Categories: ଗଞ୍ଜାମ

ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, ଚର୍ଚ୍ଚାରେ କଂଗ୍ରେସର ଗୋଷ୍ଠୀକନ୍ଦଳ

ପୁରୁଷୋତ୍ତମପୁର,୮।୧୦(ସବିତା ମିଶ୍ର): ଓଡ଼ିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦେଖିବାକୁ ମିଳିଛି । କାଳୀମନ୍ଦିର ଛକରେ କଂଗ୍ରେସ ଓ ସିପିଆଇ କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର ଅଟକାଇବାରୁ କିଛି ସମୟ ପାଇଁ ଯାତାୟାତ ଠପ୍ ହୋଇଥିଲା। ପରେ ଶୋଭାଯାତ୍ରା କରି ଦୋକାନ ବଜାର ଓ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ କରାଯାଇଥିଲା।

ବନ୍ଦରେ କଂଗ୍ରେସ ପକ୍ଷରୁୁ ପବିତ୍ର ସେଠୀ, ପ୍ରଦୀପ ମହାରଣା, ଓ ବାମପନ୍ଥୀ ଦଳର ସତ୍ୟନାରାୟଣ ମହାପାତ୍ର, ବିପିନ ପଟ୍ଟନାୟକ, ସୁନୀଲ ବେହେରା ଓ ରାଜେନ୍ଦ୍ର ସ୍ୱାଇଁଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ । ତେବେ ପୁରୁଷୋତ୍ତମପୁର କଂଗ୍ରେସର କିଛି ଛାମୁଆ ନେତାଙ୍କ ଅନୁପସ୍ଥିତି ଦଳର ଗୋଷ୍ଠୀକନ୍ଦଳକୁ ପଦାରେ ପକାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଶାନ୍ତିଶୃଙ୍ଖଳା ପାଇଁ ଆଇଆଇସି କୁଳମଣି ସେଠୀଙ୍କ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ଥିଲେ । ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।

 

Dharitri – Odisha’s No.1 Odia Daily

Share