ସପ୍ତାହେ ହେଲା ନିଖୋଜ ଥିଲେ, ପରିତ୍ୟକ୍ତ କୋଠାରୁ ଜବତ ହେଲା ମୃତଦେହ; କାରଣ ଖୋଜୁଛି…

ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡା ନିକଟ ଚାଞ୍ଚଡାପଲ୍ଲୀ ଗ୍ରାମ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ପରିତ୍ୟକ୍ତ କୋଠାରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ଶନିବାର ସାରେ ପୋଲିସ ଜବତ କରିଛନ୍ତି। ମୃତକ ଜଣକ ହେଲେ ଚାଞ୍ଚଡାପଲ୍ଲୀ ଗ୍ରାମର ସୁରେନ୍ଦ୍ର ଗୌଡ଼(୫୦)। ସେ ପ୍ରାୟ ୧ ସପ୍ତାହେ ହେଲା ନିଖୋଜ ଥିଲେ। ଏନେଇ ଥାନା ଅପମୃତ୍ୟୁ ମାମଲା ନଂ.୨୩/୨୬ ଅନୁଯାୟୀ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇ ଦିଆଯାଇଛି। କୌଣସି କାରଣରୁ ସେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି କିଶୋର କୁମାର ସାମଲ କହିଛନ୍ତି।

Dharitri – Odisha’s No.1 Odia Daily

Share