ପରୀକ୍ଷା ଦେବାରୁ ଛାତ୍ରୀଙ୍କୁ ବାରଣ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଆପାର୍ଟମେଣ୍ଟରୁ ଡେଇଁ ଓଡ଼ିଆ ଛାତ୍ରୀଙ୍କ ଆତ୍ମହତ୍ୟା 

ଭଞ୍ଜନଗର,୨୫।୭(ବାବୁଲା ପ୍ରଧାନ)-ହାଇଦ୍ରାବାଦର ମୀରାପୁର  ଅଞ୍ଚଳରେ ଜଣେ  ଦଶମ ଶ୍ରେଣୀ ଓଡ଼ିଆ ମେଧାବୀ ଛାତ୍ରୀ ଗୁରୁବାର ପରିବାର ସହ ରହୁଥିବା ଆପାର୍ଟମେଣ୍ଟର ୫ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ମାଟ୍ରିକ ମାସିକ ପରୀକ୍ଷା ଦେବାରୁ ବଞ୍ଚିତ କରିବା ଯୋଗୁ ହତୋତ୍ସାହିତ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ  ଅଭିଯୋଗ ହୋଇଛି। ମୃତ ଛାତ୍ରୀଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରୀ ଗ୍ରାମରେ। ଏହି ଖବର ଏଠାରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି  ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ବେଳକୁ ବିଦ୍ୟାଳୟ କତୃପକ୍ଷ, ପୋଲିସ ଏବଂ ଛାତ୍ରୀଙ୍କ ଅଭିଭାବକ ମଧ୍ୟରେ ଆଲୋଚନା ଚାଲିଛି। ଆଲୋଚନା ସରିବା ପରେ ଛାତ୍ରୀଙ୍କ ଅନ୍ତିମ ସତ୍କାର ହେବା ସମ୍ଭାବନା ରହିଛି।  ବ୍ୟବଚ୍ଛେଦ ପରେ ଆପାର୍ଟମେଣ୍ଟରେ ମୃତଦେହ ପହଞ୍ଚିଛି। ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।
ଘଟଣାରୁ ପ୍ରକାଶ ଯେ, ଛାତ୍ରୀ ଜଣକ ମେଧାବୀ ଥିଲେ। ସେ ନବମ ଶ୍ରେଣୀରେ ୯୮ ପ୍ରତିଶତ ମାର୍କ ରଖି ପାସ ହୋଇଥିଲେ। ଏବେ ସେ ଦଶମ ଶ୍ରେଣୀରେ ପଢୁଛନ୍ତି। ଗୁରୁବାର ବିଦ୍ୟାଳୟର ଦଶମ ଶ୍ରେଣୀ ମାସିକ ପରୀକ୍ଷା ହେଉଥିଲା। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଜଣଙ୍କୁ କିଛି କାରଣ ଦର୍ଶାଇ ପରୀକ୍ଷା ହଲକୁ ଛାଡ଼ି ନ ଥିଲେ। ଏହାକୁ ନେଇ ଛାତ୍ରୀଜଣଙ୍କ ଅପମାନିତ ମନେ କରିଥିଲେ। ଏହାପରେ ଘରେ ଆସି ବାପାଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ‘ମୋର ଏହି ବର୍ଷ ମାଟ୍ରିକ। ମୋତେ ପରୀକ୍ଷା ହଲକୁ ଯିବାକୁ ସୁଯୋଗ ଦିଆଗଲା ନାହିଁ। ମୋ ଭବିଷ୍ୟତ କ’ଣ ହେବ ବୋଲି ଛାତ୍ରୀ ଜଣଙ୍କ ପାଲଟା ବାପାଙ୍କୁ ପ୍ରଶ୍ନ କରିଥିଲେ। ଏହାଶୁଣି ବାପା ତାଙ୍କୁ ଧୌର୍ଯ୍ୟ ଧରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ କଥା ହେବେ ବୋଲି କହିଥିଲେ। ଏହାର କିଛି ସମୟ ପରେ ଛାତ୍ରୀଜଙ୍କେ ଗୁରୁବାର ଅପରାହ୍ନ ୧ ଟା ସମୟରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେଠାକାର ପୋଲିସ ଆତ୍ମହତ୍ୟାର ସଠିକ କାରଣ ଖୋଜୁଛି।

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri