ଅନୁମତି ପୂର୍ବରୁ ଅକ୍ତିଆର

ଅନୁଗୋଳ ଅଫିସ, ୨୩।୩ ସରକାରୀ ଜାଗା କେହି ଜବରଦଖଲ କଲେ ପ୍ରଶାସନ ପୋଲିସ ଲଗାଇ ଉଚ୍ଛେଦ କରେ। ହେଲେ ଖୋଦ୍‌ ପୋଲିସ ଯଦି ଜବରଦଖଲକାରୀ ସାଜେ ତା’ହେଲେ ପ୍ରଶାସନ କି ପଦକ୍ଷେପ ନେବ। ଏପରି ଏକ ପ୍ରଶ୍ନର ଉତ୍ତରକୁ ଗତ ୧୭ ତାରିଖରୁ ଅପେକ୍ଷା କରିଛନ୍ତି ଅନୁଗୋଳ ସହରବାସୀ। କାରଣ ଟ୍ରାନଜିଟ୍‌ ଆଇପିଏସ୍‌ ମେସ୍‌କୁ ଲାଗିକରି ଥିବା ଏକ ରାସ୍ତାକୁ ଦଖଲ ପାଇଁ ପ୍ରଶାସନ ଅନୁମତି ଦେବା ପୂର୍ବରୁ ଅନୁଗୋଳ ପୋଲିସ ତାହାକୁ ଅକ୍ତିଆର କରି ପାଚେରି ନିର୍ମାଣ କରିଛି। ରାସ୍ତା ବନ୍ଦ ହୋଇଯାଇଥିବାରୁ ସ୍ଥାନୀୟ ବାସିନ୍ଦା ଏ ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ବିରୋଧ ବେଳେ ପୋଲିସ ସେମାନଙ୍କୁ ନାଲି ଆଖି ଦେଖାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସହରବାସୀଙ୍କ କହିବା ଅନୁଯାୟୀ, ବିଭିନ୍ନ ସମୟରେ ଅନୁଗୋଳ ଗସ୍ତରେ ଆସୁଥିବା ଆଇପିଏସ୍‌ ଅଧିକାରୀଙ୍କ ବିଶ୍ରାମ ନିମନ୍ତେ ଅନୁଗୋଳ ପୋଲିସ ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ୨୦୧୯ରେ ଟ୍ରାନଜିଟ୍‌ ଆଇପିଏସ୍‌ ମେସ୍‌ ନିର୍ମାଣ କରାଯାଇଥିଲା। ଅନୁଗୋଳ ଗସ୍ତରେ ଆସିଥିବା ତତ୍‌କାଳୀନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଆର୍‌.ପି. ଶର୍ମା ଏହାକୁ ଉଦ୍‌ଘାଟନ କରିଥିଲେ। କିନ୍ତୁ ଟ୍ରାନଜିଟ୍‌ ଆଇପିଏସ୍‌ ମେସ୍‌ ପାର୍ଶ୍ୱରେ ଥିବା ଅମଲାପଡ଼ା ୨ୟ ଲେନ୍‌ରୁ ୬ଷ୍ଠ ଲେନ୍‌କୁ ସଂଯୋଗ କରୁଥିବା ଏକ ରାସ୍ତାକୁ ମେସ୍‌ ପରିସରଭୁକ୍ତ କରିବାକୁ ଅନୁଗୋଳ ପୋଲିସ ପକ୍ଷରୁ କିଛିଦିନ ହେଲା ଉଦ୍ୟମ ଜାରି ରହିଛି। ପ୍ରଥମେ ମାଟି ଗଦା କରି ପୋଲିସ ଉକ୍ତ ରାସ୍ତାକୁ ଜବରଦଖଲ କରିଥିଲା। ପରେ ସେଠାରେ ପାଚେରି ନିର୍ମାଣ କରି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ସରକାରୀ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଉକ୍ତ ରାସ୍ତା ୧୯୫୨ ମସିହା ସେଟେଲମେଣ୍ଟ ନକ୍ସାରେ ରହିଛି। ଅନୁଗୋଳ ଟାଉନ ଖାତା ନଂ. ୧, ପ୍ଲଟ ନଂ. ୯୩୨ରେ ଥିବା ୦.୦୮ ଡିସିମିଲ ରାସ୍ତା ଜାତୀୟ ରାଜପଥକୁ ସଂଯୋଗ କରୁଛି। ଏହାର କିସମ ପରିବର୍ତ୍ତନ ନ ହେଲେ କୌଣସି ବ୍ୟକ୍ତି ବା ସରକାରୀ କାର୍ଯ୍ୟାଳୟ ରାସ୍ତା ନିଜ ଅକ୍ତିଆରକୁ ନେଇପାରିବେ ନାହିଁ। କିସମ ପରିବର୍ତ୍ତନ ପୂର୍ବରୁ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସହ ଅବେଦନକାରୀଙ୍କୁ ତହସିଲ କାର୍ଯ୍ୟାଳୟକୁ ଡକାଯାଇ ଜନଶୁଣାଣି କରାଯିବ। ଲୋକମାନେ ଏକମତ ହେଲେ ଜାଗାର କିସମ ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆଯିବ। କିନ୍ତୁ ଅନୁଗୋଳ ପୋଲିସ ଆଇନ ଅନୁଯାୟୀ କିସମ ପରିବର୍ତ୍ତନ କରିବାକୁ ଜିଲା ପ୍ରଶାସନ ନିକଟରେ ଆବେଦନ କରିଛି। ଏହାକୁ ତଇଳା ପ୍ଲଟ କରିବାକୁ ଅନୁମତି ମାଗିଛି। କିନ୍ତୁ ଜିଲା ପ୍ରଶାସନ କୌଣସି ନିଷ୍ପତ୍ତି ନେଇ ନ ଥିବାବେଳେ ପୋଲିସ ପକ୍ଷରୁ ପାଚେରି ନିର୍ମାଣ କରାଯାଇ ରାସ୍ତା ଜବରଦଖଲ କରାଯାଇଛି। ଏହା ବିରୋଧରେ ସ୍ଥାନୀୟ ଲୋକମାନେ ଗତ ୧୭ ତାରିଖରେ ଜିଲା ପ୍ରଶାସନକୁ ଲିଖିତ ଭାବେ ଅବଗତ କରିଛନ୍ତି। ସଦର ଆରଆଇ ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରିବା ସହ କିସମ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ପାଚେରି ନିର୍ମାଣ ନ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଅନୁଗୋଳ ପୋଲିସ ପାଚେରି ନିର୍ମାଣ କରି ରାସ୍ତାକୁ ଅକ୍ତିଆର କରିନେଇଥିବା ସହରବାସୀ ଅଭିଯୋଗ କରିଛନ୍ତି।

ପୋଲିସ ଦୁର୍ବ୍ୟବହାର କରିନାହିଁ
ଉକ୍ତ ରାସ୍ତାର କିସମ ପରିବର୍ତ୍ତନ ପାଇଁ ଆବେଦନ ହୋଇଛି। ପୋଲିସ କାହାକୁ ଦୁର୍ବ୍ୟବହାର କରିନାହିଁ। ଉକ୍ତ ରାସ୍ତା ବ୍ୟବହାର ହେଉ ନ ଥିବାରୁ ଲୋକମାନେ ପୂର୍ବରୁ ଅବରୋଧ କରି ରଖିଥିଲେ। ଆଇପିଏସ୍‌ ଟ୍ରାନଜିଟ୍‌ ମେସ୍‌ର ସୁରକ୍ଷା ପାଇଁ କେବଳ ପାଚେରି ଦିଆଯାଇଛି।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି

ରେକର୍ଡ ଯାଞ୍ଚ ପରେ ଜଣାପଡ଼ିବ
ସେଠାରେ କ’ଣ ହୋଇଛି ଠିକ୍‌ ଭାବେ ଅବଗତ ନାହିଁ। ରେକର୍ଡ ଦେଖିବା ପରେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରାଯିବ। ଯଦି କିସମ ପରିବର୍ତ୍ତନ ନ ହୋଇ ବେଆଇନ ଭାବେ ପାଚେରି ବୁଲାଯାଇଥିବ, ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
-ବାସୁଦେବ ଶତପଥୀ, ଅନୁଗୋଳ ଉପଜିଲାପାଳ

ରାସ୍ତା ପୂର୍ବ ଅବସ୍ଥାକୁ ଫେରାଇ ଅଣାଯାଉ
ଅନୁଗୋଳ ପୋଲିସ ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖାଇ ରାସ୍ତା ଅବରୋଧ କରିଛି। ବିରୋଧ ବେଳେ ପୋଲିସ ଦୁର୍ବ୍ୟବହାର କରିଛି। ସରକାରୀ କର୍ମଚାରୀ ହୋଇ ପୋଲିସ ପକ୍ଷରୁ ବେଆଇନ କାର୍ଯ୍ୟ କରାଯାଇଛି। ପାଚେରି ଭାଙ୍ଗି ଉକ୍ତ ରାସ୍ତାକୁ ପୂର୍ବ ସ୍ଥିତିକୁ ଫେରାଇ ଅଣାଯାଉ।
-ନାରାୟଣ ପ୍ରସାଦ ମିଶ୍ର, ସ୍ଥାନୀୟ ବାସିନ୍ଦା

୭୦ ବର୍ଷ ହେଲା ରାସ୍ତା ରହିଛି
୭୦ ବର୍ଷ ହେବ ଉକ୍ତ ରାସ୍ତା ରହିଛି। ପ୍ରଥମେ ମାଟି ପକାଇ ଅବରୋଧ କରାଗଲା। ପରେ ପାଚେରି ନିର୍ମାଣ କରାଗଲା। ଏ ନେଇ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ଉକ୍ତ ପାଚେରି ଉଚ୍ଛେଦ କରି ପୂର୍ବଭଳି ରାସ୍ତାରେ ଚଳ ପ୍ରଚଳ କରିବାର ବ୍ୟବସ୍ଥା କରାଯାଉ।
-କୌଳାଶ ଚନ୍ଦ୍ର ଦେହୁରୀ, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri