ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେଜଛକ ସ୍ଥିତ ବସଷ୍ଟାଣ୍ଡ ଠାରେ ବିଭିନ୍ନ ମହାପୁରଷଙ୍କ ଜୀବନୀ, କାହାଣୀ ଓ ଐତିହାସିକ ସଂକ୍ରାନ୍ତିୟ ପୁସ୍ତକକୁ ନେଇ ଏକ ଷ୍ଟଲ ଖୋଲାଯାଇଥିଲା ।
ଏପରିକି ପୁସ୍ତକଗୁଡିକ ଅତିସ୍ବଳ୍ପ ମୂଲ୍ଯ ରଖାଯାଇଥିବା ହେତୁ ଏହା ପାଠକଙ୍କ ମନକୁ ବେଶ ଛୁଇଁଥିଲା । କଲେଜ ଛାତ୍ରୀ,ଛାତ୍ର ଓ ପାଠକମାନେ ଷ୍ଟଲକୁ ଆସି ପୁସ୍ତକମାନଙ୍କୁ ପଢି ଆଗ୍ରହ ସହକାରେ କିଣିଥିଲେ । ଏଥିରେ ଏନଏସି ଅଧକ୍ଷ କ୍ରୁଷ୍ଣଚନ୍ଦ୍ର ପଣ୍ଡା, କାଉନସିଲର ଭାସ୍କର ବେହେରା ଅତିଥି ଭାବେ ଯୋଗଦେଇଥିବା ବେଳେ ଏନଏସିର କର୍ମଚାରୀମାନେ ଏହାକୁ ପରିଚାଳନା କରିଥିଲେ ।

