Posted inଖେଳ

ହକି ବିଶ୍ୱକପରେ ଓଡ଼ିଆ

ଆଗାମୀ ହକି ବିଶ୍ୱକପରେ ଓଡ଼ିଶାର ୨ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ସେମାନେ ହେଲେ ଡିଫେଣ୍ଡର ଅମିତ ରୋହିଦାସ ଓ ନିଲମ ସଞ୍ଜିପ ଖେସ୍‌। ୨୦୧୮ରେ ହୋଇଥିବା ଗତ ବିଶ୍ୱକପରେ ଅମିତଙ୍କ ସହ ବୀରେନ୍ଦ୍ର ଲାକ୍ରା ଭାରତୀୟ ଦଳରେ ସାମିଲ ଥିଲେ। ସେତେବେଳେ ଦୀର୍ଘ ୧୨ ବର୍ଷ ବ୍ୟବଧାନରେ ଭାରତୀୟ ହକି ବିଶ୍ୱକପ ଦଳରେ ଏକାଧିକ ଓଡ଼ିଆ ଖେଳାଳି ସାମିଲ ହେବାର ସୁଯୋଗ ପାଇଥିଲେ। କାରଣ ପୂର୍ବରୁ ୨୦୦୬ରେ ଭାରତୀୟ ଦଳରେ ଏକାଧିକ ଓଡ଼ିଆ ଖେଳାଳି ସାମିଲ ହେବାର ସୁଯୋଗ ପାଇଥିଲେ। ୨୦୦୬ ବିଶ୍ୱକପରେ ଦିଲୀପ, ଇଗ୍ନେସ ତିର୍କୀ ଓ ପ୍ରବୋଧ ତିର୍କୀ ଭାରତ ପକ୍ଷରୁ ଖେଳିଥିଲେ। କେବଳ ସେତିକି ନୁହେଁ ପ୍ରଥମ ଓଡ଼ିଆ ଖେଳାଳିଭାବେ ଦିଲୀପ ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେଇ ରାଜ୍ୟକୁ ଗର୍ବିତ କରିଥିଲେ। ୨୦୧୦ରେ କୌଣସି ଓଡ଼ିଆ ଖେଳାଳି ଜାତୀୟ ଦଳରେ ସୁଯୋଗ ପାଇ ନ ଥିବାବେଳେ ୨୦୧୪ରେ ଏକମାତ୍ର ବୀରେନ୍ଦ୍ର ୧୮ ଜଣିଆ ଦଳରେ ସ୍ଥାନ ପାଇବାରେ ସକ୍ଷମ ହୋଇଥିଲେ।
ଇତିହାସ ଅବଲୋକନ କଲେ ଜଣାଯାଏ ହକି ବିଶ୍ୱକପ ୧୯୭୧ ମସିହାରୁ ଆରମ୍ଭ ହୋଇଥିଲେ ହେଁ ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ୱ ୧୯୯୮ରେ ଆରମ୍ଭ ହୋଇଥିଲା। ଅର୍ଥାତ୍‌ ୮ଟି ସଂସ୍କରଣ ପରେ ଭାରତ ପକ୍ଷରୁ କୌଣସି ଓଡ଼ିଶା ଖେଳାଳି ପ୍ରତିନିଧିତ୍ୱ କରିବାର ଗୌରବ ପାଇଥିଲେ। ନେଦରଲାଣ୍ଡର ଉଟ୍ରେଚ୍‌ଠାରେ ଅନୁଷ୍ଠିତ ଏହି ବିଶ୍ୱକପରେ ୨ ଜଣ ଓଡ଼ିଆ ଖେଳାଳି ଦିଲୀପ ତିର୍କୀ ଓ ଲାଜରୁସ ବାର୍ଲା ଭାରତ ପକ୍ଷରୁ ଖେଳିଥିଲେ। ୨୦୦୨ କୁଆଲାଲମ୍ପୁର ବିଶ୍ୱକପରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ ଦିଲୀପ ଓ ଲାଜରୁସ।
ହକି ମହାକୁମ୍ଭ ଏଥର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ ହେବାକୁ ଯାଉଛି। ୨୦୧୮ରେ ଅମିତ ବିଶ୍ୱକପ୍‌ ଖେଳିବାର ଅଭିଜ୍ଞତା ରଖିଥିବାରୁ ଏଥର ଦ୍ୱିତୀୟ ଥରପାଇଁ ଏହି ମେଗା ଟୁର୍ନାମେଣ୍ଟରେ ନିଜ ଯାଦୁ ଦେଖାଇବାର ସୁଯୋଗ ପାଇଛନ୍ତି। ଅନ୍ୟ ପକ୍ଷରେ ନିଜ ଦକ୍ଷତା ଦ୍ୱାରା ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ପାରିଥିବା ନିଲମ ଏଥର ପ୍ରଥମଥରପାଇଁ ବିଶ୍ୱକପରେ ଖେଳିବାର ଅନୁଭୂତି ଲାଭ କରିବେ। କଳିଙ୍ଗ ଓ ବିର୍ସାମୁଣ୍ଡା ଷ୍ଟାଡିୟମ ଘରୋଇ ପଡ଼ିଆ ହୋଇଥିବାରୁ ଉଭୟ ଅମିତ ନିଲମ ଦର୍ଶକ ସମର୍ଥନ ଲାଭ କରିବା ସହ ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଓଡ଼ିଶା ହକି ପ୍ରେମୀଙ୍କ ଆଶା ରହିଛି।
ଅନ୍ତର୍ଜାତୀୟ ସ୍ତରରେ କୌଣସି ଓଡ଼ିଆ ଖେଳାଳି ଜାତୀୟ ଦଳର ନେତୃତ୍ୱ ନେବାରେ ଦିଲୀପ ଏକମାତ୍ର ଦୃଷ୍ଟାନ୍ତ ନୁହନ୍ତି। ଦିଲୀପ ଏହି ଧାରା ଆରମ୍ଭ କରିଛନ୍ତି ସତ, ମାତ୍ର ପରେ ଏହି ତାଲିକାରେ ଆହୁରି ଅନେକ ଓଡ଼ିଆ ଯୋଡ଼ି ହୋଇଯାଇଛନ୍ତି। ସେମାନେ ହେଲେ ଇଗ୍ନେସ ତିର୍କୀ, ପ୍ରବୋଧ ତିର୍କୀ, ଜ୍ୟୋତି ସୁନୀତା କୁଲୁ, ସୁଭଦ୍ରା ପ୍ରଧାନ, ସୁନୀତା ଲାକ୍ରା ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା ଏବଂ ଜୁନିୟରରେ ଦୀପସାନ ତିର୍କୀ। ଦିଲୀପ କେବଳ ବିଶ୍ୱକପରେ ନୁହନ୍ତି କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ ମଧ୍ୟ ଜାତୀୟ ଦଳର ନେତୃତ୍ୱ ନେବାର ଅନୁଭୂତି ବହନ କରୁଛନ୍ତି। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ଅଧିନାୟକ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri