ସାପ ଗବେଷଣା କ୍ଷେତ୍ରରେ ପୁଣି ଚମକିଲେ ଓଡ଼ିଆ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ସାପ ଗବେଷଣା କ୍ଷେତ୍ରରେ ଧ୍ରୁବତାରା ହୋଇ ପୁଣି ଚମକିଛନ୍ତି ଜଣେ ଓଡ଼ିଆ। ସେ ଏକାଥରକେ ୪ଟି ନୂଆ ପ୍ରଜାତିର ସାପ ଆବିଷ୍କାର କରିଛନ୍ତି। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଡେରାବିଶ ଡିଗ୍ରୀ କଲେଜର ଜୁଲୋଜି ଅଧ୍ୟାପକ ଡ. ଅଶୋକ ମଲ୍ଲିକ। ତାଙ୍କର ଏହି ଗବେଷଣା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଜର୍ନାଲ୍‌ ‘ଭର୍ଟିବ୍ରେଟ୍‌ ଜୁଲୋଜି’ରେ ପ୍ରକାଶିତ ହୋଇଛି। ଏହି ଗବେଷଣା ପେପରରେ ଭାରତରୁ ଏକାଥରେ ୪ଟି ନୂଆ ପ୍ରଜାତିର ପିଟ୍‌ ଭାଇପର ବା ବୋଡ଼ା ସାପ ପ୍ରଜାତି ଆବିଷ୍କୃତ ହୋଇଛି। ନୂଆ ପ୍ରଜାତିର ସାପଗୁଡ଼ିକ ହେଲେ କ୍ରାସେଡୋସେଫାଲସ୍‌ ମାକ୍ରୋଲେପିସ୍‌, କ୍ରାସେଡୋସେଫାଲସ୍‌ ପେଲଟୋପେଲୋର, କ୍ରାସେଡୋସେଫାଲସ୍‌ ଟ୍ରାଭାନ୍‌କୋରିକସ୍‌ ଓ କ୍ରାସେଡୋସେଫାଲସ୍‌ ଅକ୍ସିଡେଣ୍ଟାଲିସ୍‌। ଏହି ପିଟ୍‌ ଭାଇପର ସାପଗୁଡ଼ିକ ଦକ୍ଷିଣ ଭାରତରେ ଦେଖିବାକୁ ମିଳିଛନ୍ତି। ଅଶୋକ ୨୦୦୮ ମସିହାରୁ ଏହି ସାପଙ୍କ ଉପରେ ଗବେଷଣା ଆରମ୍ଭ କରିଥିଲେ। ସେତେବେଳେ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରେ ପିଏଚ୍‌ଡି କରୁଥିଲେ। ଦୀର୍ଘ ୮ବର୍ଷର ଗବେଷଣା ଫଳରେ ଖାଲି ଏହି ୪ ଟି ନୂଆ ସାପଙ୍କ ଆବିଷ୍କାର ଯେ ହେଲା ତାହା ନୁହେଁ, କ୍ରାସେଡୋସେଫାଲସ୍‌ ଜିନସ୍‌କୁ ମଧ୍ୟ ମାନ୍ୟତା ମିଳିଲା। ଏହି ୪ ପ୍ରଜାତିର ସାପଙ୍କୁ ଆଗରୁ ଟ୍ରାଇମେରେସେରସ୍‌ ଜିନସ୍‌ ଅଧୀନରେ ରଖାଯାଇଥିଲା।
ଏହି କ୍ରାସେଡୋସେଫାଲସ ସାପଗୁଡ଼ିକ ବିଷଧର। ଏମାନଙ୍କ ମୁହଁରେ ଉତ୍ତାପକୁ ବାରିବା ପାଇଁ ଦୁଇପଟେ ଦୁଇଟି ପିଟ୍‌ ବା ଗର୍ତ୍ତ ଥାଏ। ଏହି ପ୍ରଜାତିର ସାପ ସାଧାରଣତଃ ଜଙ୍ଗଲ ଓ ପାର୍ବତୀୟ ଅଞ୍ଚଳରେ ଦେଖାଯାଇଥାନ୍ତି। ମାକ୍ରୋଲେପିସ୍‌ ହେଉଛି ମଧ୍ୟମ ଧରଣର ପିଟ୍‌ ଭାଇପର। ମୁଣ୍ଡ ତିନିକୋଣିଆ, ଗାଢ଼ ସବୁଜ ରଙ୍ଗର ଶରୀର। ଲାଞ୍ଜରେ ଦୁର୍ବଳ ନୀଳ ରଙ୍ଗର ବ୍ୟାଣ୍ଡ୍‌ ପଡ଼ିଥାଏ। ପେଲଟୋପେଲୋର ହେଉଛି ଗାଢ଼ରୁ ହଳଦିଆ ସବୁଜ ରଙ୍ଗର ଶରୀର। ମାଢ଼ି ନିକଟରେ ମଲାଇ ଧଳା ରଙ୍ଗ, ମୁଣ୍ଡ ଓ ଦେହରେ ନୀଳ ରଙ୍ଗର ଦାଗ ଦେଖାଯାଏ। ଟ୍ରାଭାନକୋରିକସ୍‌ର ମୁଣ୍ଡ ଗାଢ଼ ମାଟିଆରୁ ପର୍ପଲ ମାଟିଆ ରଙ୍ଗ। ଶରୀର ଫିକା ସବୁଜରେ ମାଟିଆ ଛାପ ଓ ଲାଞ୍ଜ କଳା। ଅକ୍ସିଡେଣ୍ଟାଲିସର ମୁଣ୍ଡ ଓ ଶରୀର ଫିକା ସବୁଜ ରଙ୍ଗର। ଲାଞ୍ଜ ମଇଳା ଧଳା ରଙ୍ଗର ହୋଇଥାଏ। ଅଶୋକଙ୍କ ସହିତ ଏହି ଗବେଷଣାରେ ଦେଶ ତଥା ବିଦେଶର ଆଉ ୬ଜଣ ଗବେଷକ ସାମିଲ ଥିଲେ। ସେମାନେ ହେଲେ ଏ. ଏନ୍‌. ଶ୍ରୀକାନ୍ତମ୍‌, ଏସ୍‌. ଆର୍‌. ଗଣେଶ, ଏସ୍‌. ପି. ବିଜୟକୁମାର, ପି. ଡି. କ୍ୟାମ୍ପବେଲ, ଏ. ମାଲହୋତ୍ରା, ଏବଂ କେ. ଶଙ୍କର। ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସର ସେଣ୍ଟର ଫର୍‌ ଇକୋଲୋଜିକାଲ ସାଇନ୍ସ, ଚେନ୍ନାଇ ସ୍ନେକ ପାର୍କ, ଲଣ୍ଡନର ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ଏବଂ ବ୍ରିଟେନ୍‌ର ବାଙ୍ଗୋର ବିଶ୍ବବିଦ୍ୟାଳୟ ତରଫରୁ ମିଳିତ ଭାବେ ଏହି ଗବେଷଣା କରାଯାଇଥିଲା। ଏହି ଗବେଷଣା ପେପରରେ ଅଶୋକ ହିଁ କରେସ୍‌ପଣ୍ଡିଂ ଅଥର ଭାବେ ଦାୟିତ୍ୱ ନେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଏହି ଭଳି ଏକ ଗବେଷଣା ପେପରରେ ଏକାଥରକେ ୫ଟି ନୂଆ ଭାଇନ୍‌ ସ୍ନେକ୍‌ ପ୍ରଜାତି ସାପ ଆବିଷ୍କାର କରି ଆନ୍ତର୍ଜାତିକ ସ୍ତରରେ ଅଶୋକ ଚହଳ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri