୧୯ଟି ଶିଳ୍ପକୁ ମଞ୍ଜୁରୀ କଲେ ରାଜ୍ୟ ସରକାର, ସୃଷ୍ଟି ହେବ ୮,୨୦୦ରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୨୦ା୮: ଶିଳ୍ପ ବିକାଶକୁ ଗୁରୁତ୍ୱ ଦେଇ ମୋଟ ୪,୫୧୫ କୋଟି ଟଙ୍କାର ୧୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ଓଡ଼ିଶା ସରକାର। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୯ତମ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କମିଟି (SLSWCA) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲାରେ ୮,୨୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ।

ସୌରଶକ୍ତି ଓ ସବୁଜ ହାଇଡ୍ରୋଜେନ୍:
ଇନକ୍ସ ସୋଲାର ଲିମିଟେଡ୍ ଢେଙ୍କାନାଳରେ ୨୮୩ କୋଟି ଟଙ୍କାରେ ୫ ଜିଡବ୍ଲ୍ୟୁଏଚ୍ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ (BESS) ପ୍ଲାଣ୍ଟ ସ୍ଥାପନ କରିବ, ଯାହା ୫୧ଟି ନିଯୁକ୍ତି ସୃଷ୍ଟି କରିବ।
ଜିନ୍ଦଲ ଷ୍ଟେନ୍‌ଲେସ୍ ଲିମିଟେଡ୍ ଯାଜପୁରରେ ୯୦ କୋଟି ଟଙ୍କାରେ ୧,୫୦୦ Nm³/hr ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କାରଖାନା ସ୍ଥାପନ କରିବ, ଯାହା ୮୯ଟି ନିଯୁକ୍ତି ଦେବ।
ଗଞ୍ଜାମରେ ରାୟପୁରର ଏକ କମ୍ପାନୀ ୭୫୦ କୋଟି ଟଙ୍କାରେ ୨ ଜିଡବ୍ଲ୍ୟୁ ସୌର ସେଲ୍ ଉତ୍ପାଦନ କାରଖାନା ସ୍ଥାପନ କରିବ, ଯାହା ୫୧୫ଟି ନିଯୁକ୍ତି ସୃଷ୍ଟି କରିବ।

ବର୍ଜ୍ୟ ପରିଚାଳନା:
ଗ୍ରାଭିଟା ଇଣ୍ଡିଆ ଲିମିଟେଡ୍ ଅନୁଗୁଳରେ ୩୫୦ କୋଟି ଟଙ୍କାରେ ରିଫାଇନ୍ଡ ଲେଡ୍, ଆଲଏ ଓ ପିପି ଗ୍ରାନ୍ୟୁଲ୍ ରିସାଇକ୍ଲିଂ କାରଖାନା ସ୍ଥାପନ କରିବ, ଯାହା ୨୭୦ଟି ନିଯୁକ୍ତି ଦେବ।

ଔଷଧ ଶିଳ୍ପ:
ଷ୍ଟାରକ୍ୟାପ୍ସ ଗ୍ଲୋବାଲ ଏଲଏଲପି ଖୋର୍ଦ୍ଧାରେ ୮୦ କୋଟି ଟଙ୍କାରେ ଔଷଧ ଉତ୍ପାଦନ କାରଖାନା ସ୍ଥାପନ କରିବ, ଯାହା ୧୪୫ଟି ନିଯୁକ୍ତି ସୃଷ୍ଟି କରିବ।

ପର୍ଯ୍ୟଟନ ଓ ଆତିଥ୍ୟ:
ପଦ୍ମା ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡ୍ ଜଗତସିଂହପୁରରେ ୫୯.୯୧ କୋଟି ଟଙ୍କାରେ ତିନି ତାରକା ହୋଟେଲ ସ୍ଥାପନ କରିବ, ଯାହା ୧୮୧ଟି ନିଯୁକ୍ତି ଦେବ।
ଏସଏନଏମ ହୋଟେଲସ୍ ଆଣ୍ଡ ରିସର୍ଟସ୍ ପ୍ରାଇଭେଟ ଲିମିଟେଡ୍ ଜଗତସିଂହପୁରରେ ୯୨.୩୨ କୋଟି ଟଙ୍କାରେ ଚାରି ତାରକା ହୋଟେଲ ଓ ରିସର୍ଟ ସ୍ଥାପନ କରିବ, ୧୭୩ଟି ନିଯୁକ୍ତି ସୃଷ୍ଟି କରିବ।
ଓରିସା ଷ୍ଟେଭେଡୋର୍ସ ଲିମିଟେଡ୍ ପାରାଦୀପରେ ୨୧୧ କୋଟି ଟଙ୍କାରେ ପାଞ୍ଚ ତାରକା ହୋଟେଲ ସ୍ଥାପନ କରିବ, ୩୫୦ଟି ନିଯୁକ୍ତି ଦେବ।

ଜୈବ ଇନ୍ଧନ:
ଭାଇବ୍ରାଣ୍ଟ ସ୍ପିରିଟସ୍ ପ୍ରାଇଭେଟ ଲିମିଟେଡ୍ ସୁନ୍ଦରଗଡ଼ରେ ୫୦ କୋଟି ଟଙ୍କାରେ ୪,୦୦୦ ଏମଟିପିଏ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରିବ, ୭୨୫ଟି ନିଯୁକ୍ତି ସୃଷ୍ଟି କରିବ।

ଷ୍ଟିଲ ଓ ଡାଉନଷ୍ଟ୍ରିମ:
ବେଟାବିଲ୍ଡସ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ ଲିମିଟେଡ୍ ସୁନ୍ଦରଗଡ଼ରେ ୧୩୧.୫୫ କୋଟି ଟଙ୍କାରେ ଇଆରଡବ୍ଲ୍ୟୁ ପାଇପ୍, ପିଇବି ଉତ୍ପାଦନ ଓ ଏଚଆର କଏଲ ସ୍ଲିଟିଂ ପାଇଁ ଷ୍ଟିଲ ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରିବ, ୪୦୦ଟି ନିଯୁକ୍ତି ଦେବ।
କୋଣାର୍କ ଇସ୍ପାତ ଲିମିଟେଡ୍ ଝାରସୁଗୁଡ଼ାରେ ୯୯୦ କୋଟି ଟଙ୍କାରେ ୦.୩୫ ଏମଟିପିଏ ରୋଲିଂ ମିଲ, ୦.୬ ଏମଟିପିଏ ପେଲେଟ ପ୍ଲାଣ୍ଟ, ୭୦ ମେଗାୱାଟ କ୍ୟାପଟିଭ ପାୱାର ପ୍ଲାଣ୍ଟ, ୦.୫୪ ଏମଟିପିଏ ଡିଆରଆଇ ପ୍ଲାଣ୍ଟ ଓ ୦.୫୦ ଏମଟିପିଏ ବିଲେଟ ପ୍ଲାଣ୍ଟ ସ୍ଥାପନ କରିବ, ୨,୦୦୦ ନିଯୁକ୍ତି ସୃଷ୍ଟି କରିବ।

ଭିତ୍ତିଭୂମି ଓ ଲଜିଷ୍ଟିକ୍ସ:
ଶ୍ରୀ ଜଗନ୍ନାଥ କ୍ୟାରିଅର୍ସ ପ୍ରାଇଭେଟ ଲିମିଟେଡ୍ ଅନୁଗୁଳରେ ୧୧୧.୯୦ କୋଟି ଟଙ୍କାରେ ଲଜିଷ୍ଟିକ୍ସ ପାର୍କ ଓ ଗୋଦାମ ସୁବିଧା ସ୍ଥାପନ କରିବ, ୩୦୦ଟି ନିଯୁକ୍ତି ଦେବ।
ସାପିଏଣ୍ଟ ରିସୋର୍ସେସ ପ୍ରାଇଭେଟ ଲିମିଟେଡ୍ ଅନୁଗୁଳରେ ୭୦ କୋଟି ଟଙ୍କାରେ ୨X୩ ଏମଟିପିଏ କୋଇଲା ୱାଶେରୀ ସ୍ଥାପନ କରିବ, ୩୦୦ଟି ନିଯୁକ୍ତି ସୃଷ୍ଟି କରିବ।

ବୈଦ୍ୟୁତିକ ଯାନ (ଇଭି):
ସନକା ଅଟୋ କର୍ପ ଲିମିଟେଡ୍ ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କାରେ ୧୦,୦୦୦ ୟୁନିଟ ବାର୍ଷିକ କ୍ଷମତା ସହ ଇଭି ଉତ୍ପାଦନ କାରଖାନା ସ୍ଥାପନ କରିବ, ୧୪୫ଟି ନିଯୁକ୍ତି ଦେବ।

ଡିଜିଟାଲ ଓ ଆଇଟି ଭିତ୍ତିଭୂମି:
ଶ୍ରୀଟେକ ଡାଟା ଲିମିଟେଡ୍ ଖୋର୍ଦ୍ଧାରେ ୫୦୧ କୋଟି ଟଙ୍କାରେ ହାଇପରସ୍କେଲ ଡାଟା ସେଣ୍ଟର ସ୍ଥାପନ କରିବ, ୪୫୦ଟି ନିଯୁକ୍ତି ସୃଷ୍ଟି କରିବ।
ୱେଷ୍ଟ ଏଜ୍ ଡାଟା ସେଣ୍ଟର୍ସ ପ୍ରାଇଭେଟ ଲିମିଟେଡ୍ ଖୋର୍ଦ୍ଧାରେ ୫୦.୫୦ କୋଟି ଟଙ୍କାରେ ଡାଟା ସେଣ୍ଟର ଓ ସାଟେଲାଇଟ ଇଣ୍ଟରନେଟ ସେବା ସ୍ଥାପନ କରିବ, ୧୯୦ଟି ନିଯୁକ୍ତି ଦେବ।

ଖାଦ୍ୟ ଓ ପାନୀୟ:
ଏଲିକ୍ସିର ଅଫ ଇଷ୍ଟ – ଦି ଆର୍ଟିସାନ ଡିଷ୍ଟିଲେରୀ ଏଲଏଲପି ଖୋର୍ଦ୍ଧାରେ ୯୩.୬୫ କୋଟି ଟଙ୍କାରେ ସ୍ପିରିଟ ଉତ୍ପାଦନ କାରଖାନା ସ୍ଥାପନ କରିବ, ୧୧୦ଟି ନିଯୁକ୍ତି ଦେବ।
ଆସୋସିଏଟେଡ ଆଲକୋହଲସ୍ ଆଣ୍ଡ ବ୍ରୁଅରୀଜ ଲିମିଟେଡ୍ ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କାରେ ୨୦୦ କେଏଲପିଡି ଶସ୍ୟ-ଆଧାରିତ ଡିଷ୍ଟିଲେରୀ ଓ ଆଇଏମଏଫଏଲ ବୋତଲ ଉତ୍ପାଦନ କାରଖାନା ସ୍ଥାପନ କରିବ, ୧,୮୧୨ଟି ନିଯୁକ୍ତି ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri