Categories: ଖେଳ

ବିଶ୍ୱକପ୍‌ ୨୦୨୩: ଫାଇନାଲ ୧୫ ଜଣିଆ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ସିଡ଼ନୀ, ୨୮। ୯: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏହାପୂର୍ବରୁ, ସମସ୍ତ ଦଳ ୨୮ ସେପ୍ଟେମ୍ବର ଅର୍ଥାତ୍‌ ଆଜି ସେମାନଙ୍କର ୧୫ ସଦସ୍ୟ ବିଶିଷ୍ଟ ଦଳରେ ପରିବର୍ତ୍ତନ ଆଣିବାର ସୁଯୋଗ ରହିଛି। ଅଷ୍ଟ୍ରେଲିଆ ମେଗା ଇଭେଣ୍ଟ ପାଇଁ ଘୋଷଣା କରିଥିବା ନିଜ ଦଳରେ ବଡ ପରିବର୍ତ୍ତନ କରିଛି। ଦଳ ମାର୍ନସ ଲାବୁଶେନଙ୍କୁ ସାମିଲ କରିଥିବା ବେଳେ ଆହତ କାରଣରୁ ସ୍ପିନ ଅଲରାଉଣ୍ଡର ଏଷ୍ଟନ ଏଗରଙ୍କୁ ବାଦ୍‌ ଦେଇଛି। ବିଶ୍ୱକପ୍‌ ପାଇଁ ଘୋଷିତ ଅଷ୍ଟ୍ରେଲିଆର ଫାଇନାଲ ୧୫ ଜଣିଆ ଦଳରେ ଟ୍ରାଭିସ ହେଡ ମଧ୍ୟ ଅଛନ୍ତି, ଯିଏ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଆହତ ହୋଇଥିଲେ।

୧୫ ଜଣିଆ ଦଳ: ଡେଭିଡ ଓ୍ବାର୍ନର, ଟ୍ରାଭିସ ହେଡ, ଷ୍ଟିଭ ସ୍ମିଥ, ମାର୍ନସ ଲାବୁଶେନ, ଆଲେକ୍ସ କୈରି (ଉଇକେଟ୍‌ କିପର), ଜୋସ ଇଙ୍ଗ୍ସସ୍‌ (ଉଇକେଟ୍‌ କିପର), କ୍ୟାମେରୁନ ଗ୍ରୀନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ସିନ ଆବଟ୍ଟ, ପ୍ୟାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଜୋସ ହେଜଲଉଡ, ଆଡମ ଜମ୍ପା ।

Share