Categories: ଖେଳ

ଯଦି ବୁମ୍‌ରା ନ ଖେଳିବେ, ଆମେ ବିଶ୍ୱକପ ହାରିଯିବୁ: ଟିମ୍‌ ଇଣ୍ଡିଆର ପୂର୍ବ ତାରକାଙ୍କ ବୟାନ

ନୂଆଦିଲ୍ଲୀ,୩।୮: ଚଳିତ ମାସରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତକୁ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ। ଜସପ୍ରୀତ ବୁମ୍‌ରା ୧୦ ମାସ ପରେ ଟିମ ଇଣ୍ଡିଆକୁ ଫେରୁଛନ୍ତି। ରିଟର୍ନ ସିରିଜରେ ବୁମ୍‌ରାଙ୍କୁ ଅଧିନାୟକ କରାଯାଇଛି। ସମସ୍ତ ପ୍ରଶଂସକଙ୍କ ନଜର ତାଙ୍କ ପ୍ରଦର୍ଶନ ଉପରେ ରହିବ। ଭାରତର ପୂର୍ବତନ ତାରକା ବ୍ୟାଟ୍ସମ୍ୟାନ ମହମ୍ମଦ କୈଫ ବିଶ୍ୱାସ କରୁଛନ୍ତି ଯେ, ଦଳ ପାଇଁ ବୁମରାଙ୍କ ଅଭିଜ୍ଞତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।

ସେ କହିଛନ୍ତି, ନକଆଉଟ ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ବୁମ୍‌ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ସେ ଖେଳନ୍ତି ନାହିଁ ତେବେ ଏସିଆ କପ ୨୦୨୨ ଏବଂ ଟି -୨୦ ବିଶ୍ୱକପ ୨୦୨୨ରେ ଟିମ ଇଣ୍ଡିଆ ସହିତ ଯାହା ଘଟିଥିଲା ତାହା ହିଁ ହେବ। ଏସିଆ କପରେ ସୁପର-ଫୋର୍‌ ରାଉଣ୍ଡରେ ଭାରତୀୟ ଦଳ ଆଉଟ ହୋଇଥିବାବେଳେ ଟି -20 ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡ ୧୦ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଥିଲା। ସେ କହିଛନ୍ତି ଯେ, ଭାରତ ପାଖରେ ଦୁଇ କିମ୍ବା ତିନୋଟି ଦଳ କରିବାକୁ ସାମର୍ଥ୍ୟ ଅଛି କିନ୍ତୁ ବୋଲିଂରେ ସେତେ ଗଭୀରତା ନାହିଁ।

Share