ଅପରାଜିତାଙ୍କ ମନ୍ତବ୍ୟକୁ ନେଇ ଝଡ଼: ଖୋର୍ଦ୍ଧାରେ ଅସନ୍ତୁଷ୍ଟ କର୍ମୀଙ୍କ ମେଳି, ଏକାଠି ହେଲେ କାଳୁଙ୍କ ସମର୍ଥକ 

ଖୋର୍ଦ୍ଧା,୨୯ା୩ (ପ୍ରଭାତ ପାଣିଗ୍ରାହୀ) : ଭୁବନେଶ୍ୱର, ବେଗୁନିଆ ପରେ ଏବେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏମ୍‌ପି ଅପରାଜିତାଙ୍କୁ ଦଳୀୟ କର୍ମୀ ବିରୋଧ କରିଛନ୍ତି। ଅପରାଜିତାଙ୍କ ମନ୍ତବ୍ୟକୁ ନେଇ କର୍ମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୋର୍ଦ୍ଧା ମଲିପଡା ସ୍ଥିତ ଭାଜପା କାର୍ଯ୍ୟାଳୟରେ  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ନେତୃତ୍ୱରେ ଶୁକ୍ରବାର ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକରେ ଶତାଧିକ  କର୍ମୀ ଏକାଠି ହୋଇଥିଲେ। ଅପରାଜିତାଙ୍କ ଦଳ ଓ କର୍ମୀ ବିରୋଧୀ ଏବଂ ମନମୁଖୀ କାର୍ଯ୍ୟକୁ ସେମାନେ ସମାଲୋଚନା କରିଛନ୍ତି।
ଗୁରୁବାର ଟାଙ୍ଗୀ ବ୍ଳକ ଲୋଣ୍ଡୋ ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିରୁ ବହିଷ୍କୃତ ତଥା ସଦ୍ୟ ଭାଜପାରେ ଯୋଗଦେଇଥିବା ବିବାଦୀୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ଦାୟିତ୍ୱ ଦେବାକୁ ଅପରାଜିତା ଘୋଷଣା କରିଥିଲେ। ଏହାକୁ ନେଇ କାଳୁପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଗତ ୨୦୧୯ ନିର୍ବାଚନରେ ଭାଜପାରୁ କାଳୁଚରଣ ପ୍ରାର୍ଥୀ ହୋଇ ୭୪ହଜାର ଭୋଟ ପାଇଥିବା ବେଳେ ଏମ୍‌ପି ଅପରାଜିତାଙ୍କୁ  ମଧ୍ୟ ବିପୁଳ ଜନସମର୍ଥନ ମିଳିଥିଲା। ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ ପାଇଁ କାଳୁ ସଙ୍ଗଠନ କରୁଛନ୍ତି। ୨୦୨୨ ପଞ୍ଚାୟତ ଓ ଏନ୍‌ଏସି ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନ ମଙ୍ଗ ଧରିଥିଲେ। ୨୦୨୪ ପାଇଁ ସେ ପୁଣି ଦଳରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଅଛନ୍ତି। ମାତ୍ର ନିକଟରେ ଯୋଗଦେଇଥିବା ପ୍ରଶାନ୍ତଙ୍କୁ ଦାୟିତ୍ୱ ଦେବା ନେଇ ଅପରାଜିତାଙ୍କ ଘୋଷଣା ପରେ କାଳୁଙ୍କ ସମର୍ଥକଙ୍କ ମହଲରେ ଅସନ୍ତୋଷ ବହ୍ନି ଜଳିଛି। ଦଳରେ ନୂତନ କର୍ମୀଙ୍କୁ ଗୁରୁତ୍ୱ ଦିଆଗଲେ, ଆଗାମୀ ଦିନରେ ଏହାର କଡା ଜବାବ ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ତେବେ ଏନେଇ କାଳୁଚରଣ ଅପରାଜିତାଙ୍କ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଦାୟିତ୍ୱ ଘୋଷଣା ବିରୋଧରେ ମେଳି ହୋଇଥିବା ପ୍ରଶ୍ନକୁ ଏଡାଇ ଯାଇଥିବା ବେଳେ ଦୀର୍ଘଦିନ ପରେ କର୍ମୀ ସମାବେଶ ଆୟୋଜନ ହୋଇଥିବା କହିଥିଲେ। ହେଲେ ଦଳରେ କାଳୁଙ୍କ ପରିବର୍ତ୍ତେ ବିଧାୟକ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ  ଦଳୀୟ ଟିକଟ ଦିଆଗଲେ ଶତାଧିକ କାଳୁ ସମର୍ଥକ ଦଳରୁ ସମୂହ ଇସ୍ତଫା ଦେବେ ବୋଲି ଆଲୋଚନା ହୋଇଥିବା ଜଣାପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri