ଫୁଟସାଲ ଦଳର ଜର୍ସି ଉନ୍ମୋଚିତ

ଟିଟିଲାଗଡ଼,୨୨ା୮(ଡି.ଏନ.ଏ.): ମହାରାଷ୍ଟ୍ରର ନାସିକସ୍ଥିତ ଡିଭିଜିନାଲ ସ୍ପୋଟର୍‌ସ କମ୍ପ୍ଲେକ୍ସ ପରିସରରେ ଆସନ୍ତା ୨୬ରୁ ୨୯ ପର୍ଯ୍ୟନ୍ତ ଇନ୍‌ଡୋର ୟୁରୋପିଆନ ଗେମ୍‌ର ପଞ୍ଚମ ଫୁଟସାଲ ଜାତୀୟ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଓଡିଶାରୁ ୧୨ଜଣିଆ ଦଳ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ସୋମବାର ଟିଟିଲାଗଡ଼ ଓମଭେଲି ସ୍କୁଲ ପରିସରସ୍ଥ ସଭାଗୃହରେ ସ୍କୁଲ ପରିଚାଳିକା ବିଭା ଗୁପ୍ତା ଜର୍ସି ଉନ୍ମୋଚନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି। ଚାମ୍ପିୟନଶିପରେ ଓଡିଶା ଦଳରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଖେଳାଳିମାନେ ହେଲେ ଅମନ ବଗର୍ର୍ତ୍ତିି, ଅରମାନ ମିତ୍ତଲ, କୌଶିକ ଜାଲ, ଦେବତୋଷ ବଗର୍ତ୍ତି, ଖ୍ରୀଷ୍ଟ ଆଦା, ରୋହିତ ମୁଣ୍ଡା, ଭୂପେନ୍ଦୁ ରଣା, ଦେବାଶିଷ ମୁଣ୍ଡା, ସାହିଲ ସାହୁ, ସଞ୍ଚତ୍ତ ନାଗ, କିସମତ ବେହେରା ଓ ମହେଶ ଖରସେଲ। ଫୁଟସାଲ ଆସୋସିଏଶନ ଅଫ୍‌ ଓଡ଼ିଶା ସମ୍ପାଦକ ଡାନିଏଲ ବାରିକ, ଟିମ୍‌ ମ୍ୟାନେଜର ଦାମ କବାଟ ପ୍ରମୁଖ ଆସନ୍ତା ୨୪ ତାରିଖରେ ନାସିକ ଅଭିମୁଖେ ବାହାରିବେ। ଫୁଟସାଲ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଓମ ଭେଲି ପବ୍ଲିକ ସ୍କୁଲ ତରଫରୁ ଅଧ୍ୟକ୍ଷ ଏମ. ପି. ମିଶ୍ର, ନିର୍ଦ୍ଦେଶକ ବଦ୍ରିନାଥ ମିଶ୍ର, କ୍ରୀଡାବିତ ତଥା କରାଟେ ପ୍ରଶିକ୍ଷକ ସେନସୁଇ ସୁରେଶ ଜାଲ, କ୍ରୀଡା ପ୍ରଶିକ୍ଷକ ଡାନିଏଲ ବାରିକ, ବବଳୀ ବର୍ମନ, କରାଟେ ମାଷ୍ଟର ଶ୍ରଦ୍ଧାଞ୍ଜଳି ଜାଲ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିଦ୍ୟାଳୟ ମାନବ ସମ୍ବଳ ଅଧିକାରୀ ଶାଶ୍ୱତିକା ଯୋଶୀ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri