Odisha Elections 2024

ଆଜିଠାରୁ ଲାଗୁହେବ ନୂଆ ଦର, ପହିଲାରୁ ବଢିବ ଗାଡି,ବୀମା,ବ୍ୟାଙ୍କ ଋଣ

ନୂଆଦିଲ୍ଲୀ,୧।୪: ନୂତନ ଆର୍ଥକ ବର୍ଷ (୨୦୨୪-୨୫ ଆର୍ଥିକ ବର୍ଷ)ର ଆରମ୍ଭରୁ ନୂଆ ଦର ଲାଗୁ ହେବ ବୋଲି ବହୁ ପୂର୍ବର ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରଗୁଡିକ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ଲୋକସଭା ଓ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ସହିତ କଞ୍ଚାମାଲର ଅଭାବ, ଦରଦାମ ବୃଦ୍ଧି ସହ ଅନ୍ତରାଷ୍ଟ୍ରୀୟ ସମସ୍ୟା ଏବଂ ୟୁଏସ ଫେଡରାଲ ବ୍ୟାଙ୍କର ସୁଧ ହାର ବୃଦ୍ଧି କାରଣରୁ ଘରୋଇ ବଜାରରେ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା/ଆଶାଙ୍କ ରହିଛି।

ସେହିଭଳି ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀଗୁଡିକ ମଧ୍ୟ ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭରୁ ନୂଆ ଦର ଲାଗୁ କରିବେ ବୋଲି ଟାଟା,ଟୟୋଟା, ହୋଣ୍ଡା, ଏମ ଆଣ୍ଡ ଏମ, ମାରୁତି ସୁଜୁକି, କିଆ ଓ ହ୍ୟୁଣ୍ଡାଇ ମୋଟର୍ସ ଭଳି କମ୍ପାନୀଗୁଡିକ ପକ୍ଷରୁ ବହୁ ପୂର୍ବରୁ ଘୋଷଣା କରାଯାଇଛି।

ସେହିପରି ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କର ସୁଧହାର (ବ୍ୟାଙ୍କ ଋଣ) ସମେତ ଅନ୍ୟାନ୍ୟ ଋଣ ଗୁଡିକରେ ମଧ୍ୟ ସୁଧ ହାର ବଢାଇବାକୁ ବ୍ୟାଙ୍କଗୁଡିକ ପକ୍ଷରୁ ଯୋଜନା କରାଯାଇଛି। ଅପରପକ୍ଷରେ ଉଭୟ ସରକାରୀ ଓ ଘରୋଇ ବୀମା କମ୍ପାନୀଗୁଡିକ ମଧ୍ୟ ଇକୁଏଟେଡ ମନଥିଲି ଇନଷ୍ଟଲମେଣ୍ଟ (ଇଏମଆଇ) ହାରରେ ବୃଦ୍ଧି କରିବେ ବୋଲି ବହୁ ପୂର୍ବରୁ ଘୋଷଣା କରିଛନ୍ତି।

ଏ ନେଇ ବଜାର ବିଶେଷଜ୍ଞମାନେ କହିଛନ୍ତି, ଘରୋଇ ବଜାରରେ ଦରଦାମ ବୃଦ୍ଧି ଏକ ପ୍ରମୁଖ କାରଣ ହୋଇଥିଲାବେଳେ ଉତ୍ପାଦକ ଓ ନିର୍ମାତମାନେ ମଧ୍ୟ କଞ୍ଚାମାଲର ଅଭାବ ଓ ସରକାରୀ ନୀତିକୁ ଦୋଷ ଦେବା ସହିତ ବଜାରର ଆବଶ୍ୟକତା ପୂରଣ ପାଇଁ ଦରବୃଦ୍ଧିକୁ ପ୍ରମୁଖ ଅସ୍ତ୍ର କରିଥିଲାବେଳେ ଖାଉଟି ଓ ଗ୍ରାହକ ଅତିରିକ୍ତ ଖର୍ଚ୍ଚରେ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷରେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ମଧ୍ୟ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ କମ୍ପାନୀଗୁଡିକଠାରୁ ସହଯୋଗ ପାଇଥିବାରୁ ବର୍ତ୍ତମାନ ସମୟରେ କୌଣସି ନିଷ୍ପତ୍ତି ବା ପଦକ୍ଷେପ ଗ୍ରହଣ କରିବେ ନାହିଁ, ଫଳରେ ଖାଉଟି ନୂଆ ଓ ଉଚ୍ଚ ଦରରେ ସେମାନଙ୍କ ଆବଶ୍ୟକତା ଓ ଚାହିଦା ମେଣ୍ଟାଇବାକୁ ବାଧ୍ୟ ହେବେ ବୋଲି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪,୦୦୦ କର୍ମଚାରୀଙ୍କୁ ଛଟେଇ କଲା ତୋଷିବା: ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ନୂତନ ମାଲିକାନା ଅଧୀନରେ ପୁନଃର୍ଗଠନର କାର୍ଯ୍ୟର ଏକ ଅଂଶ ଭାବରେ ତୋଷିବା ଏହାର ୪,୦୦୦ ଛଟେଇ କରିଥିବା ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି।...

ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅତ୍ୟଧିକ ର୍ନିଭରଶୀଳ ପାଇଁ NBFC କୁ ଚେତାବନୀ ଦେଲା RBI

ମୁମ୍ବାଇ,୧୬।୫: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଅଣ ବ୍ୟାଙ୍କ ଫାଇନାନ୍ସ କମ୍ପାନୀଗୁଡିକ (ଏନବିଏଫସି) କୁ ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅଧିକ ର୍ନିଭରଶୀଳତା...

ରେକର୍ଡ ପ୍ରଫିଟ୍‌ ପରେ କର୍ମଚାରୀଙ୍କୁ ମାଲାମାଲ କଲା କମ୍ପାନୀ

ନୁଆଦିଲ୍ଲୀ, ୧୬।୫: ରେକର୍ଡ ପ୍ରଫିଟ ହାସଲ କରିବା ପରେ ସିଙ୍ଗାପୁର ଏୟାରଲାଇନ୍‌ ଏହାର କର୍ମଚାରୀଙ୍କୁ ୮ ମାସର ଦରମା ବୋନସ୍‌ ଆକାରରେ ଦେବାକୁ ଘୋଷଣା କରିଛି।...

ଏବେ ଶ୍ରୀଲଙ୍କାରେ ବି ଚାଲିବ UPI

ନୂଆଦିଲ୍ଲୀ,୧୬।୫: ଏଣିକି ଶ୍ରୀଲଙ୍କାରେ ମଧ୍ୟ ଚାଲିବ ଫୋନ୍‌ ପେ’। କମ୍ପାନୀ ଲଙ୍କା ପେ’ ସହ ସହଭାଗିତା ଘୋଷଣା କରିଛି। ଏହାଦ୍ୱାରା ବ୍ୟବହାରକାରୀ ଶ୍ରୀଲଙ୍କାରେ ୟୁପିଆଇ ଯେଗେ...

ଟାଟା ଷ୍ଟିଲ୍‌କୁ ଉତ୍ପାଦକତା ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୧୬।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ‘ଉତ୍ପାଦକତା ଉତ୍କର୍ଷ...

ଟେକ୍ନୋଲୋଜି କ୍ଷେତ୍ରରେ ଝିଅମାନଙ୍କ ସମାନ ଭାଗୀଦାରି ରହୁ: ଈଶା

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଚତୁର୍ଥ ଶିଳ୍ପ ବିପ୍ଳବର ଏହି ଡିଜିଟାଲ ଯୁଗରେ ଯଦି ଭାରତକୁ ବିଶ୍ୱର ଅଗ୍ରଣୀ ଭାବେ ଉଭା ହେବାର ଅଛି,ତେବେ ଝିଅମାନଙ୍କୁ ଆଗକୁ...

୨୦୪୭ ସୁଦ୍ଧା ଜିଡିପିର ୬% ଖର୍ଚ୍ଚକରି ଭାରତକୁ ବିକଶିତ କରିବାକୁ ପଡ଼ିବ

ଭୁବନେଶ୍ୱର,୧୬।୫ (ଅନୁରାଧା ମହାରଣା): ଦେଶର ଅର୍ଥନୀତି ଏହାର ଶିକ୍ଷା ସହ ସିଧାସଳଖ ଜଡ଼ିତ। ଭାରତର ରାଜନୈତିକ ଦଳଗୁଡ଼ିକ ଶିକ୍ଷା କ୍ଷେତ୍ରକୁ ଗମ୍ଭୀରତାର ସହ ନେବା ଉଚିତ...

ସୁନା ଋଣ ପ୍ରଦାନରେ ନିୟମ କଡ଼ାକଡ଼ି

ଭୁବନେଶ୍ୱର,୧୬।୫ (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀଗୁଡ଼ିକୁ ସୁନା ଋଣ ପରିମାଣ, ନିଲାମ ପ୍ରକ୍ରିୟା ଏବଂ ନଗଦ ବିତରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri