Posted inଜାତୀୟ

୧୦ରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ପ୍ରଶାସନିକ ସ୍ତରରେ ଆଲୋଚନା

ନୂଆଦିଲ୍ଲୀ,୭।୧: କୋଟିଆ ବିବାଦ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ସହ ଏହାର ସମାଧାନ ନିମନ୍ତେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଆସନ୍ତା ୧୦ ତାରିଖରେ ଆଲୋଚନା କରିବେ। ଏନେଇ ଗୁରୁବାର ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ବିକାଶ ସିଂ ଅବଗତ କରିଛନ୍ତି। ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ କମିଟି ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ କମିଟି ସଦସ୍ୟଙ୍କ ସହ ଆସନ୍ତା ୧୦ରେ ଆଲୋଚନା କରିବାକୁ ସ୍ଥିର ହୋଇଛି। ତେଣୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ୪ ସପ୍ତାହ ସମୟ ଦିଆଯାଉ ବୋଲି ସିଂ ଅଦାଲତଙ୍କ ନିକଟରେ ଅନୁରୋଧ କରିଥିଲେ। ସୁପ୍ରିମକୋର୍ଟ ବିଚାରପତି ଏ.ଏମ୍‌. ଖାନ୍‌ଓ୍ବିଲକର ଏବଂ ସି.ଟି. ରବିକୁମାରଙ୍କୁ ନେଇ ଗଠିତ ୨ଜଣିଆ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୨୪କୁ ଧାର୍ଯ୍ୟ କରିଛନ୍ତି।

ଗତ ନଭେମ୍ବର ୯ରେ ଭୁବନେଶ୍ୱର ଲୋକସେବା ଭବନ ଠାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶ ପ୍ରତିପକ୍ଷ ଜଗନ୍‌ ମୋହନ ରେଡ୍ଡୀଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା। ଏଥିରେ କୋଟିଆ ଦ୍ୱୀପପୁଞ୍ଜ ବିବାଦ ସହ ନେରେଡି ବ୍ୟାରେଜ, ଝଞ୍ଜାବତୀ ଜଳ ପ୍ରପାତ, ପୋଲାଭରମ୍‌, ବାହୁଦା ନଦୀ ଜଳ ଛାଡ଼ିବା, ବାଲିମେଳା ଏବଂ ଅପର ସିଲେରୁ ଜଳ ବିଦ୍ୟୁତ୍‌ କ୍ଷେତ୍ର ଆଦି ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ପାଇଁ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମିଳିତ ଭାବେ କାମ କରିବେ। ଉଭୟ ରାଜ୍ୟର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରମୁଖ ସମସ୍ୟାଗୁଡ଼ିକର ଅପୋସ ସମାଧାନ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ଓଡ଼ିିଶା ସରକାର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଛନ୍ତି।
ଏହାପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ କୋଟିିଆ ସୀମା ବିବାଦର ରାଜନୈତିକ ସ୍ତରରେ ସମାଧାନ କରିବାକୁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, କୋଟିଆ ସୀମା ବିବାଦ ପ୍ରସଙ୍ଗରେ ୧୯୬୮ ଡିସେମ୍ବର ୨ ଏବଂ ୨୦୦୬ ମାର୍ଚ୍ଚ ୩୦ରେ ସୁପ୍ରିମକୋର୍ଟ ଉଭୟ ରାଜ୍ୟକୁ ସୀମା ବିବାଦ ଉପରେ ସ୍ଥିତାବସ୍ଥା ଜାରି ରଖିବାକୁ କହିଥିଲେ। ହେଲେ ସର୍ବୋଚ୍ଚ ଅଦାଲତଙ୍କ ଉକ୍ତ ରାୟକୁ ଆନ୍ଧ୍ରପ୍ରଦେଶ ସରକାର ଜାଣିଶୁଣି ଅବଜ୍ଞା କରିବା ସହ ଓଡ଼ିଶା ସୀମା ମଧ୍ୟରେ ପଶି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏପରି କି କୋଟିଆ ଗ୍ରାମ ପଞ୍ଚାୟତର ତିନୋଟି ଗାଁର ନାମ ବଦଳାଇ ଦେଇଛି। ଗଞ୍ଜେଇପଦର ନାମ ଗଞ୍ଜିବାଦ୍ରା, ଫାଟୁସେନେରିକୁ ପାଟୁଚେନ୍ନାମ୍‌ ଏବଂ ଫାଗୁସେନେରିରେ ଫାଗୁଲୁଚେନୁରେ ପରିବର୍ତ୍ତନ କରି ଗତ ବର୍ଷ ମାର୍ଚ୍ଚ ୫ତାରିଖରେ ଆନ୍ଧ୍ରପ୍ରଦେଶ ସରକାର ଉକ୍ତ ୩ ଗ୍ରାମପୁଞ୍ଜରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଓଡ଼ିଶା ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri