ବୃତ୍ତି ଚିହ୍ନେନା ଝିଅପୁଅ ଫରକ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):ହାତରେ ଅଛି ତାଙ୍କର ନିଖୁଣ କାରିଗରିର ଯାଦୁ। ମୂର୍ତ୍ତିକୁ ଜୀବନ୍ତ ରୂପ ଦେବାର କଳା ତାଙ୍କୁ ବେଶ୍‌ ଭଲଭାବେ ଜଣା। ଝିଅ ହୋଇ ବି କିଛି ଅସାଧାରଣ କରିବାର ଜିଜ୍ଞାସା ଆଜି ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। କଟକ କାଠଗଡ଼ାସାହିର ସୁମିତ୍ର ବେହେରା। ବୟସ ମାତ୍ର ୨୪ବର୍ଷ। ହେଲେ ଏବେଠାରୁ ଜଣେ ଲୋକପ୍ରିୟ ମୂର୍ତ୍ତି କାରିଗର ହେବାର ସୌଭାଗ୍ୟ ଅର୍ଜିଛନ୍ତି ସୁମିତ୍ରା। ଝିଅ ହୋଇ ବି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଆଗକୁ ବଢିଛନ୍ତି ଓ ନିଜପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
କଟକର ପ୍ରସିଦ୍ଧ ମୂର୍ତ୍ତି କାରିଗର ଅଭିମନ୍ୟୁ ବେହେରା(ଦନୁ)ଙ୍କ ୭ ଝିଅ ମଧ୍ୟରୁ ସୁମିତ୍ରା ସବୁଠାରୁ ସାନ। ପୁଅ ନ ଥିବାରୁ ବାପାଙ୍କ କାରିଗରିକୁ ପରବର୍ତ୍ତୀ ପିଢିକୁ ନେବାର ଦାୟିତ୍ୱ ଥିଲା ସୁମିତ୍ରାଙ୍କ ମୁଣ୍ଡ ଉପରେ। ୧୦ବର୍ଷ ବୟସରୁ ବାପାଙ୍କ ସହ ରହି ତାଙ୍କଠାରୁ ମୂର୍ତ୍ତି ତିଆରି କଳାକୁ ଧୀରେ ଧୀରେ ସୁମିତ୍ରା ଶିଖିବାକୁ ଲାଗିଥିଲେ। କାମରେ ଆଗ୍ରହ ଦେଖି ଅଭିମନ୍ୟୁ ତାଙ୍କୁ ମୂର୍ତ୍ତି ତିଆରି ପାଇଁ ବିଭିନ୍ନ ସ୍ଥାନକୁ ସାଙ୍ଗରେ ନେଉଥିଲେ। ସୁମିତ୍ରାଙ୍କ ମୂର୍ତ୍ତି ଗଢ଼ଣ ଶୈଳୀକୁ ଗ୍ରାହକ ପ୍ରଶଂସା କରିବାସହ ଆଗକୁ ବଢିବାକୁ ଉତ୍ସାହିତ କରୁଥିଲେ। ତେବେ ଏଭଳି ବୃତ୍ତିରେ ଜଣେ ଝିଅକୁ ଦେଖିବା ବିରଳ ହୋଇଥିଲେ ମଧ୍ୟ କେହି ତାଙ୍କୁ ହତୋତ୍ସାହିତ କରି ନ ଥିଲେ। ବରଂ ଅଧିକ କାମ ଦେବାସହ ବାପାଙ୍କ କୌଳିକ ବୃତ୍ତିକୁ ଆଗକୁ ନେଇଥିବାରୁ ପ୍ରଶଂସା କରିଥିଲେ। ସୁମିତ୍ରା ଏବେ ଏକାକୀ ଶତାଧିକ ମୂର୍ତ୍ତି ତିଆରି କରୁଥିବାବେଳେ ଭୁବନେଶ୍ୱରର କେତେକ ପ୍ରମୁଖ ପୂଜା ମଣ୍ଡପ ମୂର୍ତ୍ତି ତିଆରିର ଅର୍ଡର ନେଇଛନ୍ତି। ପଳାଶୁଣୀ, ପାଣ୍ଡରା, ଏଜି କଲୋନୀ ଓ ବନମାଳିପୁର ପୂଜା ମଣ୍ଡପ ପାଇଁ ସେ ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରି କରୁଛନ୍ତି। କେବଳ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ନୁହେଁ, କାର୍ତ୍ତିକେଶ୍ୱର, ବିଶ୍ୱକର୍ମା, ଗଣେଶ, ମା’ ଲକ୍ଷ୍ମୀ, କାଳୀ ଓ ଭାଲୁକୁଣୀ ମୂର୍ତ୍ତି ମଧ୍ୟ ସେ ତିଆରି କରୁଛନ୍ତି। ବର୍ଷକୁ ପ୍ରାୟ ୨୦୦ରୁ ଅଧିକ ମୂର୍ତ୍ତିର ଅର୍ଡର ନେଉଥିବା ସୁମିତ୍ରାଙ୍କ ମୁଖା ଓ ମୂର୍ତ୍ତି ଗଢଣରେ ଥିବା ସ୍ବତନ୍ତ୍ରତା ଲାଗି ଲୋକପ୍ରିୟତା ହାସଲ କରିଛନ୍ତି। ବାପଝିଅ ମିଶି କଟକ ଚୌଦ୍ୱାରରେ ‘ଶିଳ୍ପୀ କୁମ୍ଭାରସାହି’ ନାମରେ ଏକ ମୂର୍ତ୍ତି କାରଖାନା କରିଛନ୍ତି। ଏହା ମାଧ୍ୟମରେ ସେ ପ୍ରାୟ ୧୦ଜଣଙ୍କୁ ନିଯୁକ୍ତି ଦେଇଥିବାବେଳେ ବାର୍ଷିକ ୩ରୁ ୪ଲକ୍ଷ ଟଙ୍କାର କାମ କରୁଛନ୍ତି। ହେଲେ ଏବେ କୋଭିଡ୍‌ ପାଇଁ ବେପାର ମାନ୍ଦା ରହିଛି। ୬ ମାସ ହେଲା କାମ ବନ୍ଦ ଥିବାବେଳେ ଏବେ ଯାହା ବି ମୂର୍ତ୍ତି ଅର୍ଡର ଆସୁଛି ତାହା ଘରୋଇ ପୂଜା ପାଇଁ ଆସୁଛି। ବଡ଼ ଅର୍ଡର ମିଳୁ ନ ଥିବାରୁ ଛୋଟ ମୂର୍ତ୍ତିରେ ରୋଜଗାର ହେଉନି। ଏଭଳିସ୍ଥଳେ ରୋଜଗାର ପାଇଁ ଭିନ୍ନ ପନ୍ଥା ଆପଣାଇଛନ୍ତି ସୁମିତ୍ରା। କିଛି ଲୋକଙ୍କୁ ନେଇ ଘର ରଙ୍ଗ କରିବାର ଅର୍ଡର ନେଉଛନ୍ତି। କଟକ ଓ ଭୁବନେଶ୍ୱରରେ ଅଫ୍‌ ସିଜିନ୍‌ରେ ଘର କଲର କରୁଛନ୍ତି। ଏନେଇ ସୁମିତ୍ରା କହିଛନ୍ତି, ବାବାଙ୍କର କେହି ପୁଅ ନ ଥିଲେ। ତେଣୁ ଆମେ ସବୁ ଭଉଣୀ ମିଶି ମୂର୍ତ୍ତି ତିଆରି କରୁଥିଲୁ। ହେଲେ ବାହାଘର ପରେ ସେମାନେ ସମସ୍ତେ କାମ ଛାଡ଼ିଦେଲେ। ତେଣୁ ମୁଁ ବାହା ନ ହୋଇ ବାବାଙ୍କ ବ୍ୟବସାୟକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଛି। ସରକାରଙ୍କ ତରଫରୁ ଯଦି ସାହାଯ୍ୟ ମିଳେ ତା’ହେଲେ ଏକ ଛୋଟ ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ଝିଅମାନଙ୍କୁ ମୂର୍ତ୍ତି ତିଆରି ଶିଖାଇବାକୁ ଲକ୍ଷ୍ୟ ରଖିଛି। କାମରେ ପୁଅ ଝିଅର ଫରକ ନ ଥାଏ। ଝିଅମାନେ ଚାହିଁଲେ ଯେକୌଣସି ପେସାକୁ ଆପଣାଇ ସେ କ୍ଷେତ୍ରରେ ଉତ୍କର୍ଷ ହାସଲ କରିପାରିବେ ବୋଲି ସୁମିତ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri