ପରୀ ହତ୍ୟା ମାମଲାର ହେବ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ନୟାଗଡ଼ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଏହି ଘୋଷଣା କହିଛନ୍ତି।
ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ, ଏହି ଘଟଣା ପାଇଁ ମୁଁ ଅତ୍ୟନ୍ତ ମର୍ମାହତ। ମୋ ସରକାର ସର୍ବଦା ମୁକ୍ତ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହାସହିତ ବିଧାନସଭା କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ସେ ସମସ୍ତ ସଦସ୍ୟଙ୍କୁ ନିବେଦନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ସମ୍ପର୍କିତ ଘୋଷଣା ସମୟରେ ବିରୋଧୀ ଦଳ ବିଧାୟକମାନେ ହୋହଲ୍ଲା ଜାରି ରଖିଥିଲେ।