ଏସ୍‌ଓଏସ୍‌ଏସ୍‌ ସଂସ୍ଥା ଓଡ଼ିଶା ମୁଖ୍ୟ ଗିରଫ

ବ୍ରହ୍ମପୁର ଅଫିସ/ ଭୁବନେଶ୍ୱର,୧।୪(ବ୍ୟୁରୋ): ସକ୍ସେସ୍‌ ଅନ୍‌ଲାଇନ୍‌ ସର୍ଭିସ୍‌ ସିଷ୍ଟମ୍‌ (ଏସ୍‌ଓଏସ୍‌ଏସ୍‌) ଚିଟଫଣ୍ଡ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଳ୍ୟୁ (ଅର୍ଥନେତିକ ଅପରାଧ ଶାଖା) ଟିମ୍‌ ବ୍ରହ୍ମପୁର ଲୋଚାପଡ଼ା ରାମକୃଷ୍ଣନଗର ତୃତୀୟ ଲାଇନ୍‌ରେ ରହୁଥିବା ଶାଖା ପରିଚାଳକଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ ନିଖିଳାନନ୍ଦ ପଶୁପାଳକ। ତାଙ୍କଠାରୁ ବେଆଇନ କାଗଜପତ୍ର, ଚେକ୍‌ବୁକ୍‌ ଓ ଜମାକାରୀଙ୍କ ତାଲିକା ଆଦି ଜବତ କରାଯାଇଛି। ଗିରଫ ପରେ ତାଙ୍କୁ ଗୁରୁବାର ବ୍ରହ୍ମପୁରସ୍ଥିତ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟକୁ ଚାଲାଣ କରାଯାଇଥିଲା। ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ଏଲ୍‌ଆର୍‌ ଏଡିଜେ ରାଜ କୁମାର ଦାଶ ନିଖିଳାନନ୍ଦଙ୍କୁ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କ ବିରୋଧରେ ୨୦୧୬ରେ ମାମଲା ହେବା ପରଠୁ ସେ ଫେରାର ଥିଲେ। ଉକ୍ତ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ରମନ ସିଂ ଏବଂ ସମ୍ପାଦକ ରାକେଶ କୁମାର ଏପର୍ଯ୍ୟନ୍ତ ଫେରାର ଅଛନ୍ତି।
ଉତ୍ତରପ୍ରଦେଶ ଗାଜିଆବାଦ ବସୁନ୍ଧରାରେ ସକ୍ସେସ୍‌ ଅନ୍‌ଲାଇନ୍‌ ସର୍ଭିସ୍‌ ସିଷ୍ଟମ୍‌ (ଏସ୍‌ଓଏସ୍‌ଏସ୍‌) ପ୍ରାଇଭେଟ୍‌ ଲିମିଡେଟ୍‌ ନାମରେ ଏକ ଅର୍ଥ ଲଗାଣକାରୀ ସଂସ୍ଥା ଖୋଲିଥିଲା। ଏହି ସଂସ୍ଥାର ଏକ ଶାଖା କାର୍ଯ୍ୟାଳୟ ବ୍ରହ୍ମପୁର ଲୋଚାପଡ଼ାରେ ଖୋଲିଥିଲା। ନିଖିଳାନନ୍ଦ ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। ସଂସ୍ଥା ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି, ରମନ କୁମାର ସିଂ ଓ ସମ୍ପାଦକ ରାକେଶ କୁମାର। ଏହି ଶାଖା ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଟଙ୍କା ଜମା କଲେ ଖୁବ କମ୍‌ ଦିନରେ ଦୁଇଗୁଣ ହୋଇଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏଭଳି ଭାବେ ଓଡ଼ିଶାରୁ ବହୁ ଲୋକଙ୍କଠାରୁ ଏହି ସଂସ୍ଥା ଟଙ୍କା ଆଦାୟ କରିଥିଲା। ଏପରି କି କମ୍‌ ମୂଲ୍ୟରେ ଜମି ଓ ଘର ମଧ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିବା ପରେ ହଠାତ୍‌ ଏହି ଚିଟ୍‌ଫଣ୍ଡ ସଂସ୍ଥା ୨୦୧୨ ଜାନୁୟାରୀରେ ବନ୍ଦ ହୋଇଯାଇଥିଲା। ବ୍ରହ୍ମପୁର ଶାଖା ପରିଚାଳକ ନିଖିଳାନନ୍ଦ ଉଭାନ୍‌ ହୋଇଯାଇଥିଲେ। ଜମାକାରୀ ଟଙ୍କା ଫେରି ପାଇନଥିଲେ। ଭଦ୍ରକ ଜିଲାର ପର୍ଶୁରାମ ବେହେରା ପ୍ରାୟ ୮ଲକ୍ଷ ଟଙ୍କା ଏହି ସଂସ୍ଥାରେ ଜମା କରିଥିଲେ। ଟଙ୍କା ଫେରି ନ ପାଇବାରୁ ସେ ୨୦୧୬ ଅଗଷ୍ଟ ୧୭ରେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ନମ୍ବର ୧୪/୧୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଚିଟ୍‌ଫଣ୍ଡ ସଂସ୍ଥା ଓଡ଼ିଶାରୁ ୫କୋଟି ଟଙ୍କା କଠେଇ କରିଥିବା ବେଳେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୫ଶହ କୋଟି ଠକେଇ କରିଥିବା ତଦନ୍ତରେ ଜଣାପଡ଼ିଛି। ଏହି ସଂସ୍ଥା ଓଡ଼ିଶା, ଦିଲ୍ଲୀ, ଝାଡ଼ଖଣ୍ଡ ଭଳି ରାଜ୍ୟରୁ ଟଙ୍କା ଠକେଇ କରିଛି। ଏସ୍‌ଓଏସ୍‌ଏସର ଅନ୍ୟତମ ଶାଖା କମ୍ପାନୀ ‘ସିନେ ଭିଜନ୍‌’ ଭୋଜପୁରୀ ସିନେମା ତିଆରି ପାଇଁ ଟଙ୍କା ବିନିଯୋଗ କରିଛି। ଏପରିକି ଅଭିଯୁକ୍ତ ନିଖିଳାନନ୍ଦ ସିନେମାରେ ଅଭିନୟ କରିଥିବା ତଦନ୍ତରେ ଜଣାପଡ଼ିଛି। ଅଧିକ ସୁଧ ଦେବାର ମିଛ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ନିଖିଳାନନ୍ଦ ଓଡ଼ିଶାରୁ ୨ହଜାର ଲୋକଙ୍କଠାରୁ ୫କୋଟି ଟଙ୍କା ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଇଓଡବ୍ଲ୍ୟୁ ଏସ୍‌ପି ଦିଲୀପ କୁମାର ତ୍ରିପାଠୀ କହିଛନ୍ତି। ଏଥିସହ ଏଥିରେ ବହୁ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି, ଖୁବଶୀଘ୍ର ସେମାନଙ୍କୁ ଧରିବା ଲାଗି ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ସକ୍ସେସ ଅନ୍‌ଲାଇନ ସର୍ଭିସ ସିଷ୍ଟମ ପ୍ରାଇଭେଟ ଲିମିଟେଡ୍‌ ସଂସ୍ଥାର ରିଜିଓନାଲ ଅଫିସ ଥିଲାବେଳେ ଏହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିଥିବା ଏସ୍‌ପି ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri