ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ଓଡ଼ିଆ ସିନେ ଜଗତ ପାଇଁ ଆଉ ଏକ ଦୁଃଖ ଖବର। ବରିଷ୍ଠ ଅଭିନେତା ରବି ମିଶ୍ରଙ୍କର ବୁଧବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟା ଗକରିଛନ୍ତି। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଓଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।
ରବି ଅନେକ ମଞ୍ଚ, ସିରିଏଲ ଓ ଫିଲ୍ମରେ ଅଭିନୟ କରିଛନ୍ତି । ଖାସ୍‌କରି ହାସ୍ୟ ଅଭିନେତା ଭାବେ ରବି ମିଶ୍ର ଖୁବ ପ୍ରଶଂସା ସାଉଁଟିଥିଲେ । ଏପରିକି ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ପାଇଁ ବହୁ ପ୍ରଶଂସା ସାଉଁଟିଥିଲେ । ‘ଗୋପାଳ ରହସ୍ୟ’, ‘ହେ ପ୍ରଭୂ’ , ‘ଗୋପାଳ ରହସ୍ୟ’ ଆଦିରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।