Posted inଖେଳ

ପେଦ୍ରୋଙ୍କ ଗୋଲ୍‌ରେ ଜିତିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୪ା୧୦, (ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଇଣ୍ଡିଆନ୍‌ ସୁପର୍‌ ଲିଗ (ଆଇଏସ୍‌ଏଲ) ମ୍ୟାଚରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଚମତ୍କାର ବିଜୟ ହାସଲ କରିଛି। ପ୍ରଥମାର୍ଦ୍ଧରେ ୦-୧ରେ ପଛୁଆ ରହିବା ସତ୍ତ୍ବେ ୮୬ ତମ ମିନିଟରେ ପେଦ୍ରୋ ଜୋସ୍‌ ମାରିନ୍‌ଙ୍କ ଗୋଲ୍‌ ବଳରେ ଓଡ଼ିଶା ଦଳ ଚଳିତ ସିଜନରେ ଦ୍ୱିତୀୟ ବିଜୟ ହାସଲ କରିଛି। ଦୀର୍ଘ ୩ ସିଜନ ପରେ ଘରୋଇ ଦର୍ଶକଙ୍କ ଆଗରେ ଖେଳୁଥିବା ଓଏଫ୍‌ସି କେରଳ ବ୍ଲାଷ୍ଟର୍ସକୁ ୨-୧ରେ ପରାସ୍ତ କରିଛି। ଜେରି ମାହ୍ବିମିଙ୍ଗଥାଙ୍ଗା (୫୪) ଓ ପେଦ୍ରୋ ଜୋସ୍‌ ମାରିନ(୮୬) ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଓଏଫ୍‌ସି ବେଶ୍‌ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ବିଶେଷ କରି ଷ୍ଟ୍ରାଇକର ମାହ୍ବିମିଙ୍ଗଥାଙ୍ଗା କେରଳ ବ୍ଲାଷ୍ଟର୍ସ ଗୋଲ ପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲେ। ତେବେ କେରଳ ବ୍ଲାଷ୍ଟର୍ସ ମଧ୍ୟ ଏହାର ଜବାବ ଦେଇଥିଲା। ୩୫ ତମ ମିନିଟରେ ବ୍ଲାଷ୍ଟର୍ସ ପକ୍ଷରୁ ହରମନଜୋତ୍‌ ସିଂ ଖାବ୍ରା ପ୍ରଥମ ଗୋଲ ସ୍କୋର କରିଥିଲେ। ଗୋଲ ଶୁଝାଇବାକୁ ଓଏଫ୍‌ସି ପକ୍ଷରୁ ଆପ୍ରାଣ ପ୍ରୟାସ କରାଯାଇଥିଲେ ହେଁ ପ୍ରଥମ ହାଫ୍‌ରେ ବ୍ଲାଷ୍ଟର୍ସ ୧-୦ରେ ଆଗୁଆ ରହିଥିଲା। ବ୍ରେକ୍‌ ପରେ ଓଡ଼ିଶା ଖେଳାଳିଙ୍କ ପକ୍ଷରୁ ଆକ୍ରମଣକୁ ଆହୁରି ଜୋରଦାର କରାଯାଇଥିଲା। ୫୪ ମିନିଟରେ ଜେରି ଓଡ଼ିଶା ପକ୍ଷରୁ ଗୋଲଟିକୁ ପରିଶୋଧ କରିଥିଲେ। ଓଏଫ୍‌ସିକୁ ମିଳିଥିବା କର୍ନରକୁ ଜେରି ଶଟ୍‌ ମାରିଥିବା ବେଳେ ପ୍ରଥମ ପ୍ରୟାସକୁ ନିଷ୍ଫଳ କରିଥିଲେ ଗୋଲକିପର ପ୍ରଭଶୁଖନ୍‌ ସିଂ ଗିଲ୍‌। ତେବେ ରିବାଉଣ୍ଡ ଶଟ୍‌କୁ ଗୋଲ ପୋଷ୍ଟକୁ ପଠାଇ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ ଜେରି। ୮୩ ତମ ମିନିଟରେ ଓଏଫ୍‌ସିର ରେନିୟର
ଫର୍ନାଣ୍ଡେସ୍‌ ଏକ ହେଡର କରିଥିଲେ ହେଁ ଏହା ବାରରେ ବାଜି ବାହାରକୁ ଚାଲିଯାଇଥିଲା। ୮୬ ତମ ମିନିଟରେ ସ୍ପେନ୍‌ ଖେଳାଳି ପେଡ୍ରୋ ଜୋସ୍‌ ମାରିନ୍‌ଙ୍କ ଏକ ଶକ୍ତିଶାଳୀ ଶଟ୍‌ ବ୍ଲାଷ୍ଟର୍ସ
ଗୋଲକିପରଙ୍କୁ ପରାସ୍ତ କରିଥିଲା। ‘ଡି’ ବାହାରୁ ଏକ ଶକ୍ତିଶାଳୀ ଶଟ୍‌ ଜରିଆରେ ଗୋଲ କରିବା ସହିତ ଓଏଫ୍‌ସିକୁ ଅଗ୍ରଣୀ ପ୍ରଦାନ କରିଥିଲେ। ୮୭ ତମ ମିନିଟରେ ବିପଜ୍ଜନକ ଖେଳ ପାଇଁ ଭିକ୍ଟର ମୋଙ୍ଗିଲଙ୍କୁ ୟେଲୋ କାର୍ଡ ପ୍ରଦାନ କରିଥିଲେ ରେଫରି। ସମାନ ସମୟରେ ଆଗୁଆ ରହିଥିବା ଓଡ଼ିଶା ରକ୍ଷଣାତ୍ମକ ଖେଳିଥିଲା। ଜେରିଙ୍କ ସ୍ଥାନରେ ଡିଫେଣ୍ଡର ଦେନେଚନ୍ଦ୍ରା ମେଟେଇଙ୍କୁ ସବ୍‌ଷ୍ଟିଚ୍ୟୁଟ କରାଯାଇଥିଲା। ମ୍ୟାଚର ୮୯ତମ ମିନିଟରେ ଗୋଲକିପର ଅମରିନ୍ଦର ସିଂ ଏକ ଚମତ୍କାର ସେଭ୍‌ କରିଥିଲେ। ମ୍ୟାଚର ଇଞ୍ଜୁରି ଟାଇମ୍‌ରେ ବ୍ଲାଷ୍ଟର୍ସକୁ ଏକ କର୍ନର ମିଳିଥିଲେ ହେଁ ଓଏଫ୍‌ସି ଡିଫେଣ୍ଡର ଏହାକୁ ସେଭ୍‌ କରିବାରେ ସମର୍ଥ ହୋଇଥିଲେ। ଏହା ସହିତ ଓଏଫ୍‌ସି ଏହି ମ୍ୟାଚ ଜିତିବାରେ ସମର୍ଥ ହୋଇଥିଲା। କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର. ଭିନିଲ୍‌ କ୍ରିଷ୍ଣା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପେଦ୍ରୋ ଜୋସ୍‌ ମାରିନ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri