odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

୨ ଦିନ ତଳେ ପିକ୍‌ ଫ୍ଲଡ ଥିଲା, ହୀରାକୁଦ ବନ୍ଧ ବଡ଼ ବନ୍ୟାକୁ ରୋକିଲା। ହୀରାକୁଦରେ ଏବେ ୬୨୫ ଫୁଟ ପାଣି ଅଛି, ଉପରମୁଣ୍ଡରୁ ପାଣି କମିଛି। ହୀରାକୁଦର ଖୋଲାଥିବା ୨୨ଟି ଗେଟ ୨ ଦିନ ଯାଏଁ ବନ୍ଦ ହେବ ନାହିଁ ବୋଲି ଯନ୍ତ୍ରୀ ଅବଗତ କରିଛନ୍ତି।

ଏପରିକି ମୁଣ୍ଡଳୀରେ ବନ୍ୟା ସ୍ଥିତି ନ ଥିବା ବେଳେ ବୈତରଣୀ ସମେତ ଅନ୍ୟ ପ୍ରାୟ ନଦୀରେ ଜଳସ୍ତର କମୁଛି। ଛତିଶଗଡ଼ କଲମାର ଗେଟ୍‌ ଖୋଲିଛି। ହେଲେ ପାଣି କମୁଥିବା ସେ କହିଛନ୍ତି। ଏପରି କି ରେଙ୍ଗାଲିରେ ଗୋଟିଏ ଗେଟ୍‌ ଖୋଲା ଥିବା ବେଳେ ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ନ ଥିବା ଯନ୍ତ୍ରୀ କହିଛନ୍ତି।