ସତ୍ୟସାରଥିଙ୍କ ପ୍ରାର୍ଥିତ୍ୱକୁ ନେଇ ଅଡୁଆ ବଢୁଛି

ଜଗତ୍‌ସିଂହପୁର, ୧୭ା୪ (ପ୍ରମୋଦ କୁମାର ନାୟକ):ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସତ୍ୟସାରଥି ମହାନ୍ତି ଭାଜପା ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏହି ଘୋଷଣା ପରେ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଖୁବ୍‌କମ୍‌ଦିନ ମଧ୍ୟରେ ସତ୍ୟସାରଥି ନିର୍ବାଚନ ମଣ୍ଡଳୀରେ ପହଞ୍ଚତ୍ ଟିକେଟ୍‌ ହାତେଇବା କଥାକୁ ପୁରୁଣା ନେତାମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏନେଇ ମଙ୍ଗଳବାର ସନ୍ଧ୍ୟାରେ କଣିଆସ୍ଥିତ ଦଳ କାର୍ଯ୍ୟାଳୟରେ କେତେଜଣ ପୁରୁଣା ନେତା ଏକାଠି ହୋଇଥିଲେ। ବୁଧବାର ପୂର୍ବାହ୍ନ ୧୦ଟାରେ ପୁଣିଥରେ ବସି ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତା’ପରେ ଖବରଦାତା ସମ୍ମିଳନୀ ମାଧ୍ୟମରେ ସେମାନଙ୍କ ନିଷ୍ପତ୍ତି ଜଣାଇଦେବେ ବୋଲି କୁହାଯାଇଛି। ଏ ସମ୍ପର୍କରେ କେତେଜଣ ନେତା ନାମ ଗୋପନ ରଖି କହିଛନ୍ତି, ମହାନ୍ତି ନିର୍ବାଚନମଣ୍ଡଳୀର ସମସ୍ତ ଅଞ୍ଚଳ ଦେଖିବା ତ ଦୂରର କଥା ଜାଣି ମଧ୍ୟ ନ ଥିବେ। ସେ ଅନ୍ୟ ରାଜ୍ୟରେ ରହୁଥିଲେ। ହଠାତ୍‌ କିଛିଦିନ ପୂର୍ବରୁ ନିର୍ବାଚନମଣ୍ଡଳୀରେ ଆବିର୍ଭାବ ହୋଇ ଟିକେଟ୍‌ ଲବିରେ ଥିଲେ। ଯେଉଁମାନେ ନିଷ୍ଠାର ସହ ଦୀର୍ଘ ଦିନ ଧରି ଭାଜପା ପାଇଁ କାର୍ଯ୍ୟ କରିଆସିଛନ୍ତି ସେମାନଙ୍କୁ ଗୌଣ କରି ଜଣେ ନବାଗତଙ୍କୁ ଦଳୀୟ ଟିକେଟ ଦିଆଯାଇଛି। ଏନେଇ ପୁରୁଣା ନେତାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ଦଳ ନିଷ୍ପତ୍ତିର ପୁନର୍ବିଚାର କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆବଶ୍ୟକ ପଡ଼ିଲେ ସତ୍ୟସାରଥିଙ୍କ ପରିବର୍ତ୍ତେ ଦଳ ଯେ କୌଣସି ପୁରୁଣା ନେତାଙ୍କୁ ଟିକେଟ ଦେଲେ ସେମାନେ ସନ୍ତୁଷ୍ଟ ହେବେ। ନଚେତ ଆଉ କ’ଣ କରିହେବ ସେନେଇ ଆଲୋଚନା ପରେ ସ୍ଥିର କରାଯିବ।
ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଆଶାୟୀଙ୍କ ସଂଖ୍ୟା ବଢ଼ିଛି। ୧୯୭୧ରୁ ୨୦୦୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦେଖିଲେ ଜଣାଯାଏ, ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ସର୍ବାଧିକ ୭ ଥର ବିଜୟୀ ହୋଇଥିଲେ। ଜନତା ଦଳ ଓ ଜେଏନ୍‌ପି ହାତକୁ ମାତ୍ର ଥରେ ଲେଖାଏଁ ଯାଇଥିଲା। ୨୦୦୯ ଓ ତା’ପରଠାରୁ ଏହି ଆସନ ବିଜେଡି ଅକ୍ତିଆରରେ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ସାରା ଦେଶରେ ପଦ୍ମ ହାଓ୍ବା ଥିଲା। ସେତେବେଳେ ବରିଷ୍ଠ ବିଜେଡି ନେତା ଡ. ଦାମୋଦର ରାଉତ ଦଳ ଛାଡି ଭାଜପାରେ ମିଶିବା ସହ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ଡ. ରାଉତ ତୃତୀୟ ସ୍ଥାନରେ ରହିଥିଲେ ସୁଦ୍ଧା ଭାଜପାର ଭୋଟ ପ୍ରତିଶତ ବଢ଼ିଥିଲା। ୨୦୦୯ରେ ଏହି ଦଳ ସପକ୍ଷରେ ମାତ୍ର ୩.୭୮% ଓ ୨୦୧୪ରେ ୨.୦୫% ଭୋଟ ଯାଇଥିବାବେଳେ ୨୦୧୯ରେ ୧୯.୫% ଅର୍ଥାତ୍‌ ୩୭,୬୧୧ ଖଣ୍ଡ ମିଳିଥିଲା। ସେବେଠାରୁ ସମୀକରଣ ବଦଳିବା ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଡ. ରାଉତ ଭାଜପା ଛାଡ଼ିଦେଇଥିଲେ ସୁଦ୍ଧା ଏହି ଦଳ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା, ଯାହା ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରତିଫଳନ ହୋଇଥିଲା। ଏହି ନିର୍ବାଚନରେ ଭାଜପା ସପକ୍ଷରେ ୪୨,୦୧୦ ଖଣ୍ଡ ଅର୍ଥାତ୍‌ ୨୦୧୯ ନିର୍ବାଚନ ତୁଳନାରେ ପାଖାପାଖି ୫ ହଜାର ଅଧିକ ଭୋଟ୍‌ ଯାଇଥିଲା। ତା’ପରଠାରୁ ଭାଜପା ସପକ୍ଷରେ ଜନମତ ବଢୁଥିବା ଏହି ଦଳ ପକ୍ଷରୁ ଯୁକ୍ତି କରାଯାଉଛି। ଯେଉଁ କାରଣରୁ ଆଶାୟୀ ସଂଖ୍ୟା ବଢି ଚାଲିଥିବା ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। ତେବେ ଏହି ଭୋଟବ୍ୟାଙ୍କ ବଢ଼ିବା ପଛରେ ଦଳୀୟ ପୁରୁଣା ନେତାଙ୍କ ପ୍ରମୁଖ ଭୂମିକା ରହିଛି। ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଦଳୀୟ ସାଙ୍ଗଠନିକ କାର୍ଯ୍ୟ ପରିଚାଳନା ପାଇଁ ସଂଯୋଜକ ଦାୟିତ୍ୱରେ ଥିବା କ୍ଷୀରୋଦ ଚନ୍ଦ୍ର ପରିଡ଼ା, ଦଳର ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶିବବ୍ରତ ଦାସ, ଭାଜପା ସ୍ବତନ୍ତ୍ର ନିମନ୍ତ୍ରିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମହାନ୍ତି, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶଶିକାନ୍ତ ପରିଡ଼ା, ଶଶାଙ୍କ ଶେଖର ସାହାଣୀ ଓ ଏରସମା ମଣ୍ଡଳ ପ୍ରଭାରୀ ନିରୁପମା ସ୍ବାଇଁଙ୍କ ଭଳି ପୁରୁଣା ନେତା ସେମାନଙ୍କ ମଧ୍ୟରେ ରହିଛନ୍ତି। ଏହି ନେତାମାନେ ଏଥର ପ୍ରାର୍ଥୀ ଦୌଡ଼ରେ ଥିଲେ। ସେମାନଙ୍କ ଭିତରୁ କାହାରିକୁ ପ୍ରାର୍ଥୀ କରାଯାଇ ନ ଥିବାରୁ ଅସନ୍ତୋଷ ତୀବ୍ର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri