ଓଡ଼ିଶା ପାଳୁଛି ଛାଡ଼ଖାଇ: ଆମିଷ ବଜାରରେ ଭିଡ଼, ଦର ଆକାଶଛୁଆଁ

ଭୁବନେଶ୍ୱର,୭ା୧୧: ପବିତ୍ର କାର୍ତ୍ତିକ ମାସର ମାସବ୍ୟାପୀ ନିରାମିଷ ଭୋଜନ ପରେ ମାର୍ଗଶିର ମାସର ପ୍ରଥମ ଗୁରୁବାର ଯିବା ପରେ ଶୁକ୍ରବାର ଛାଡ଼ଖାଇ ପାଳନ କରୁଥିବା ଓଡ଼ିଶାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ମାଂସ ଓ ମାଛ ବଜାରରେ ଭୋର୍ ସକାଳୁ ହିଁ ନାହିଁ ନଥିବା ଗହଳି ଜମିଛି। ଲୋକମାନେ ନିଜ ପସନ୍ଦର ଆମିଷ କିଣିବା ପାଇଁ ବଜାରରେ ଭିଡ଼ ଜମାଇବାରୁ ବିଭିନ୍ନ ପ୍ରକାରର ମାଂସ ଓ ମାଛର ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି।

ଭୁବନେଶ୍ୱର ଓ କଟକ ସମେତ ଅନ୍ୟ ସ୍ଥାନରେ ଆମିଷର ଦର ଏପରି ରହିଛି:

ରୋହି ମାଛ: କିଲୋ ପ୍ରତି ୨୦୦ରୁ ୨୫୦ ଟଙ୍କା, ଇଲିଶ ମାଛ: କିଲୋ ପ୍ରତି ୧,୮୦୦ ଟଙ୍କାରେ ପହଞ୍ଚିଛି।
କଙ୍କଡ଼ା: କିଲୋ ପ୍ରତି ୧,୨୦୦ ଟଙ୍କାରେ ବିକ୍ରି ହେଉଛି।
ମଟନ୍: ଅଞ୍ଚଳ ଭେଦରେ କିଲୋ ପ୍ରତି ୭୫୦ରୁ ୯୦୦ ଟଙ୍କା ରହିଛି।
ଚିକେନ୍: ବ୍ରଏଲର: ୨୪୦ ଟଙ୍କା, ବନରାଜ: ୩୦୦ ଟଙ୍କା, ଦେଶୀ କୁକୁଡ଼ା: ୫୦୦ ଟଙ୍କା

ଅଲ୍ ଓଡ଼ିଶା ନନ୍‌-ଭେଜ୍ ଟ୍ରେଡର୍ସ ଫେଡେରେସନ୍‌ ଅନୁଯାୟୀ, ଏହି ଛାଡ଼ଖାଇରେ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଏବଂ ମାଂସର ମୋଟ ବ୍ୟବସାୟ ୫ କୋଟିରୁ ୭ କୋଟି ଟଙ୍କା ମଧ୍ୟରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଫେଡେରେସନ୍‌ର ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ କହିଛନ୍ତି ଯେ ଛାଡ଼ଖାଇ ଆମିଷ ବ୍ୟବସାୟୀଙ୍କ ପାଇଁ ଏକ ପର୍ବ ଭଳି। ପ୍ରତିବର୍ଷ ପ୍ରାୟ ୪ କୋଟି ଟଙ୍କାର ମଟନ୍ ବିକ୍ରି ହେଉଥିବା ବେଳେ ଏ ବର୍ଷ ଏହା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗୁରୁବାର ଦିନକରେ ୨.୫ କୋଟି ଟଙ୍କାରୁ ଅଧିକ ମାଛ, ଚିଙ୍ଗୁଡ଼ି ଏବଂ କଙ୍କଡ଼ା ବିକ୍ରି ହେବାର ଆକଳନ କରାଯାଇଛି।

ବ୍ୟବସାୟୀଙ୍କ ଅନୁମାନ ଅନୁସାରେ, ରାଜଧାନୀ ଭୁବନେଶ୍ୱରରେ ୨,୦୦୦ କେଜିରୁ ଅଧିକ ଛେଳି ମାଂସ ଓ ୫୦ କୁଇଣ୍ଟାଲ୍ କୁକୁଡ଼ା ମାଂସ ବିକ୍ରି ହେବ। ଚାହିଦା ମେଣ୍ଟାଇବା ପାଇଁ ପଶ୍ଚିମବଙ୍ଗରୁ ୭୦ ପ୍ରତିଶତ ଛେଳି ଅଣାଯାଇଥିବା ବେଳେ ବଳକା ୩୦ ପ୍ରତିଶତ ବଲାଙ୍ଗୀର, ନୟାଗଡ଼, ଦଶପଲ୍ଲା ଆଦି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅଣାଯାଇଛି।

ଚିକେନ୍ ଓ ମଟନ୍‌ର ଚାହିଦା ଅଧିକ ଥିଲେ ମଧ୍ୟ ଓଡ଼ିଆମାନଙ୍କ ପାଇଁ ମାଛ ହିଁ ଛାଡ଼ଖାଇରେ ସର୍ବୋତ୍ତମ ପସନ୍ଦ ରହିଆସିଛି ବୋଲି ବ୍ୟବସାୟୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri