୨୦୩୦ ସୁଦ୍ଧା ୧୦ଲକ୍ଷ ହେନ୍ତାଳ ବୃକ୍ଷ ଲଗାଇବାକୁ ପ୍ରୟାସ, ଓପ୍ସାକୁ ୧ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ଧରିତ୍ରୀ ସିଇ

କାକଟପୁର/ଅସ୍ତରଙ୍ଗ,୧୯ା୪(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ)-ପୁରୀ ଜିଲା ଅସ୍ତରଙ୍ଗ ଭଉଁରିଆ ସେତୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ପର୍ଯ୍ୟାବରଣ ସଙ୍ଗଠନ, ଅସ୍ତରଙ୍ଗ ସବୁଜ ଶାଖା ଓ ‘ଧରିତ୍ରୀ’ ପକ୍ଷରୁ ଶନିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୁବ ପରିବେଶବିତ୍‌ ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଧରିତ୍ରୀ ସିଇ ଆଦ୍ୟାଶା ସତପଥୀ, ସମ୍ପାଦକ ତଥାଗତ ସତପଥୀ, ଶିକ୍ଷାବିତ୍‌ କାଳନ୍ଦୀ ଚରଣ ଛାଟୋଇ, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ପରିଡ଼ା, ବିଚିତ୍ରାନନ୍ଦ ବିଶ୍ୱାଳ, ଚାରୁଲତା ବିଶ୍ୱାଳ, ସବୁଜ ଶାଖା ସଭାପତି ରମାକାନ୍ତ ବସ୍ତିୟା ପ୍ରମୁଖ ଉପସ୍ଥିତ ଥିଲେ। ୨୦୩୦ ସୁଦ୍ଧା ୧୦ ଲକ୍ଷ ହେନ୍ତାଳ ଚାରାରୋପଣ ପାଇଁ ପ୍ରୟାସ ଜାରି ରହିବ ବୋଲି ଯୁବ ପରିବେଶବିତ୍‌ ବିଶ୍ୱାଳ କହିଛନ୍ତି। ଏହି ଅବସରରେ ଧରିତ୍ରୀର ସିଇ(ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌) ଆଦ୍ୟାଶା ସତପଥୀ ଓପ୍‌ସା (ଓଡ଼ିଶା ପର୍ଯ୍ୟବରଣ ସଙ୍ଗଠନ)କୁ ୧ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି।

ଜଳବାୟୁ ପରିବର୍ତ୍ତନ ଯୋଗୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାରେ ଅନିୟମିତତା ଦେଖାଯାଉଛି। ବର୍ଷାଦିନେ ଗରମ ଅନୁଭୂତ ହେବା, ଶୀତଋତୁରେ ଥଣ୍ଡା ହ୍ରାସ ହେବାରୁ ଜଳବାୟୁରେ ଅସମାନତା ସୃଷ୍ଟି ହେଉଛି। ଏହାର କାରଣ ନିରାକରଣ ପାଇଁ ବିଶ୍ୱର ପରିବେଶବିତ୍‌ ଓ ପାଣିପାଗ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ସାମୁଦ୍ରିକ ବାତ୍ୟା ସୃଷ୍ଟିହୋଇ ୩ଶହ କି.ମି. ପର୍ଯ୍ୟନ୍ତ ପବନ ବହିଥିଲା। ୧୯୯୯ ମହାବତ୍ୟା, ୨୦୧୩ ଫାଇଲିନ୍‌, ୨୦୧୪ ହୁଡହୁଡ, ୨୦୧୮ ତିତିଲି, ୨୦୧୯ ଫନି ଭଳି ସାମୁଦ୍ରିକ ବାତ୍ୟାରେ ଉପକୂଳ ଅଞ୍ଚଳରେ ନାହିଁ ନ ଥିବା କ୍ଷତି ଘଟିଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ହେଲେ ପ୍ରଚୁର ପରିମାଣରେ ହେନ୍ତାଳ ଜଙ୍ଗଲ ଆବଶ୍ୟକ। ଏହି ଗଛ ଉପକୂଳ ଅଞ୍ଚଳରେ ସୁରକ୍ଷା ପାଚେରି ଭାବେ ଉଭା ହେବ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି। ସମ୍ପ୍ରତି ସବୁଜ ଗୃହ ବାଷ୍ପ ନିର୍ଗମନରେ ବୃଦ୍ଧି ହେତୁ ପୃଥିବୀ ପୃଷ୍ଠରେ ଉତ୍ତାପରେ ବୃଦ୍ଧି ଘଟୁଛି, ଯାହା ଜଳବାୟୁରେ ଘୋର ଅନିୟମିତତାର କାରଣ ହେଉଛି। ୨୦୧୯ରେ ଫନି ଏବଂ ୨୦୨୦ରେ ଅମ୍ପାନ ହୋଇଥିଲା। ଏହିଭଳି ସାମୁଦ୍ରିକ ଝଡ଼ର ସଂଖ୍ୟା ବୃଦ୍ଧି ପାଉଥିବାରୁ ସମୁଦ୍ର ତଟରେ ଲୁଣା ଜଙ୍ଗଲର ଗୁରୁତ୍ୱ ବୃଦ୍ଧି ପାଇଛି।

ଅନୁଧ୍ୟାନରୁ ଜଣାଯାଇଛି, ଭିତରକନିକାରେ ଲୁଣା ଜଙ୍ଗଲ ହେତୁ ଏକ ବିସ୍ତୃତ ଅଞ୍ଚଳ ୧୯୯୯ ମହାବାତ୍ୟାର ପ୍ରକୋପରୁ କେତେକାଂଶ ରକ୍ଷା ପାଇବାରେ ସମର୍ଥ ହୋଇଥିଲା। ଏଥିପାଇଁ ଲୁଣା ଜଙ୍ଗଲର ଅବସ୍ଥିତି ସାମୁଦ୍ରିକ ପରିସଂସ୍ଥା ପାଇଁ ଅତ୍ୟନ୍ତ ଅନିର୍ବାଯ୍ୟ। ଅଙ୍ଗାରକାମ୍ଳ ତଥା ଅନ୍ୟାନ୍ୟ ସବୁଜଗୃହ ବାଷ୍ପକୁ ଶୋଷିବାରେ ଅନ୍ୟ ଜଙ୍ଗଲ ତୁଳନାରେ ଲୁଣା ଜଙ୍ଗଲ ଅଧିକ ସମର୍ଥ। ଏହି ସବୁ କାରଣରୁ ଲୁଣା ଜଙ୍ଗଲର ସୃଷ୍ଟି, ସୁରକ୍ଷା ଏବଂ ସମୃଦ୍ଧି ଏକାନ୍ତ କାମ୍ୟ। ଶନିବାର ମଧ୍ୟାହ୍ନରେ ଉପସ୍ଥିତ ଅତିଥି, ସ୍ଥାନୀୟ ଅଞ୍ଚଳ ମହିଳା, ଯୁବ ବନ୍ଧୁମାନେ ଭଉଁରିଆ ବ୍ରିଜ ଠାରୁ ଦେବୀ ମୁହାଁଣ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ବୃକ୍ଷ ଚାରାରୋପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri