ରାୟପୁରରେ ଓଡ଼ିଶାର କଂଗ୍ରେସ ନେତୃବୃନ୍ଦ

ଭୁବନେଶ୍ବର,୨୫ା୨(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ୮୫ ତମ ମହା ଅଧିବେଶନରେ ଯୋଗଦେବା ଲାଗି ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଓଡ଼ିଶାର ବହୁ ନେତା ଶୁକ୍ରବାର ଛତିଶଗଡ଼ର ରାୟପୁର ଗସ୍ତରେ ଯାଇଛନ୍ତି। ଦୁଇ ବିଧାୟକ ମହମ୍ମଦ ମୋକିମ ଏବଂ ଦାଶରଥୀ ଗମାଙ୍ଗଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବିଧାୟକ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଛନ୍ତି। ଏଥିଲାଗି ବିଧାନସଭା ବଜେଟ ଅଧିବେଶନରେ କୌଣସି କଂଗ୍ରେସ ନେତାଙ୍କୁ ଗୃହରେ ଦେଖିବାକୁ ମିଳି ନ ଥିଲା।