କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଏହା ଭିତରେ ୮ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ହେଲେ ରାୟଗଡା ଜିଲାରେ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଓଡ଼ିଆ ଭାଷା ଓ ସଂସ୍କୃତି ଅବହେଳିତ ଓ ବିକୃତ ହେବାରେ ଲାଗିଛି। ଦକ୍ଷିଣ ଓଡ଼ିଶାର ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଉପାନ୍ତ ରାୟଗଡା ଜିଲାରେ ଓଡିଆ ଭାଷା ଓ ଲେଖାର ସ୍ଥିତି ଏବେ ଉଦ୍‌ବେଗଜନକ ରହିଛି।
ସ୍ଥାନୀୟ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆରେ ଲେଖିବା ପାଇଁ ସରକାର ୨୦୧୫ରୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ରାୟଗଡା ଜିଲାରେ କାଗଜ କଲମରେ ସୀମିତ ରହିଯାଇଛି ଓଡ଼ିଆ ଭାଷା ସୁରକ୍ଷା । ରାୟଗଡ଼ା ସହରରେ ଥିବା ଅଧାରୁ ଅଧିକ ସରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକର ନାମଫଳକ ଓଡ଼ିଆ ପରିବର୍ତ୍ତେ ଇଂଲିଶ ଏବଂ ତେଲୁଗୁରେ ନାମଫଳକ ଲେଖାଯାଇଥିବା ଦେଖିବାକୁ ମିଳୁଛି। ଜିଲା ଶ୍ରମ ବିଭାଗ ପାଖରେ ପୂର୍ବରୁ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ପଞ୍ଜୀକରଣ କରିସାରିଛନ୍ତି ସେମାନଙ୍କ ନାମଫଳକ ଓଡ଼ିଆରେ ଲେଖାଯାଉଥିବାବେଳେ ବର୍ତ୍ତମାନ ସହରରେ ଗଢିଉଠୁଥିବା ଅନେକ ଆପାର୍ଟମେଣ୍ଟ,ରେଷ୍ଟୁରାଣ୍ଟ, ଶୋ’ରୁମ, ହୋଟେଲ ଆଦିର ନାମଫଳକରେ ଓଡ଼ିଆ ଲେଖା ଦେଖିବାକୁ ମିଳୁନାହିଁ । ଯଦି ବି କେଉଁଠାରେ ଲେଖାହୋଇଥାଏ ତାହା ଅତି କଦର୍ଯ୍ୟ ଭାବେ ଲେଖାଯାଇଛି। ଅନେକ ସ୍ଥାନରେ ଓଡିଆ ବନାନଠାରୁ ଆରମ୍ଭ କରି ଅକ୍ଷରଗୁଡିକୁ ଭୁଲ ଭାବେ ଲେଖାଯାଉଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ସରକାରୀ କାର୍ଯ୍ୟାଳୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ନାମଫଳକରେ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ଲେଖାଯାଇଛି। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟରେ ରାୟଗଡ ଲେଖା ଯାଇଥିବାବେଳେ ରେଳ ଷ୍ଟେଶନରେ ରାୟଗଡା ଲେଖାଯାଉଛି। ଫଳରେ ସହରର ପ୍ରକୃତ ନାମ କ’ଣ ରହିଛି ବୋଲି ବାହାରୁ ଆସୁଥିବା ଯାତ୍ରୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି । ଓଡିଆ ଭାଷାକୁ କଦର୍ଯ୍ୟ କରି ଲେଖାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆଜି ସୁଦ୍ଧା କୌଣସି ଆଖି ଦୃଶିଆ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଅଭିଯୋଗ ହେଉଛି। ଫଳରେ ଉପାନ୍ତ ରାୟଗଡା ଜିଲାରେ ଓଡ଼ିଆ ଭାଷା ପ୍ରତି ଲୋକଙ୍କ ଆଦର କାମୁଥିବା ଜଣେ ଭାଷା ପ୍ରେମୀ ଲାବଣ୍ୟ ମୋହନ ପଟ୍ଟନାୟକ କହିଛନ୍ତି ।
ଅନ୍ୟପକ୍ଷେ ଆନ୍ତଃରାଜ୍ୟ ବସ୍‌ରେ ଓଡ଼ିଆ ଭାଷା ପରିବର୍ତ୍ତେ ତେଲୁଗୁ ଭାଷା ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଏପରିକି ସହରରେ ଥିବା ଅନେକ ସିନେମା ହଲ୍‌ରେ ବର୍ଷ ତମାମ ଅଣଓଡିଆ ସିନେମା ପ୍ରଦର୍ଶିତ ହେଉଥିବା ବେଳେ ଓଡିଆ ସିନେମା ଲଗାଯିବା ପାଇଁ ଓଡିଆଙ୍କ ପକ୍ଷରୁ ଦାବି କରିବାକୁ ପଡିଥାଏ। ଯାହାକି ଦୁର୍ଭାଗ୍ୟଜନକ ବୋଲି ଭାଷାବିତ୍‌ମାନେ ମତ ପ୍ରକାଶ କରୁଛନ୍ତି । ରାୟଗଡାରେ ଓଡିଆ ଭାଷାର ବହୁଳ ବ୍ୟବହାର ପାଇଁ ବିଭିନ୍ନ ସଂଗଠନଗୁଡିକ ସ୍ଥାନୀୟ ପ୍ରଶାସନକୁ ଦାବିପତ୍ର ତଥା ଆଲୋଚନା ମାଧ୍ୟମରେ ମନେ ପକାଇ ଆସୁଛନ୍ତି । ହେଲେ ଏହାର କିଛି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କୁ ପଚାରିବାରୁ, ଓଡ଼ିଆରେ ନାମଫଳକ ନ ଲେଖିଲେ କିମ୍ବା କଦର୍ଯ୍ୟ କରି ଓଡ଼ିଆ ଭାଷା ଲେଖିଲେ ୫୦୦୦ରୁ ଆରମ୍ଭ କରି ୨୫୦୦୦ ଫାଇନ ରହିଥିବା ସେ କହିଛନ୍ତି l ଗତ ବର୍ଷ ୨୫ ଜଣଙ୍କୁ ନୋଟିସ୍‌ କରିଥିଲୁ । କିନ୍ତୁ କେତେ ଫାଇନ ଆଦାୟ ହୋଇଛି ତାର ତଥ୍ୟ ନ ଥିବା ସେ କହିଛନ୍ତି l ଚଳିତ ବର୍ଷ କାହାରିକୁ ନୋଟିସ କରାଯାଇନାହିଁ ବୋଲି ମଧ୍ୟ ସେ କହିଛନ୍ତି । ସେହିପରି ରେଳ ଷ୍ଟେଶନରେ ରାୟଗଡା ପରିବର୍ତ୍ତେ ରାୟଗଡ଼ ଲେଖାଯିବା ପାଇଁ ଆମେ ଆଲୋଚନା କରି ଆନ୍ଧ୍ରପ୍ରଦେଶର ଜୋନାଲ ହେଡ୍‌ଙ୍କୁ ଜଣାଇବୁ ବୋଲି କହିଛନ୍ତି। ଏବେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ କରାଯାଇଥିବାରୁ ନିର୍ବାଚନ ପରେ ଯେଉଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଓଡ଼ିଆ ନାମଫଳକ ଲଗାଇନାହାନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri