କର୍ନାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା: ଗାଁରେ ଶେଷକୃତ୍ୟ ସମ୍ପନ୍ନ

ଜି.ଉଦୟଗିରି/ଦାରିଙ୍ଗିବାଡ଼ି,୯ା୩(ଚିନ୍ମୟ କୁମାର ସେଠୀ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ତେରେବାଡ଼ି ଗ୍ରାମର ଖ୍ରୀଷ୍ଟ ସମ୍ପ୍ରଦାୟର ମଡେରେଟର ବିଜୟ ନାୟକଙ୍କ ଏକମାତ୍ର ପୁଅ ବିଭାଷ ନାୟକ(୩୦)ଙ୍କୁ କର୍ନାଟକ ହାମ୍ପିଠାରେ ହତ୍ୟା କରାଯାଇଥିଲା। ରବିବାର ମୃତଦେହ ଗାଁରେ ପହଞ୍ଚିବା ପରେ ଜି.ଉଦୟଗିରି ଗୁଡ୍ରିପଡ଼ିଠାରେ ଖ୍ରୀଷ୍ଟ୍ରୀୟ ରିତିନୀତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶେଷକୃତ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଖ୍ରୀଷ୍ଟଧର୍ମର ପ୍ରଚାରକ, ଫାଦର, ସିଷ୍ଟର ଆଖାପାଖ ଅଞ୍ଚଳରେ ଥିବା ଚର୍ଚ୍ଚର ପାଳକ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବିଭାଷ ଚେନ୍ନାଇସ୍ଥିତ ମାଡ୍ରାସ୍‌ ଖ୍ରୀଷ୍ଟିଆନ କଲେଜରେ ବିବିଏ ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଅନୁଷ୍ଠାନରେ ଏମ୍‌ବିଏ ପଢ଼ା ସାରିବା ପରେ ଦିଲୀସ୍ଥିତ ଏସ୍‌ଟି ଷ୍ଟିଫେନ୍‌ ହସ୍ପିଟାଲରେ ଚାକିରି କରୁଥିଲେ। ସେ କର୍ନାଟକ ହାମ୍ପି ପର୍ଯ୍ୟଟନସ୍ଥଳକୁ ବୁଲିବାକୁ ଯାଇଥିଲେ। ଗୁରୁବାର ରାତି ପ୍ରାୟ ୧୧ଟାରେ ଇସ୍ରାଏଲି ମହିଳା, ୩ ପୁରୁଷ ପର୍ଯ୍ୟଟକଙ୍କ ସହ ହୋମଷ୍ଟେ ଅପରେଟର ବୁଲୁଥିବା ବେଳେ ୩ ଦୁର୍ବୃତ୍ତ ଆସି ସେମାନଙ୍କ ସହ ଯୁକ୍ତିତର୍କ କରି ଗାଳି ଗୁଲଜ କରିଥିଲେ। ପରେ ଦୁର୍ବୃତ୍ତମାନେ ଦୁଇ ମହିଳାଙ୍କୁ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ବିଭାଷଙ୍କ ସମେତ ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ ମାରି ନିକଟସ୍ଥ କେନାଲରେ ଫିଙ୍ଗି ଦେଇଥିଲେ। ୨ ଜଣ ପୁରୁଷ ପର୍ପ୍ୟଟକ ଆହତ ହୋଇଥିବା ବେଳେ ଶନିବାର ବିଭାଷଙ୍କ ମୃତଦେହ ମିଳିଥିଲା।

ବିଭାଷଙ୍କ ମୃତଦେହକୁ କର୍ନାଟକରୁ ଅଣାଯାଇ ଜି.ଉଦୟଗିରି ଠାରେ ସମାଧି ଦିଆଯାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ହତ୍ୟାକାରୀଙ୍କୁ ଉଚିତ ଦଣ୍ଡ ଦେବାପାଇଁ ବିଭାଷଙ୍କ ପରିବାର ଲୋକଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri