ଭୁବନେଶ୍ୱର, ୨୬।୮(ତପନ ସ୍ବାଇଁ): ପ୍ରଥମଥରପାଇଁ ଏଏଫ୍ସି କପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶା ଏଫ୍ସି ସେପ୍ଟେମ୍ବର ୧୯ରେ କଳିଙ୍ଗ ଷ୍ଟାଡିୟମରୁ ଅଭିଯାନ ଆରମ୍ଭ କରିବ। ଏହାର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ମୋହନ ବାଗାନ ସୁପର ଜାଏଣ୍ଟ। ୨୦୨୨-୨୩ ସୁପର କପ୍ ବିଜୟୀ ହୋଇଥିବାରୁ ଓଡ଼ିଶା ଏଫ୍ସି ସିଧାସଳଖ ଗ୍ରୁପ ପର୍ଯ୍ୟାୟ ଖେଳିବାକୁ ଯୋଗ୍ୟତା ପାଇଛି। ଏଏଫ୍ସି କପ୍ ଗ୍ରୁପ୍ ପର୍ଯ୍ୟାୟର ଅଫିସିଆଲ ଡ୍ର’ ଉଠାଣ କାର୍ଯ୍ୟକ୍ରମ ଶୁକ୍ରବାର କୁଆଲାଲମ୍ପୁରରେ ଅନୁଷ୍ଠିତ ହୋଇଯାଇଛି। ସାଉଥ୍ ଜୋନ୍ର ଗ୍ରୁପ୍ ‘ଡି’ରେ ଓଡ଼ିଶା ଏଫ୍ସି ଭାରତର ଅନ୍ୟତମ କ୍ଲବ ମୋହନ ବାଗାନ ଜାଲଣ୍ଟ, ବାଂଲାଦେଶର ବସୁନ୍ଧରା କିଙ୍ଗ୍ସ ଏବଂ ମାଲଡିଭ୍ସର ମାଜିୟା ସ୍ପୋଟର୍ସ ଆଣ୍ଡ ରିକ୍ରିଏଶନ କ୍ଲବ ସହିତ ସ୍ଥାନ ପାଇଛି। ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଗୁଡ଼ିକ ହୋମ୍ ଆଣ୍ଡ ଆଓ୍ବେ ଭିତ୍ତିରେ ଅନୁଷ୍ଠିତ ହେବ। ଗ୍ରୁପ୍ର ବିଜେତା ଇଣ୍ଟର-ଜୋନ ପ୍ଲେ-ଅଫ୍ ସେମିଫାଇନାଲ୍ସକୁ ଯୋଗ୍ୟତା ଅର୍ଜନ କରିବ।
ଓଡ଼ିଶା ଏଫ୍ସି କାର୍ଯସୂଚୀ
ସେପ୍ଟେମ୍ବର ୧୯: ବନାମ ମୋହନ ବାଗାନ ସୁପର ଜାଏଣ୍ଟ, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର, ସମୟ: ସନ୍ଧ୍ୟା ୭ଟା ୩୦
ଅକ୍ଟୋବର ୨: ବନାମ ବସୁନ୍ଧରା କିଙ୍ଗ୍ସ, ସ୍ଥାନ: ବସୁନ୍ଧରା କିଙ୍ଗ୍ସ ଆରେନା, ଢାକା, ସମୟ: ଅପରାହ୍ନ ୫ଟା ୩୦
ଅକ୍ଟୋବର ୨୪: ବନାମ ମାଜିୟା ସ୍ପୋଟର୍ସ ଆଣ୍ଡ ରିକ୍ରିଏଶନ, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର, ସମୟ: ସନ୍ଧ୍ୟା ୭ଟା ୩୦
ନଭେମ୍ବର ୭: ବନାମ ମାଜିୟା ସ୍ପୋଟର୍ସ ଆଣ୍ଡ ରିକ୍ରିଏଶନ, ସ୍ଥାନ: ନ୍ୟାଶନାଲ ଫୁଟବଲ ଷ୍ଟାଡିୟମ, ମାଲେ, ସମୟ: ରାତି ୯ଟା ୩୦
ନଭେମ୍ବର ୨୭: ବନାମ ମୋହନ ବାଗାନ ସୁପର ଜାଏଣ୍ଟ, ସ୍ଥାନ: ସଲ୍ଟ ଲେକ୍ ଷ୍ଟାଡିୟମ, କୋଲକାତା, ସମୟ: ସନ୍ଧ୍ୟା ୭ଟା ୩୦
ଡିମ୍ବେର ୧୧: ବନାମ ବସୁନ୍ଧରା କିଙ୍ଗ୍ସ, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର, ସମୟ: ସନ୍ଧ୍ୟା ୭ଟା ୩୦।
ବିରାଟଙ୍କୁ ଭଲ ଲାଗିଲାନି ଦର୍ଶକଙ୍କ ଏପରି ବ୍ୟବହାର, ଧୋନୀଙ୍କ ସହ ମଧ୍ୟ ହୋଇଥିଲା
ଭଦୋଦରା,୧୧।୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତ ବିଜୟୀ ଇନିଂସ ଖେଳି ମଧ୍ୟ ଖୁସି ନାହାନ୍ତି ବିରାଟ କୋହଲି। ପଡ଼ିଆରେ ଦର୍ଶକଙ୍କ ଆଚରଣକୁ ନେଇ...
ବହୁତ ବିଳମ୍ବ ହେବା ପୂର୍ବରୁ ଆମେରିକା ସହିତ ଚୁକ୍ତି କରନ୍ତୁ.. ପୁଣି ଖୋଲା ଧମକ ଦେଲେ ଟ୍ରମ୍ପ
ଓ୍ବାଶିଂଟନ,୧୧।୧: ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନର କିଛି ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବାକୁ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ...
୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା
ଗଜପତି(ଗିରିଧାରୀ ପରିଛା)୧୧।୧: ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ନାମନଗଡ଼ ଗ୍ରାମରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ୯ ମାସ ହୋଇଥିବା...
ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ପ୍ରଥମ ଦିନିକିଆ ଜିତିଲା ଭାରତ
ଭଦୋଦରା,୧୧।୧: ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ...
IPLରୁ ମୁସ୍ତାଫିଜୁର ବାଦ୍, ବାଂଲାଦେଶର ଅମ୍ପାୟରଙ୍କୁ ଭାରତ ଆସିବାକୁ ମିଳିଲା ଅନୁମତି
ନୂଆଦିଲ୍ଲୀ,୧୧।୧: ଗତ କିଛି ଦିନ ହେବ BCCI ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। BCCI ନିର୍ଦ୍ଦେଶରେ KKR ଫ୍ରାଞ୍ଚାଇଜ୍ ଷ୍ଟାର୍...
କଟକରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା
କଟକ,୧୧ା୧(କାର୍ତ୍ତିକ ସାହୁ): ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ଭଳି ସଙ୍ଗୀନ ଅପରାଧିକ ଘଟଣା ବାଦାମବାଡ଼ି ଥାନା ଅଞ୍ଚଳରେ ଘଟିଛି। କାଠଯୋଡ଼ି ରିଂବନ୍ଧ ପାର୍ଶ୍ୱ...
କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ
କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ...
ଘର ସମ୍ମୁଖରୁ ପିକ୍ଅପ୍ ଗାଡ଼ି ଚୋରି
ବଡ଼ଗାଁ,୧୧ା୧(ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁର ଯୁବ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କ ଘର ସମ୍ମୁଖରୁ ତାଙ୍କ ପିକଅପ ଗାଡି ଓଡି ୨୬ ଏ ୧୪୭୫କୁ ୨...
Archives


