ଭାଜପା ଟିକେଟ ଆଶାରେ ୪ ଆଶାୟୀ

ଭଣ୍ଡାରିପୋଖରୀ, ୨୧।୩(ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୯ରୁ ଏହି ଆସନକୁ ବିଜେଡି ଅକ୍ତିଆର କରିଆସିଛି। ବିଜେଡିର ବରିଷ୍ଠ ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଏହି ଆସନରୁ କ୍ରମାଗତ ୩ ଥର ବିଧାୟକ ନିର୍ବାଚିତ ହୋଇଆସୁଛନ୍ତି। ନିକଟରେ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିବା ପରେ ଏବେ ପ୍ରଫୁଲ୍ଲଙ୍କୁ ଟିକେଟ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଇଡି ପ୍ରସଙ୍ଗକୁ ଆଳ କରାଯାଇ ଦଳ ଯଦି ତାଙ୍କୁ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କୁ ଟିକେଟ ଦେବାରୁ ବଞ୍ଚିତ କରେ, ତେବେ ପ୍ରଫୁଲ୍ଲଙ୍କ ବିକଳ୍ପ କିଏ ହେବେ ସେନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି।

ନିର୍ବାଚନ ବେଳେ ଏକ ବିବାଦୀୟ ସ୍ଥିତିରେ ପ୍ରଫୁଲ୍ଲଙ୍କୁ ଭଦ୍ରକରୁ ହଟାଯାଇ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢ଼ିବାକୁ ଦଳୀୟ ଟିକେଟ ମଞ୍ଜୁର କରାଯାଇଥିଲା। ଭଣ୍ଡାରିପୋଖରୀ ରାଜନୀତିରେ ପ୍ରଫୁଲ୍ଲ ସମ୍ପୂର୍ଣ୍ଣ ନୂଆ ହୋଇଥିଲେ ମଧ୍ୟ ନିଜର ରାଜନୈତିକ ଗୋଟିଚାଳନା ଯୋଗୁ ଉଭୟ କଂଗ୍ରେସ ଏବଂ ଭାଜପାକୁ ପଛରେ ପକାଇ ବିଧାୟକ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ପ୍ରଫୁଲ୍ଲ ବିଜୟୀ ହୋଇଥିଲେ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ତାଙ୍କୁ କଂଗ୍ରେସରୁ ଝଟ୍‌କା ଲାଗିଥିଲା। ଏହି ଆସନରେ ସେ ବିଜୟୀ ହୋଇଥିଲେ ମଧ୍ୟ ହାରଜିତ୍‌ ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ବ୍ୟବଧାନ ପ୍ରାୟ ୮ ହଜାରକୁ ହ୍ରାସ ପାଇଥିଲା।

ବ୍ଲକ୍‌ର ୨୩ ପଞ୍ଚାୟତ, ବନ୍ତ ବ୍ଲକର ୨୫ ପଞ୍ଚାୟତ ସମେତ ମୋଟ ୨୫୯ ବୁଥ୍‌କୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ। ଗତ ନିର୍ବାଚନରେ ପ୍ରଫୁଲ୍ଲଙ୍କୁ ସର୍ବାଧିକ ୭୦ ହଜାର ୧୮୦ ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରତିପକ୍ଷ କଂଗ୍ରେସକୁ ୬୧ ହଜାର ୩୨୧ ଏବଂ ଭାଜପାକୁ ୩୯ ହଜାର ୧୪୧ ଖଣ୍ଡ ଭୋଟ ମିଳିଥିଲା। ତଥାପି ଏହି ଆସନରେ ବିରୋଧୀଙ୍କୁ ଟକ୍କର ଦେବାକୁ ବିଜେଡିର ପ୍ରଫୁଲ୍ଲ ହିଁ ଏକମାତ୍ର ବିକଳ୍ପ ବୋଲି ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଉତ୍କଳ କେଶରୀ ମହାନ୍ତି ଓ ବଦ୍ରିନାରାୟଣ ରାଉତ କହିଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ଭାଜପାକୁ ୩୯ ହଜାର ୧୪୧ ଖଣ୍ଡ ଭୋଟ ମିଳିଥିଲା। ଯଦି ମେଣ୍ଟ ହୁଏ, ଏହି ଆସନଟି ଭାଜପା ହାତକୁ ଯିବା ସମ୍ଭାବନା ରହିଛି। ଆସନ ପାଇଁ ଭାଜପାର ୪ ଜଣ ଆଶାୟୀ ପ୍ରାର୍ଥୀ ଦାୈଡ଼ରେ ରହିଛନ୍ତି। ସେମାନେ ହେଲେ ନିର୍ବାଚନମଣ୍ଡଳୀ ନେତା ବଦ୍ରିନାରାୟଣ ଧଳ, ନାଟ୍ୟକାର ସୁଧାଂଶୁ ନାୟକ, ପ୍ରାକ୍ତନ ସାଧାରଣ ସମ୍ପାଦକ ପଞ୍ଚାନନ ରାଉତ ଓ ନାରୀନେତ୍ରୀ ତଥା ପ୍ରାକ୍ତନ ବ୍ଲକ୍‌ ଅଧ୍ୟକ୍ଷା ସଂଘମିତ୍ରା ପଣ୍ଡା। ବଦ୍ରିନାରାୟଣ ଭାଜପାରେ ଯୋଗଦାନ ପରେ ଦଳର ଭୋଟହାର ବୃଦ୍ଧି ପାଇ ୩୯ ହଜାର ୧୪୧ ଖଣ୍ଡରେ ପହଞ୍ଚତ୍ଛି। ସୁଧାଂଶୁ ବିଜେଡି ଛାଡ଼ି ଭାଜପାରେ ମିଶିବା ପରେ ମଧ୍ୟ ଦଳ ଆହୁରି ସୁଦୃଢ଼ ହୋଇଛି। ତାଙ୍କ ସହ ଥିବା ବୁଦ୍ଧିଜୀବୀ, କେତେ ଜଣ ଦଳୀୟ ଭୋଟର ମଧ୍ୟ ଭାଜପାରେ ମିଶିଛନ୍ତି । ଅନ୍ୟପକ୍ଷରେ ଯଦି ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ବିଜେଡି ହାତକୁ ଯାଏ, ତେବେ ଏଠାରୁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରାର୍ଥତ୍ତ୍ୱ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ନଚେତ୍‌ ଦଳ ଆଶାୟୀ ଥିବା ଅନ୍ୟ ୪ଜଣଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ବିବେଚନା କରିବ ବୋଲି ରାଜନୈତିକ ବିଶାରଦମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri