OAVET Result: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାମଲେଖା ପାଇଁ ଏଣ୍ଟ୍ରାନ୍ସ ରେଜଲ୍ଟ ପ୍ରକାଶ, ଜାଣନ୍ତୁ କିଭଳି ଜାଣିବେ…

କଟକ,୬।୨: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଟେଷ୍ଟ (OAVET)ର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ OAVET ସହିତ ଓ ମାଇନିଂ ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଟେଷ୍ଟ (OMAVET) ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଚଳିତ ବର୍ଷ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଏହି ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ www.bseodisha.ac.in କୁ ଯାଇ ସେମାନଙ୍କ ରେଜଲ୍ଟ ଦେଖି ପାରିବେ।