ପୁରୀରେ ବିଜେଡିର ବଡ଼ ମିଶ୍ରଣ ପର୍ବ, ସଞ୍ଜୟ ଦାସ ବର୍ମାଙ୍କ ଉପସ୍ଥିତିରେ ସାମିଲ ହେଲେ…

ପୁରୀ,୩।୪(ଅଜିତ୍‌ ମହାନ୍ତି): ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନିର୍ମଳ ଭାବମୂର୍ତ୍ତି ଓ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁରୀ ହଲିଡେ ରିସୋର୍ଟଠାରେ ବୁଧବାର ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ବ୍ଲକ ଭାଜପା ସମର୍ଥିତ ଜିଲା ପରିଷଦ ପ୍ରାର୍ଥୀ ୩୧ନଂ ଜୋନ ଜାନକୀ ବରାଳ, ଜୟପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ବିଶ୍ୱଜିତ ମହାପାତ୍ର, ବିଜୟ ମହାନ୍ତି ପୂର୍ବତନ ସରପଞ୍ଚ ସୁକଳ, ସାବିତ୍ରୀ ବରାଳ ପୂର୍ବତନ ସମିତି ସଭ୍ୟ ମଧୁବନ, ପୂର୍ବତନ ସମିତି ସଭ୍ୟ ମଧୁବନ ପ୍ରମୋଦ କୁମାର ବରାଳ, ଆଶିଷ କୁମାର ସତପଥି ଯୁବ ନେତା ଜୟପୁର ପଞ୍ଚାୟତ, ଅର୍ଜୁନ କୁମାର ମହାପାତ୍ର ନରେନ୍ଦ୍ର ପୁର ପଞ୍ଚାୟତ ଭାଜପା ନେତା, ରାଜକିଶୋର ମହାପାତ୍ର ସୁକଳ ପଞ୍ଚାୟତ ଭାଜପା ନେତା, ସୁନିଲ ମିଶ୍ର ନୂଆ ସୋମେଶ୍ୱର ପୁର ଭାଜପା ନେତା, କଣାସ ବ୍ଲକ ଗଡ଼ବଡ଼ପୁଟ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଦିଲୀପ ପଲେଇ, ଗଡ଼ବଡ଼ପୁଟ ପଞ୍ଚାୟତ ପୂର୍ବତନ କଂଗ୍ରେସ ସଭାପତି ରାଜକିଶୋର ପରିଡ଼ା, କୃଷ୍ଣମୋହନ ଛୋଟରାୟ ପୂର୍ବତନ କଂଗ୍ରେସ ସଭାପତି, ଅଭିଷେକ ମହାନ୍ତି, ସମ୍ପଦ ସାମନ୍ତରାୟ, ସୁନୀଲ କୁମାର ସାହୁ, ବୁଲୁ ସାହୁ, ନାଗାର୍ଜୁନ ସେନାପତି, ଦୁଃଶାସନ ମାଝୀ, କଣାସ ପଞ୍ଚାୟତ ଭାଜପା ବରିଷ୍ଠ ନେତା ବଳିଆ ଜେନା, ବିଚି ଜେନା, ବୈଦ୍ୟନାଥ ମାଝୀ, ଦୈଇ ମାନସିଂହ, ଯୁବ ନେତା ଦିପୁ ଜେନା, ଲିପୁ ଜେନାଙ୍କ ସମେତ କଣାସ ଏବଂ ସତ୍ୟବାଦୀ ବ୍ଲକ ଶତାଧିକ ଭାଜପା ଓ କଂଗ୍ରେସ ବରିଷ୍ଠ ନେତା ଏବଂ କର୍ମୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ବ୍ଲକ ବିଜୁ ଜନତା ଦଳ ସଭାପତି ପ୍ରମୋଦ ରାଉତରାୟ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ଉପାଧ୍ୟକ୍ଷଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ, ଜିଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାଶିଷ ରାୟ, କଣାସ ବ୍ଲକ ବିଜୁ ଜନତା ଦଳ ସଭାପତି ସୁରେଶ ସାହୁ, କଣାସ ବ୍ଲକ ଅଧକ୍ଷା ପ୍ରଭାତୀ ରାଉତ ଏବଂ ସତ୍ୟବାଦୀ ବ୍ଲକ ବିଜୁ ଜନତା ଦଳ ବରିଷ୍ଠ ନେତା ବୁଲୁ ଶତପଥୀ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଦଳକୁ ସ୍ବାଗତ କରିଛନ୍ତି।