ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ ହରାଇ ପରିବାର ଭାଙ୍ଗି ପଡ଼ିଥିବା ବେଳେ  ମୃତଦେହକୁ ଆଣିବାକୁ ସ୍ତ୍ରୀ ଗୁହାରୀ କରିଛନ୍ତି। ମୃତକ ହେଲେ ଚେରୁ ନାଇକ(୩୫)।
ସୂଚନାନୁଯାୟୀ, ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଦଳିତ ସାହିର ତ୍ରିନାଥ ନାଇକଙ୍କ ଏକମାତ୍ର ରୋଜଗାରକ୍ଷମ ପୁଅ ଚେରୁ ଗୋଆର ଏକ ଷ୍ଟିଲ କାରଖାନାରେ କାମ କରୁଥିଲେ। ଦୁର୍ଘଟଣାବଶତଃ ଏକ ଷ୍ଟିଲ ଛଡ଼ ତାଙ୍କ ପେଟରେ ପଶି ଯିବାରୁ ବୁଧବାର ସକାଳ ପ୍ରାୟ ସାଢ଼େ ୭ଟାରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଚେରୁଙ୍କ ସ୍ତ୍ରୀ ଜୟନ୍ତୀଙ୍କୁ ଖବର ମିଳିବା ପରେ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଚେରୁୁଙ୍କ ୨ଟି ଛୋଟ ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡିଛି। ସ୍ବାମୀଙ୍କୁ ହରାଇ ସେ ବାହୁନି ବାହୁନି କାନ୍ଦୁଛନ୍ତି। ସ୍ବାମୀଙ୍କ ବିନା କିଭଳି ଚଳିବେ। ୩ ପିଲାଙ୍କ ଭବିଷ୍ୟତ କଣ ହେବ ସେ ନେଇ ଚିନ୍ତିତ ହୋଇପଡିଛନ୍ତି। ତାଙ୍କ ମୃତଦେହକୁ ଗାଁକୁ ଆଣିବା ପାଇଁ ସ୍ତ୍ରୀ ସ୍ଥାନୀୟ ପୋଲିସ ପ୍ରଶାସନିକ ଅଧିକାରୀ ମାନଙ୍କୁ ଗୁହାରି କରିଥିବା ଜଣାଇଛନ୍ତି। ସେ ଏନେଇ ଦିଗପହଣ୍ଡି ଥାନାରେ ଲିଖିତ ଭାବେ ରିପୋର୍ଟ ଦେଇଛନ୍ତି। ବି. ତୁରୁବୁଡ଼ି ଗ୍ରାମର ଜଣେ ଶ୍ରମ ଠିକାଦାରଙ୍କ ଜରିଆରେ ଗତ ପ୍ରାୟ ୧୦ ବର୍ଷ ହେଲା ଚେରୁ ଗୋଆର ସାଲସେଟ କୁନକୋଲିନ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଥିବା ଏକ କମ୍ପାନୀରେ କାମ କରୁଥିଲେ ବୋଲି ଜଣାପଡିଛି।

କିଛିଦିନ ପୂର୍ବେ ଚେରୁୁ ଘରକୁ ଆସିଥିଲେ। ଘରେ ହସ ଖୁସିରେ କିଛିଦିନ ରହିବା ପରେ ପୁଣି କର୍ମକ୍ଷେତ୍ର ଗୋଆକୁ ଯାଇଥିଲେ ବୋଲି ସାହିବାସିନ୍ଦା କହିଛନ୍ତି। ସେହିପରି ଗତ ୨ ବର୍ଷ ପୂର୍ବେ ଉକ୍ତ ଶ୍ରମ ଠିକାଦାରଙ୍କ ସହାୟତାରେ ଗୋଆରେ କାମ କରିବାକୁ ଯାଇଥିବା ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ବାରିତୋଳା ଗ୍ରାମର ରଙ୍କ ନାଇକ(୩୬) ଏବଂ ବି. ତୁରୁବୁଡ଼ି ଗ୍ରାମର ଏସ.ସହଦେବ ରେଡ୍ଡୀ(୪୦) ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଶ୍ରମ ଠିକାଦାର ଜଣକ ବିନା ଲାଇସେନ୍ସରେ ଶ୍ରମିକ ଚାଲାଣ କରି କମିଶନ ବାବଦରେ ପ୍ରଚୁର ଅର୍ଥ ରୋଜଗାର କରୁଥିବା ବେଳେ ଶ୍ରମିକ ମାନଙ୍କ ସୁରକ୍ଷା ଓ ଜୀବନ ଜୀବିକା ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି। ଜିଲା ଶ୍ରମ ବିଭାଗ ଓ ପୋଲିସ ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରୁ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri