବାର ପୋଲିସ ହଜାର ହଜାର ସଂଖ୍ୟାରେ ଜମା ହୋଇଥିବା…

କାଠ କାମ ବେଳେ ମିସ୍ତ୍ରୀଙ୍କୁ ଲାଗିଲା କରେଣ୍ଟ, ଛିଟିକି….

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଆଦିକନ୍ଦପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ନାରାୟଣ ଗୈାଡଙ୍କ ଘରେ କାଠ…

ସାର ସଙ୍କଟ ଦୂର ପାଇଁ ସରକାର ନେଲେ ବଡ଼ ପଦକ୍ଷେପ, ଏଣିକି ୟୁରିଆ…

ଭୁବନେଶ୍ୱର,୨୦।୭: ରାଜ୍ୟରେ ସାର ସଂକଟ ଦୂର କରବା ପାଇଁ ରାଜ୍ୟ ସରକାର ସୋମବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ…

ଅଧିକାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ: ବଦଳି ଆଦେଶ ନ ମାନିଲେ କାଲିଠୁ ଦରମା ବନ୍ଦ

ଭୁବନେଶ୍ୱର,୨୦।୭: ବଦଳି ଆଦେଶ ମାନୁ ନ ଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡ଼ା ଆଭିମୁଖ୍ୟ ଦେଖାଇଛି। ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନ ଦେଲେ…

ବନ୍ଧୁକ ଦେଖାଇ ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କୁ ଧମକ ଦେଲେ ଦୁର୍ବୃତ୍ତ, କହିଲେ ଜୀବନରୁ…

ବଲାଙ୍ଗୀର,୨୦ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ବନମାଳ ଗାଁରେ ମୁଖ୍ୟମନ୍ତ୍ରୀ ବସ୍ କର୍ମଚାରୀଙ୍କୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଗାଁ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri