ଗଞ୍ଜାମରେ ପୁଣି ଚାଞ୍ଚଲ୍ୟ: ଗେଷ୍ଟ ହାଉସ୍‌କୁ ପ୍ରେମିକାଙ୍କୁ ଆଣିି ଛୁରୀ ଭୂଷି ହତ୍ୟା, ଥାନାରେ ଆତ୍ମସମର୍ପଣ କରି…

ବ୍ରହ୍ମପୁର, ୧।୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାକୁ ଜାତୀୟସ୍ତରରେ ନିନ୍ଦା କରାଯାଉଛି। ନାବାଳିକା ବଳାତ୍କାର ଘଟଣା ଦିନକୁ ଦିନ ବଢୁଛି। ସେହି ଅନୁପାତରେ ଗତ ୪ ଦିନ ମଧ୍ୟରେ ୫ଗୋଟି ମୁଣ୍ଡ ଗଢ଼ି ସାରିଲାଣି। ଶନିବାର ଦିଗପହଣ୍ଡି, ରବିବାର ଛତ୍ରପୁର, ସୋମବାର ବେଗୁନିଆପଢା ଓ ମଙ୍ଗଳବାର ସକାଳେ ଛତ୍ରପୁର ଓ ସନ୍ଧ୍ୟାରେ ବ୍ରହ୍ମପୁରରେ ହତ୍ୟାକାଣ୍ଡ ଘଟିଛି। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ପୁଷ୍ପାଞ୍ଜଳି ଗେଷ୍ଟ ହାଉସରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଛି । ହତ୍ୟାକାରୀଜଣଙ୍କ ତାଙ୍କ ପ୍ରେମିକ ବୋଲି ଜଣାପଡ଼ିଛି। ସେ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଗୋଶାଣିନୁଆଗାଁ ଥାନାରେ ଆତ୍ମସମର୍ପଣ କରିଛନ୍ତି।

ଖବର ପାଇ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ଡା. ସର୍ଣା ବିବେକ ଏମ. ପହଞ୍ଚି ଘଟଣା ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ପୋଲିସ ତାଙ୍କୁ ପଚରାଉଚରା କରୁଛି। ପ୍ରେମୀ ଯୁଗଳ ବ୍ରହ୍ମପୁର ବାହାରୁ ଆସିଥିଲେ। ମଙ୍ଗଳବାର ସକାଳେ ସେମାନେ ଉକ୍ତ ହୋଟେଲରେ ରହିଥିଲେ। ପ୍ରେମିକାଙ୍କ ଅନ୍ୟତ୍ର ବିବାହ ସ୍ଥିର ହୋଇଥିବା ଜାଣିବା ପରେ ପ୍ରେମିକ ଜଣଙ୍କ ଯୋଜନାବଦ୍ଧ ଭାବେ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri