ରାଜ୍ୟରେ ଦିନକରେ ଆରୋଗ୍ୟ ଲାଭକଲେ ରେକର୍ଡ ସଂଖ୍ୟକ: ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୯।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୧୦୦ ଜଣ ରହିଛନ୍ତି। ସେହିପରି ଗଜପତି ୬୭, କଟକ ୪୨, ଯାଜପୁର ୩୨, ଦେବଗଡ଼ ୧୯, କୋରାପୁଟ ୧୮, ଖୋର୍ଦ୍ଧା ୧୫, ବରଗଡ଼ ୧୪, ଭଦ୍ରକ ୧୪, ବାଲେଶ୍ୱର ୧୨, କେନ୍ଦୁଝର ୧୦, ମାଲକାନଗିରି ୧୦, ଜଗତ୍‌ସିଂହପୁର ୯, ଝାରସୁଗୁଡ଼ା-ମୟୂରଭଞ୍ଜରୁ ୭ ଜଣ ଲେଖାଏ, କନ୍ଧମାଳ ୬, ନୟାଗଡ଼-ସମ୍ବଲପୁରରୁ ୫ଜଣ ଲେଖାଏ, ନବରଙ୍ଗପୁର ୪, କେନ୍ଦ୍ରାପଡ଼ା ୩, ଢ଼େଙ୍କାନାଳରୁ ୨ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୭,୪୦୭ ଆକ୍ରାନ୍ତ ସୁସ୍ଥ ହେଲେଣି। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।