ତ୍ରିପୁରାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ

କର୍ଲାମୁଣ୍ଡା/ତୁଣ୍ଡଲା(ପ୍ରଦୀପ କୁମାର ସାହୁ/ଫିରୋଜ କୁମାର ଦାସ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବେଲଖଣ୍ଡି ଗାଁର ବିଏସ୍‌ଏଫ୍‌ ଯବାନ ଈଶ୍ୱର ଚନ୍ଦ୍ର ଦୋରାଙ୍କ ମୃତ୍ୟୁ ଘଟିଛି। ଈଶ୍ୱର ୨୦୦୯ରେ ବିଏସ୍‌ଏଫ୍‌ ଯବାନ ଭାବେ ନିଯୁକ୍ତି ପାଇଥିଲେ।

ସେ ତ୍ରିପୁରାରେ ଡ୍ୟୁଟିରେ ଥିବାବେଳେ ଗୁରୁବାର ରାତିରେ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଥିବା ସୂଚନା ମିଳିଛି। ଏହି ଖବର ଆସିବା ପରେ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଈଶ୍ୱରଙ୍କ ମୃତଦେହ ଜନ୍ମମାଟି ବେଲଖଣ୍ଡି ଅଣାଯାଉଥିବା ତାଙ୍କର ସମ୍ପର୍କୀୟ କହିଛନ୍ତି।