ଯୁବ ପୁରସ୍କାରରୁ ଓଡ଼ିଶା ବାଦ୍‌

ଭୁବନେଶ୍ୱର,୨୪।୬(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। କିନ୍ତୁ ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଥିବା ଯୁବ ପୁରସ୍କାରରେ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ବାଦ୍‌ ପଡ଼ିଛି। ୨୦ଜଣିଆ ଯୁବ ପୁରସ୍କାର ତାଲିକାରେ ଓଡ଼ିଶାରୁ କେହି ନାହାନ୍ତି। ଏହା ଓଡ଼ିଆ ଭାଷା ସାହିତ୍ୟ ପାଇଁ ବଡ଼ ଦୁର୍ଭାଗ୍ୟ ବୋଲି କୁହାଯାଉଛି। ପୁରସ୍କାର ଘୋଷଣା ପୂର୍ବରୁ ତଥ୍ୟ ପ୍ରଘଟ ହୋଇଥିଲା। ପୁଣି ପୁରସ୍କାରକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ଏବେ ଏହି ଜାତୀୟ ପୁରସ୍କାର ପାଇବାରେ କୌଣସି ଓଡ଼ିଆ ଯୋଗ୍ୟ ନ ହେବା ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ବଡ଼ ଝଟ୍‌କା ଦେଇଛି। ଓଡ଼ିଶାରେ ସଫଳ ଯୁବ ଲେଖକ ନାହାନ୍ତି ନା କଙ୍କଡ଼ା ସାଜି ଗୋଡ଼ ଟାଣିବା ନୀତି କାରଣରୁ ପୁରସ୍କାରରୁ ବାଦ୍‌ ଦିଆଯାଇଛି ତାହାକୁ ନେଇ ବିଶିଷ୍ଟ ସାହିତି୍ୟକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏ ନେଇ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ତଥା ବିଶିଷ୍ଟ କବି ଡ. ହୃଷୀକେଶ ମଲ୍ଲିକ କହିଛନ୍ତି, ପୁରସ୍କାର ବନ୍ଦ କରାଯିବା ଏକାଡେମୀର ଅପରିପକ୍ୱ ନିଷ୍ପତ୍ତି। ବାଲ୍‌ ପୁରସ୍କାର ନେଇ ତଥ୍ୟ ପ୍ରଘଟ ହେବା ପରେ ବି ସେ ପୁରସ୍କାର ଦିଆଯାଇପାରିଲା, କିନ୍ତୁ ଯୁବ ପୁରସ୍କାର ବନ୍ଦ ହେଲା। ଏକାଡେମୀ ଚାହିଁଥିଲେ ଅନ୍ୟ କୌଣସି ପ୍ରକାରରେ କିମ୍ବା ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟ ପୁରସ୍କାର ସହ ମିଶାଇ, ନ ହେଲେ ପରବର୍ତ୍ତୀ ବର୍ଷରେ ଏବର୍ଷର ପୁରସ୍କାର ମଧ୍ୟ ଦେବାରେ କୌଣସି ଅସୁବିଧା ନାହିଁ। ବନ୍ଦ ହେବା ଉଚିତ ନିଷ୍ପତ୍ତି ନୁହେଁ ବୋଲି ଡ. ମଲ୍ଲିକ କହିଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା କଥାକାର ଡ. ଗୋରହରି ଦାସ କହିଛନ୍ତି, ଯୁବ ପୁରସ୍କାର ସମ୍ପର୍କିତ ତଥ୍ୟ ବିଚାରକ ବୈଠକ ବସିବା ଆଗରୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏ କଥା ଜାଣିବା ପରେ ଏକାଡେମୀ ପକ୍ଷରୁ ପୁରସ୍କାରକୁ ରଦ୍ଦ କରାଗଲା। ପୁଣିଥରେ ପୁରସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ନେଇ ମୁଁ ସଭାପତିଙ୍କୁ ଚିଠି ଲେଖିଛି। କିନ୍ତୁ ପୁରସ୍କାର ସମ୍ପର୍କିତ ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ଉଚିତ ନୁହେଁ। ଭବିଷ୍ୟତରେ ଏହାକୁ କିପରି ରୋକାଯାଇପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି, ୧୩ବର୍ଷର ପୁରସ୍କାର ଇତିହାସରେ ଓଡ଼ିଆ ଭାଷା ପାଇଁ ପ୍ରଥମଥର ଏଭଳି ଘଟିଛି। ଓଡ଼ିଆ ଭାଷାରୁ କେହି ଯୁବ ପୁରସ୍କାର ନ ପାଇବା ଆମ ସାହିତ୍ୟର କ୍ଷତି ଓ ଆମ ରାଜ୍ୟ ପାଇଁ ଲଜ୍ଜାଜନକ। ପୁରସ୍କାର ପ୍ରଦାନରେ ଚଞ୍ଚକତା, ପ୍ରିୟାପ୍ରୀତି ତୋଷଣ ବା ବେଆଇନ କାର୍ଯ୍ୟର ଆଭାସ ମିଳିଲେ ସେ ବର୍ଷର ପୁରସ୍କାରକୁ ଏକାଡେମୀ ବାତିଲ କରିଦେଇଥାଏ। ସମ୍ଭବତଃ ଏଥରର ଯୁବ ପୁରସ୍କାର ପ୍ରଦାନ କ୍ଷେତ୍ରରେ ସେଭଳି କିଛି ଘଟିଛି। ମୋ ମତରେ କାହାର ଭୁଲ୍‌ ପାଇଁ ଗୋଟିଏ ଭାଷା ଓ ସେ ଭାଷାର ଯୋଗ୍ୟ ଯୁବ ସାହିତି୍ୟକଙ୍କୁ ଦଣ୍ଡ ଦିଆ ନ ଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri