ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’ ମଞ୍ଚସ୍ଥ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ।
ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ, ପିତାମ୍ବର ଗୌଡ଼, ଫାସିଗୁଡ଼ା ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ଏବଂ ଭୀଷ୍ମଗିରି ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।
ସୂଚନାଯୋଗ୍ୟ ଯେ, ଗ୍ରାମର ଯୁବକ ସଂଘ ପକ୍ଷରୁ ଦୀର୍ଘ ୫ ବର୍ଷ ହେବ ଗଣେଶ ପୂଜା ମହା ସମାରୋହରେ ପାଳିତ ହୋଇଆସୁଛି। ଏହି ଅବସରରେ ନିର୍ଦ୍ଦେଶକ ଦୀନବନ୍ଧୁ ଶତପଥୀଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଦୁଃଖ ଓ ଆବେଗଭରା ନାଟକ ‘ଅବୁଝା ଲୁହ’ ସଫଳତାର ସହ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଥିଲା।
ଏହି ନାଟକକୁ ସୁଚାରୁରୂପେ ପରିଚାଳନା କରିବାରେ BJP ଭୀଷ୍ମଗିରି ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଟୁକୁନା ସାହୁ, ପୂର୍ବତନ ମଣ୍ଡଳ ସଭାପତି ସୁଦାମ ବେହେରା, ସାଧାରଣ ସମ୍ପାଦକ କେ. ନରସିଂହ ପାତ୍ର, ଶିବରାମ ପଣ୍ଡାଙ୍କ ସମେତ ଶ୍ରୀ ଗଣେଶ ପୂଜା କମିଟି ଏବଂ ଯୁବକ ସଂଘର ସଦସ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ।