୧୮ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ, ମାତ୍ର ୧୧ ଦିନରେ…

ଭୁବନେଶ୍ୱର,୯।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଶେଷ ହୋଇଛି। ମୋଟ ୨୯ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଗୃହ ମାତ୍ର ୧୧ ଦିନ କାର୍ଯ୍ୟ କରିଛି।

ଅଧିବେଶନ ସମୟରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନଭେମ୍ବର ୨୮ରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ ଏବଂ ସୋମବାର ବ୍ୟୟ ମଞ୍ଜୁରୀ ବିଲ୍ ଗୃହରେ ଧ୍ୱନି ଭୋଟ୍‌ରେ ପାରିତ ହୋଇଥିଲା।

ନଭେମ୍ବର ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଅଭିଭାଷଣ ସହ ଏହି ଅଧିବେଶନ ଆରମ୍ଭ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନ୍‌ସନ୍ ବୃଦ୍ଧି ପାଇଁ ସଂଶୋଧିତ ବିଲ୍ ଗୃହରେ ଉପସ୍ଥାପନ କରିଥିଲେ। ଏହି ବିଲ୍‌ରେ କୌଣସି ସିଟିଂ ବିଧାୟକଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଏବଂ ପ୍ରତି ପାଞ୍ଚ ବର୍ଷରେ ଦରମା ବୃଦ୍ଧିର ପ୍ରାବଧାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଛି କଳାହାଣ୍ଡି ସରପଞ୍ଚ ସଂଘ। ଶନିବାର ରାଜ୍ୟ ସରପଞ୍ଚ…

ବ୍ଲଡ୍‌ ବ୍ୟାଙ୍କ ବନ୍ଦ ଯୋଗୁ ଶିଶୁଙ୍କୁ ମିଳିଲାନି ରକ୍ତ, ହସ୍ପିଟାଲରେ ଚାଲିଗଲା ଜୀବନ

ଧର୍ମଗଡ଼,୨୦।୬(ଘାସିରାମ ଜଗତ): କଳାହାଣ୍ଡି ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ନ ମିଳିବାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ପରିବାର…

ଭାଲୁକୁ ପିଟି ପିଟି ହତ୍ୟା, ବନ୍ଧା ହେଲେ ୫ ଅଭିଯୁକ୍ତ

ମାଲକାନଗିରି,୨୦ା୬(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନ ଢାଇଗୁଡା ଗ୍ରାମ ନିକଟରେ ଭାଲୁକୁ ଆକ୍ରମଣ କରିଥିବା ୫ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି।…

ଠିକା କାମକୁ କେନ୍ଦ୍ର କରି ମାଡ଼ପିଟ, ଭାଜପା କର୍ମୀ ଗଲେ ଜେଲ

ରିଷିଡା, ୨୦।୬ (ସୁଶାନ୍ତ ମଲ୍ଲିକ): ଏକ ଠିକା କାମକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳ ଓ ମାଡ଼ପିଟ ଘଟଣାରେ ଜଣେ ଭାଜପା କର୍ମୀ ଜେଲ ଯିବା ଘଟଣା…

ରେଞ୍ଜ ଅଫିସରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା

ରାଜନଗର,୨୦ା୬(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ମାନସ ଦାସଙ୍କ କଟକ ଡିଭିଜନକୁ ବଦଳି ହୋଇଛି। ଆସନ୍ତା ୧ ତାରିଖରେ ସେ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri