ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ଏମ୍‌ପି ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜୟ କେତନ ବିଜେଡ଼ିରେ ଯୋଗଦେଇଛନ୍ତି ।

ବିଜେଡିକୁ ଫେରିବା ପରେ ବିଜୟ କେତନ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଜୀବନ ସାରା ବିଜୁ ବାବୁଙ୍କ ଆଦର୍ଶରେ କାମ କରିଛି। ଯେଉଁଠି ଥିଲେ ବି ମାନସିକ ସ୍ତରରେ ନବୀନଙ୍କ ସହ ଥିଲି । ଭାଜପା ପ୍ରତି ବିତୃଷ୍ଣା ହୋଇ ଦଳ ଛାଡିଲି । ବିଜେଡିର ସଂଗଠନକୁ ସୁଦୃଢ଼ କରିବାକୁ କାମ କରିବି। ୧୯୭୨ରୁ ବିଜୁ ବାବୁଙ୍କ ଅନୁଗାମୀ ହୋଇ ପଟ୍ଟାମୁଣ୍ଡାଇରୁ ରାଜନୈତିକ ସେ କ୍ୟାରିୟର ଆରମ୍ଭ କରିଥିଲେ। ଜନତା ଦଳର ପ୍ରଥମ ଜିଲା ସଭାପତି ଥିଲେ । ସେହିପରି ବିଜୁ ଜନତା ଦଳର ପ୍ରଥମ କେନ୍ଦ୍ରାପଡ଼ା ଜିଲା ସଭାପତି ମଧ୍ୟ ଥିଲେ । ଏହାପରେ ଭାଜପାରେ ମିଶି ରାଜନଗର ଆସନରୁ ୨୦୦୯ରେ ଭାଜପା ଟିକେଟରେ ଲଢ଼ିଥିଲେ । ଏବେ ପୁଣି ସେ ବିଜେଡିକୁ ଫେରିଛନ୍ତି ।