Posted inରାଜ୍ୟ

ଓଡ଼ିଶା ସରକାରଙ୍କ ବଡ ଘୋଷଣା: ପ୍ରି-ମ୍ୟାଟ୍ରିକ, ପୋଷ୍ଟ-ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଢ଼ିଲା ସ୍କଲାରସିପ

କଟକ,୭ା୧୦: ଓଡ଼ିଶା ସରକାର ରାଜ୍ୟର ପ୍ରମୁଖ ଶିକ୍ଷା ଯୋଜନା ”ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା ଓ ଅନ୍ୱେଷା ଯୋଜନା” ଅଧୀନରେ ପ୍ରି-ମେଟ୍ରିକ ଓ ପୋଷ୍ଟ-ମେଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ବୃତ୍ତି ରାଶି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ପ୍ରି-ମେଟ୍ରିକ ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବାର୍ଷିକ ୧୦,୫୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

ସେହିପରି, ଆର୍ଥିକ ଦୁର୍ବଳ ପରିବାରର ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରୁଥିବା ଅନ୍ୱେଷା ଯୋଜନାରେ ବୃତ୍ତି ରାଶି ୧୧,୦୦୦ ଟଙ୍କାରୁ ୧୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୋଷ୍ଟ-ମେଟ୍ରିକ ସ୍ତରରେ, ପୁରୁଷ ଛାତ୍ରମାନେ ପୂର୍ବରୁ ପାଉଥିବା ୧୧,୦୦୦ ଟଙ୍କା ବଦଳରେ ଏବେ ୧୬,୦୦୦ ଟଙ୍କା ଏବଂ ମହିଳା ଛାତ୍ରୀମାନେ ୧୭,୦୦୦ ଟଙ୍କା ବାର୍ଷିକ ପାଇବେ।

ସୋମବାର ନୂଆପଡ଼ାରେ ଆୟୋଜିତ ଏକ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଘୋଷଣା କରି କହିଛନ୍ତି, “ଶିକ୍ଷା ହେଉଛି ବିକାଶର ମୂଳ ଆଧାର। ଆମ ସରକାର ପ୍ରତ୍ୟେକ ପିଲାଙ୍କ ପାଇଁ ସମାନ ଶିକ୍ଷା ସୁଯୋଗ ନିଶ୍ଚିତ କରିବାକୁ ପ୍ରତିବଦ୍ଧ।” ଏହି ବୃଦ୍ଧିପ୍ରାପ୍ତ ଆର୍ଥିକ ସହାୟତା ଓଡ଼ିଶାର ହଜାର ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ବାଧା ବିନା ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବାରେ ସହାୟକ ହେବ ବୋଲି ସେ ମତ ଦେଇଛନ୍ତି।

 

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ବେକରେ ଧୋତି ବାନ୍ଧି ଝୁଲିପଡ଼ିଲେ ଜେଲ ଓ୍ବାର୍ଡର

ଭୁବନେଶ୍ୱର,୭ା୩(ତ୍ରିନାଥ ମହାନ୍ତି):ଝାରପଡ଼ା ଜେଲ ପରିସର ସରକାରୀ କ୍ୱାର୍ଟର୍ସରେ ଜଣେ ଜେଲ ଓ୍ବାର୍ଡର ବେକରେ ଧୋତି ବାନ୍ଧି ଫ୍ୟାନ୍‌ରେ ଝୁଲି ଆମତ୍ହତ୍ୟା କରିଛନ୍ତି। ମୃତ ଓ୍ବାର୍ଡର ଜଣକ ହେଲେ…

ନୂତନ ପ୍ରଜାତିର ଆମ୍ଫିପୋଡ ଚିହ୍ନଟ: ପ୍ରଥମ ଥର…

ବ୍ରହ୍ମପୁର,୭ା୩(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରଜାତିର ଉଭୟଚର ପ୍ରାଣୀ ଛୋଟ ଚିଙ୍ଗୁଡ଼ି ଆମ୍ଫିପୋଡ ଚିହ୍ନଟ ହୋଇଛି। ଗତ ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri