ଅନୁମତି ପୂର୍ବରୁ ଅକ୍ତିଆର

ଅନୁଗୋଳ ଅଫିସ, ୨୩।୩ ସରକାରୀ ଜାଗା କେହି ଜବରଦଖଲ କଲେ ପ୍ରଶାସନ ପୋଲିସ ଲଗାଇ ଉଚ୍ଛେଦ କରେ। ହେଲେ ଖୋଦ୍‌ ପୋଲିସ ଯଦି ଜବରଦଖଲକାରୀ ସାଜେ ତା’ହେଲେ ପ୍ରଶାସନ କି ପଦକ୍ଷେପ ନେବ। ଏପରି ଏକ ପ୍ରଶ୍ନର ଉତ୍ତରକୁ ଗତ ୧୭ ତାରିଖରୁ ଅପେକ୍ଷା କରିଛନ୍ତି ଅନୁଗୋଳ ସହରବାସୀ। କାରଣ ଟ୍ରାନଜିଟ୍‌ ଆଇପିଏସ୍‌ ମେସ୍‌କୁ ଲାଗିକରି ଥିବା ଏକ ରାସ୍ତାକୁ ଦଖଲ ପାଇଁ ପ୍ରଶାସନ ଅନୁମତି ଦେବା ପୂର୍ବରୁ ଅନୁଗୋଳ ପୋଲିସ ତାହାକୁ ଅକ୍ତିଆର କରି ପାଚେରି ନିର୍ମାଣ କରିଛି। ରାସ୍ତା ବନ୍ଦ ହୋଇଯାଇଥିବାରୁ ସ୍ଥାନୀୟ ବାସିନ୍ଦା ଏ ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ବିରୋଧ ବେଳେ ପୋଲିସ ସେମାନଙ୍କୁ ନାଲି ଆଖି ଦେଖାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସହରବାସୀଙ୍କ କହିବା ଅନୁଯାୟୀ, ବିଭିନ୍ନ ସମୟରେ ଅନୁଗୋଳ ଗସ୍ତରେ ଆସୁଥିବା ଆଇପିଏସ୍‌ ଅଧିକାରୀଙ୍କ ବିଶ୍ରାମ ନିମନ୍ତେ ଅନୁଗୋଳ ପୋଲିସ ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ୨୦୧୯ରେ ଟ୍ରାନଜିଟ୍‌ ଆଇପିଏସ୍‌ ମେସ୍‌ ନିର୍ମାଣ କରାଯାଇଥିଲା। ଅନୁଗୋଳ ଗସ୍ତରେ ଆସିଥିବା ତତ୍‌କାଳୀନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଆର୍‌.ପି. ଶର୍ମା ଏହାକୁ ଉଦ୍‌ଘାଟନ କରିଥିଲେ। କିନ୍ତୁ ଟ୍ରାନଜିଟ୍‌ ଆଇପିଏସ୍‌ ମେସ୍‌ ପାର୍ଶ୍ୱରେ ଥିବା ଅମଲାପଡ଼ା ୨ୟ ଲେନ୍‌ରୁ ୬ଷ୍ଠ ଲେନ୍‌କୁ ସଂଯୋଗ କରୁଥିବା ଏକ ରାସ୍ତାକୁ ମେସ୍‌ ପରିସରଭୁକ୍ତ କରିବାକୁ ଅନୁଗୋଳ ପୋଲିସ ପକ୍ଷରୁ କିଛିଦିନ ହେଲା ଉଦ୍ୟମ ଜାରି ରହିଛି। ପ୍ରଥମେ ମାଟି ଗଦା କରି ପୋଲିସ ଉକ୍ତ ରାସ୍ତାକୁ ଜବରଦଖଲ କରିଥିଲା। ପରେ ସେଠାରେ ପାଚେରି ନିର୍ମାଣ କରି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ସରକାରୀ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଉକ୍ତ ରାସ୍ତା ୧୯୫୨ ମସିହା ସେଟେଲମେଣ୍ଟ ନକ୍ସାରେ ରହିଛି। ଅନୁଗୋଳ ଟାଉନ ଖାତା ନଂ. ୧, ପ୍ଲଟ ନଂ. ୯୩୨ରେ ଥିବା ୦.୦୮ ଡିସିମିଲ ରାସ୍ତା ଜାତୀୟ ରାଜପଥକୁ ସଂଯୋଗ କରୁଛି। ଏହାର କିସମ ପରିବର୍ତ୍ତନ ନ ହେଲେ କୌଣସି ବ୍ୟକ୍ତି ବା ସରକାରୀ କାର୍ଯ୍ୟାଳୟ ରାସ୍ତା ନିଜ ଅକ୍ତିଆରକୁ ନେଇପାରିବେ ନାହିଁ। କିସମ ପରିବର୍ତ୍ତନ ପୂର୍ବରୁ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସହ ଅବେଦନକାରୀଙ୍କୁ ତହସିଲ କାର୍ଯ୍ୟାଳୟକୁ ଡକାଯାଇ ଜନଶୁଣାଣି କରାଯିବ। ଲୋକମାନେ ଏକମତ ହେଲେ ଜାଗାର କିସମ ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆଯିବ। କିନ୍ତୁ ଅନୁଗୋଳ ପୋଲିସ ଆଇନ ଅନୁଯାୟୀ କିସମ ପରିବର୍ତ୍ତନ କରିବାକୁ ଜିଲା ପ୍ରଶାସନ ନିକଟରେ ଆବେଦନ କରିଛି। ଏହାକୁ ତଇଳା ପ୍ଲଟ କରିବାକୁ ଅନୁମତି ମାଗିଛି। କିନ୍ତୁ ଜିଲା ପ୍ରଶାସନ କୌଣସି ନିଷ୍ପତ୍ତି ନେଇ ନ ଥିବାବେଳେ ପୋଲିସ ପକ୍ଷରୁ ପାଚେରି ନିର୍ମାଣ କରାଯାଇ ରାସ୍ତା ଜବରଦଖଲ କରାଯାଇଛି। ଏହା ବିରୋଧରେ ସ୍ଥାନୀୟ ଲୋକମାନେ ଗତ ୧୭ ତାରିଖରେ ଜିଲା ପ୍ରଶାସନକୁ ଲିଖିତ ଭାବେ ଅବଗତ କରିଛନ୍ତି। ସଦର ଆରଆଇ ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରିବା ସହ କିସମ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ପାଚେରି ନିର୍ମାଣ ନ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଅନୁଗୋଳ ପୋଲିସ ପାଚେରି ନିର୍ମାଣ କରି ରାସ୍ତାକୁ ଅକ୍ତିଆର କରିନେଇଥିବା ସହରବାସୀ ଅଭିଯୋଗ କରିଛନ୍ତି।

ପୋଲିସ ଦୁର୍ବ୍ୟବହାର କରିନାହିଁ
ଉକ୍ତ ରାସ୍ତାର କିସମ ପରିବର୍ତ୍ତନ ପାଇଁ ଆବେଦନ ହୋଇଛି। ପୋଲିସ କାହାକୁ ଦୁର୍ବ୍ୟବହାର କରିନାହିଁ। ଉକ୍ତ ରାସ୍ତା ବ୍ୟବହାର ହେଉ ନ ଥିବାରୁ ଲୋକମାନେ ପୂର୍ବରୁ ଅବରୋଧ କରି ରଖିଥିଲେ। ଆଇପିଏସ୍‌ ଟ୍ରାନଜିଟ୍‌ ମେସ୍‌ର ସୁରକ୍ଷା ପାଇଁ କେବଳ ପାଚେରି ଦିଆଯାଇଛି।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି

ରେକର୍ଡ ଯାଞ୍ଚ ପରେ ଜଣାପଡ଼ିବ
ସେଠାରେ କ’ଣ ହୋଇଛି ଠିକ୍‌ ଭାବେ ଅବଗତ ନାହିଁ। ରେକର୍ଡ ଦେଖିବା ପରେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରାଯିବ। ଯଦି କିସମ ପରିବର୍ତ୍ତନ ନ ହୋଇ ବେଆଇନ ଭାବେ ପାଚେରି ବୁଲାଯାଇଥିବ, ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
-ବାସୁଦେବ ଶତପଥୀ, ଅନୁଗୋଳ ଉପଜିଲାପାଳ

ରାସ୍ତା ପୂର୍ବ ଅବସ୍ଥାକୁ ଫେରାଇ ଅଣାଯାଉ
ଅନୁଗୋଳ ପୋଲିସ ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖାଇ ରାସ୍ତା ଅବରୋଧ କରିଛି। ବିରୋଧ ବେଳେ ପୋଲିସ ଦୁର୍ବ୍ୟବହାର କରିଛି। ସରକାରୀ କର୍ମଚାରୀ ହୋଇ ପୋଲିସ ପକ୍ଷରୁ ବେଆଇନ କାର୍ଯ୍ୟ କରାଯାଇଛି। ପାଚେରି ଭାଙ୍ଗି ଉକ୍ତ ରାସ୍ତାକୁ ପୂର୍ବ ସ୍ଥିତିକୁ ଫେରାଇ ଅଣାଯାଉ।
-ନାରାୟଣ ପ୍ରସାଦ ମିଶ୍ର, ସ୍ଥାନୀୟ ବାସିନ୍ଦା

୭୦ ବର୍ଷ ହେଲା ରାସ୍ତା ରହିଛି
୭୦ ବର୍ଷ ହେବ ଉକ୍ତ ରାସ୍ତା ରହିଛି। ପ୍ରଥମେ ମାଟି ପକାଇ ଅବରୋଧ କରାଗଲା। ପରେ ପାଚେରି ନିର୍ମାଣ କରାଗଲା। ଏ ନେଇ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ଉକ୍ତ ପାଚେରି ଉଚ୍ଛେଦ କରି ପୂର୍ବଭଳି ରାସ୍ତାରେ ଚଳ ପ୍ରଚଳ କରିବାର ବ୍ୟବସ୍ଥା କରାଯାଉ।
-କୌଳାଶ ଚନ୍ଦ୍ର ଦେହୁରୀ, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri