ଆଇକୋଲଡ୍‌ କଂଗ୍ରେସ ସମ୍ମିଳନୀରେ ଯୋଗଦେଲେ ଓଡ଼ିଆ ଯନ୍ତ୍ରୀ: ରାଜ୍ୟ ପାଇଁ ଆଣିଲେ ଗୌରବ

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ)-ଚୀନର ଚେଙ୍ଗୁଡୁ ସହରରେ ଗତ ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ୨୮ତମ ଇଣ୍ଟରନ୍ୟାଶନାଲ କମିଶନ ଅନ୍‌ ଲାର୍ଜ ଡେମ(ଆଇକୋଲଡ) କଂଗ୍ରେସର ୯୩ ତମ ବାର୍ଷିକ ଅଧିବେଶନ ଅନଷ୍ଠିତ ହୋଇଥିଲା। ଏଥିରେ common challenges, shared future, better’ dam ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବିଶ୍ୱର ୮୫ଟି ଦେଶରୁ ୨ ହଜାରରୁ ଉଦ୍ଧର୍‌ବ ଯନ୍ତ୍ରୀ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

ସେଥିରେ ଭାରତରୁ ୫ଜଣ ଇଞ୍ଜିନିୟର ଯୋଗ ଦେଇଥିଲେ। ସେଥିମଧ୍ୟରୁ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ(ପ୍ଲାନିଂ ଓ ଡିଜାଇନ) ତଥା ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତିଲିସିଙ୍ଗି ଗ୍ରାମର ଇଂ. ଲିଙ୍ଗରାଜ ଗୌଡ ଯୋଗଦେଇଥିଲେ। ସେ ପ୍ରଥମ ଓଡ଼ିଆ ଭାବେ ଆଇକୋଲଡ କଂଗ୍ରେସର ସଦସ୍ୟ ହେବା ସହ ଚୀନ ସମ୍ମିଳନୀରେ ଯୋଗଦେଇ ଅଞ୍ଚଳ ଏବଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ସମ୍ମିଳନୀରୁ ଭୁବନେଶ୍ୱର ଫେରିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ସର୍ବୋଚ୍ଚ ଯନ୍ତ୍ରୀ ଲିଙ୍ଗରାଜ ସମ୍ମିଳନୀରେ ଯୋଗଦେଇ ହୀରାକୁଦ ଜଳଭଣ୍ଡାର ତଳ ମୁଣ୍ଡର ବନ୍ୟା ନିୟନ୍ତ୍ରଣ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଯାହାକି ଉଚ୍ଚ ପ୍ରଶଂସିତ ହୋଇପାରିଛି।

ଦିନକୁ ଦିନ ଜନ ସଂଖ୍ୟା ବୃଦ୍ଧି ପାଉଛି। ଅନ୍ୟପକ୍ଷେ ଜଳବାୟୁ ପରିବର୍ତ୍ତନ ହେଉଛି। ଲୋକଙ୍କ ପାଇଁ ପିଇବା ପାଣି, ଚାଷ କାର୍ଯ୍ୟ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ମଧୂର ଜଳର ଆବଶ୍ୟକ ପଡୁଛି। କିନ୍ତୁ ମଧୂର ଜଳ ସ୍ଥର କମିବାରେ ଲାଗୁଛି। ଯାହାକି ଚିନ୍ତା ଜନକ ବିଷୟ। ତେଣୁ ଜଳଭଣ୍ଡାର ମାଧ୍ୟମରେ ଜଳ ସଂରକ୍ଷଣ କିଭଳି ହେବ, ସବୁଜ ଶକ୍ତି ଉତ୍ପାଦନ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

ବିଶ୍ୱର ତାପମାତ୍ରାକୁ ହ୍ରାସ କରିବା ପାଇଁ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ, ସୋଲାର ପ୍ରକଳ୍ପ ମାଧ୍ୟମରେ ବିଦ୍ୟୁତ୍‌ ଉତ୍ପାଦନ ବୃଦ୍ଧି, ପବନ ବାୟୁ ଶକ୍ତି ପ୍ରକଳ୍ପ ନିର୍ମାଣ କରି ଶକ୍ତି ଉତ୍ପାଦନ କରିବା ଉପରେ ବୈଠକର ଜୋର୍‌ ଦିଆଯାଇଥିଲା।

ଏଥିସହ ଜଳଭଣ୍ଡାର ମାଧ୍ୟମରେ ଲୋକଙ୍କ ଆର୍ଥିକ ମାନଦଣ୍ଡରେ କିଭଳି ଉନ୍ନତି ଆସିବ, ବନ୍ୟା ନିୟନ୍ତ୍ରଣ, ଜଳବାୟୁ ପରିବର୍ତ୍ତନକୁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଜଳବାୟୁ ପରିବର୍ତ୍ତନରକୁ ପ୍ରଭାବକୁ ରୋକିବା ପାଇଁ ନୂତନ ଜଳଭଣ୍ଡାର ମାଧ୍ୟମରେ ଜଳ ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଛି ବୋଲି ଗୌଡ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ,୧୯୨୮ରେ ଇଣ୍ଟରନ୍ୟାଶନାଲ କମିଶନ ଅନ୍‌ ଲାର୍ଜ ଡେମ ଗଠନ ହୋଇଥିଲା। ଏହାର ମୁଖ୍ୟ କାର୍ଯ୍ୟାଳୟ ପ୍ୟାରିସରେ ଅଛି। ଏଥିରେ ବର୍ତ୍ତମାନ ୧୦୬ଟି ଦେଶର ୧୦ ହଜାରରୁ ଊଦ୍ଦର୍‌ବ ଯନ୍ତ୍ରୀ ସଭ୍ୟାସଭ୍ୟ ଅଛନ୍ତି। ସେଥିରେ ଗୌଡ ପ୍ରଥମ ଓଡ଼ିଆ ଯନ୍ତ୍ରୀ ଭାବେ ସଦସ୍ୟ ହୋଇଛନ୍ତି। ଏହି ସଂଗଠନ ଡେମ ନକ୍ସା, ନିର୍ମାଣ, ରକ୍ଷଣାବେକ୍ଷଣ, ପରିଚାଳନା ସମ୍ବନ୍ଧୀୟ ନିର୍ଦ୍ଦେଶନାମା standards and guidelines(ଷ୍ଟାଣ୍ଡରଡ୍ସ ଓ ଗାଇଡ୍‌ଲାଇନ୍ସ ସମଗ୍ର ବିଶ୍ବ ପାଇଁ ପ୍ରସ୍ତୁତ କରିଥାଏ)। ଏହି ଅବସରରେ ଗୌଡ଼ ବିଶ୍ୱର ୩୧୫ ମିଟର ଉଚ୍ଚତା ବିଶିଷ୍ଟ
ଡେମ ସୁଆଙ୍ଗଜିଆଙ୍କକୋ ସମେତ ଅନ୍ୟାନ୍ୟ ଡେମ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri