Posted inଫୁରସତ

ପେସା ଡାକ୍ତର, ନିଶା ଫଟୋଗ୍ରାଫି

ଫଟୋଗ୍ରାଫି। ଏଭଳି ଏକ କଳା ଯେଉଁଥିରେ ରହିଥାଏ ଆବେଗ, ଉତ୍କଣ୍ଠା, କୌତୂହଳ ଓ ସୃଜନଶୀଳତା। ହଜାରେ ଶବ୍ଦ ବ୍ୟବହାର କରି ଯେଉଁ କଥା କହି ହୁଏ ନାହିଁ, ତାହା ଗୋଟିଏ ଫଟୋ ଅତି ସହଜରେ ବର୍ଣ୍ଣନା କରିପାରେ। ସେଥିପାଇଁ କଥାରେ ଅଛି ‘ଏ ଫଟୋଗ୍ରାଫ୍‌ ସ୍ପିକ୍‌ସ ଏ ଥାଉଜାଣ୍ଡ ୱାର୍ଡସ“ ବା ଗୋଟିଏ ଫଟୋ ହଜାର ଶବ୍ଦ କହିପାରେ। ଜୀବନ ସାରା ସାଇତି ରଖିବା ପାଇଁ ଏହା ଆମକୁ ଅନେକ ସ୍ମୃତି ଦେଇଥାଏ। ସେହିଭଳି ଫଟୋଗ୍ରାଫି କାହା ପାଇଁ ପେସା ତ ଆଉ କାହା ପାଇଁ ନିଶା। ଫଟୋଗ୍ରାଫିକୁ ପ୍ରୋତ୍ସାହନ ଦେବା ପାଇଁ ବିଶ୍ୱ ଫଟୋଗ୍ରାଫି ସଙ୍ଗଠନ ପକ୍ଷରୁ ପ୍ରତିବର୍ଷ ଅଗଷ୍ଟ ୧୯ରେ ‘ବିଶ୍ୱ ଫଟୋଗ୍ରାଫି ଦିବସ“ ପାଳନ କରାଯାଉଛି।

ଭୁବନେଶ୍ୱର, ୧୮।୮(ବ୍ୟୁରୋ)
ସେହି ହାତ ଛୁରୀ, କଇଁଚି ଧରେ। ଶରୀର ଚିରେ। ମଣିଷକୁ ନୂଆ ଜୀବନ ମଧ୍ୟ ଦିଏ। ସେହି ହାତ ଷ୍ଟେଥୋ ଧରି ହୃଦ୍‌ ସ୍ପନ୍ଦନ ବି ମାପେ। ମସ୍ତିଷ୍କର ସବୁ ତନ୍ତ୍ରୀକୁ ଉପଯୋଗ କରେ, କେମିତି ରୋଗୀର ରୋଗକୁ ଠିକ୍‌ ଭାବେ ଚିହ୍ନଟ କରିବା ସହିତ ରୋଗୀକୁ ଚିକିତ୍ସା ଯୋଗାଇ ଦିଅନ୍ତି। ଏମାନେ ସମସ୍ତେ ଜଣେ ଜଣେ ବିଶେଷଜ୍ଞ ଡାକ୍ତର। କିନ୍ତୁ ନିଜର ଡାକ୍ତରୀ ପେଶା ଭିତରେ ତାଙ୍କର ହୃଦୟରେ ଏକ କଳା ମଧ୍ୟ ଲୁଚିକି ଥିଲା। ବ୍ରେନ୍‌ରେ ଔଷଧୀୟ ଫର୍ମୁଲା ଘୋଷି ମନେ ରଖୁଥିବାବେଳେ କେଉଁ ଏକ ନୀଭୁତ କୋଣରେ ସୌନ୍ଦର୍ଯ୍ୟ ଅଭିପ୍ସା ମଧ୍ୟ ଲୁଚିକି ଥିଲା। ଯେଉଁ ହାତ ରୋଗୀର ଶରୀରରେ ଜଟିଳ ଅପରେସନ୍‌ ସବୁ କରିପାରୁଛି, ସେହି ହାତ କ୍ୟାମେରା ଧରି ଅପରୂପ ଫ୍ରେମ୍‌ ତିଆରି କରି ବିଶେଷ ମୁହୁର୍ତ୍ତକୁ ସ୍ମୃତିରେ ତୋଳିବାର କ୍ଷମତା ମଧ୍ୟ ରହିଛି। ବିଶ୍ୱ ଫଟୋଗ୍ରାଫି ଦିବସ ଉପଲକ୍ଷେ ସେହିଭଳି କିଛି ବିଶେଷଜ୍ଞ ଡାକ୍ତରଙ୍କ ଫଟୋଗ୍ରାଫି ନିଶା ସମ୍ପର୍କରେ …

ପ୍ରଶଂସା ମିଳିଲେ ଖୁସି ଲାଗେ
ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ଆଲୋକ ପଟ୍ଟନାୟକଙ୍କ ପୂର୍ବରୁ ୱାଇଲ୍ଡଲାଇଫ୍‌ ପ୍ରତି ଦୁର୍ବଳତା ଥିଲା। ପରବର୍ତ୍ତୀ ସମୟରେ ଫଟୋଗ୍ରାଫି ପ୍ରତି ମନ ବଳିଥିଲା। ଦୀର୍ଘ ୧୦ବର୍ଷ ହେବ ଫଟୋଗ୍ରାଫିକୁ ନିଶା କରିଛନ୍ତି। ୱାଇଲ୍ଡଲାଇଫ୍‌ ସହ ନେଚର ଫଟୋଗ୍ରାଫି ମଧ୍ୟ କରୁଛନ୍ତି। ଏପରି କି ‘ସାଙ୍କଚୁଅରି ଏସିଆ“ ମାଗାଜିନ୍‌ରେ ତାଙ୍କର ଅନେକ ଫଟୋ ପ୍ରକାଶ ପାଇଛି। ୱାଇଲ୍ଡଲାଇଫ ଫଟୋଗ୍ରାଫି ପାଇଁ ଅନେକ ଥର ଓଡ଼ିଶା ବନ ବିଭାଗର କର୍ମଚାରୀଙ୍କ ଠାରୁ ପ୍ରଶିକ୍ଷଣ ନେଇଛନ୍ତି। ଯେତେବେଳେ ପେସାକୁ ଛାଡ଼ି ଅନ୍ୟ କୌଣସି କାମ ପାଇଁ ପ୍ରଶଂସା ମିଳେ ସେତେବେଳେ ବହୁତ ଖୁସି ଲାଗେ ଓ ସେହି କାମ କରିବା ପାଇଁ ଆହୁରି ମନୋବଳ ଦୃଢ଼ ହୋଇଯାଏ ବୋଲି ଡା. ପଟ୍ଟନାୟକ କହିଛନ୍ତି। ତାଙ୍କ ମତରେ ଯଦିଓ ଡାକ୍ତରୀ ପେସାରେ କାମ ଅଧିକ। ତଥାପି ଇଚ୍ଛା ଥାଏ, ତେଣୁ କେଉଁଠି ନା କେଉଁଠି ସମୟ ବାହାରିଯାଏ। ବ୍ୟସ୍ତବହୁଳ କାର୍ଯ୍ୟରୁ ସାମାନ୍ୟ ସମୟ ବାହାର କରି ଫଟୋଗ୍ରାଫିରେ ନିଜକୁ ହଜେଇ ଦେଲେ ପୁଣି କାମ କରିବାକୁ ମନରେ ଏକ ପ୍ରକାର ସ୍ଫୂର୍ତ୍ତି ଆସିଥାଏ। ଆଜିକାଲି ସମସ୍ତେ ଫଟୋ ଉଠାଉଛନ୍ତି। କିନ୍ତୁ ନିଜର ଇଛାଶକ୍ତି ଉପରେ ନିର୍ଭର କରେ ଆପଣ କିପରି ଫଟୋ ଉଟଠାଇବେ। ଯଦି ୱାଇଲ୍ଡଲାଇଫ୍‌ ଫଟୋ ଉଠାଇବେ ତେବେ ଅଧିକ କଷ୍ଟ କରିବାକୁ ପଡ଼ିବ ଓ ଧୈର୍ଯ୍ୟ ରଖିବାକୁ ହେବ।

ଫଟୋଗ୍ରାଫି ପ୍ରତି ରହିଛି ଦୁର୍ବଳତା
ଅର୍ଥୋପେଡିକ୍‌ ସର୍ଜନ ଡାକ୍ତର ଏଭି ରଙ୍ଗନାଧମ ପ୍ରାୟ ୧୫ବର୍ଷ ହେବ ଫଟୋ ଉଠାଇଲେଣି। କିନ୍ତୁ ଗତ ୭ବର୍ଷ ହେଲାଣି ସେ ଫଟୋଗ୍ରାଫିକୁ ଗୁରୁତ୍ୱ ଦେଇଛନ୍ତି। ଯେବେ ବି ସମୟ ମିଳେ, କ୍ୟାମେରା ଧରି ବୁଲିବାକୁ ବାହାରି ପଡ଼ନ୍ତି। ଫଟୋଗ୍ରାଫି ପାଇଁ ସେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବା ସହିତ ଦେଶ ତଥା ଦେଶ ବାହାରକୁ ଯାଇଛନ୍ତି। ଟ୍ରାଭେଲ ଫଟୋଗ୍ରାଫି ପ୍ରତି ତାଙ୍କର ରହିଛି ଅନେକ ଦୁର୍ବଳତା। ଯେଉଁ ସ୍ଥାନକୁ ଗଲେ ସେଠିକାର କୀର୍ତ୍ତିରାଜିଠାରୁ ଆରମ୍ଭ କରି କଳା, ସଂସ୍କୃତି, ପରମ୍ପରା ପର୍ଯ୍ୟନ୍ତ ସବୁର ଫଟୋ ଉଠାଇବାରେ ଲାଗିପଡ଼ନ୍ତି। ଏହାଛଡ଼ା ନେଚର ଫଟୋଗ୍ରାଫି ମଧ୍ୟ କରନ୍ତି। ଗୋଟେ ସ୍ଥାନରୁ ଫଟୋଗ୍ରାଫି ସାରି ଫେରିବା ପରେ କାମ କରିବା ପାଇଁ ଶକ୍ତି ମିଳେ। ଯିଏ ଯେଉଁ ବି କାମ କରୁଛନ୍ତି, ସେଥିରେ ଟିକେ ବ୍ରେକ୍‌ ଦେବା ଦରକାର ବୋଲି ରଙ୍ଗନାଧମ କୁହନ୍ତି।

ଇଚ୍ଛାଶକ୍ତି ଜରୁରୀ
ଗାଇନାକୋଲୋଜିଷ୍ଟ ଡାକ୍ତର ପ୍ରମୋଦ କୁମାର ସାହୁଙ୍କ ମତରେ ପିଲାଟି ଦିନରୁ ତାଙ୍କର ଫଟୋ ପ୍ରତି ଦୁର୍ବଳତା ଥିଲା। ସ୍କୁଲରେ ପଢ଼ିବା ସମୟରେ ଫଟୋ ଉଠାଇବା ପାଇଁ ଇଚ୍ଛା ଥିଲା। ହେଲେ ପାଖରେ ନା ଥିଲା କ୍ୟାମେରା ନା ଥିଲା ଟଙ୍କା। ଡାକ୍ତରୀ ପାଠ୍ୟକ୍ରମ ସାରିବା ପରେ ଏକ ଛୋଟ କ୍ୟାମେରା କିଣିଥିଲେ। ଚାକିରି କରିବା ପରେ ଯେତେବେଳେ ପାଖରେ ଟଙ୍କା ହେଲା ସେତେବେଳେ ଫଟୋଗ୍ରାଫି ପାଇଁ ବିଭିନ୍ନ ଲେନ୍ସଠାରୁ ଆରମ୍ଭ କରି ଭଲ କ୍ୟାମେରା କିଣିଲେ। ଯଦିଓ ସେ ସବୁ ପ୍ରକାର ଫଟୋ ଉଠାନ୍ତି, କିନ୍ତୁ ୱାଇଲ୍ଡଲାଇଫ୍‌ ଫଟୋଗ୍ରାଫି ତାଙ୍କର ପ୍ରିୟ। ଫଟୋଗ୍ରାଫି ପାଇଁ ସ୍ବତନ୍ତ୍ର ଛୁଟି ନେଇ ଯାଇହୁଏ ନାହିଁ। କିନ୍ତୁ ସମୟ ମିଳିଲେ ଫଟୋ ଉଠାଇବା ପାଇଁ ବାହାରି ପଡ଼ନ୍ତି। ଫଟୋଗ୍ରାଫି ପ୍ରତିଯୋଗିତାରେ ଭାଗ ନେଇ ନ ଥିଲେ ମଧ୍ୟ ତାଙ୍କର ଫଟୋକୁ ସୋସିଆଲ ମିଡିଆରେ ବହୁତ ଲାଇକ୍‌ ମିଳେ। ଫଟୋ ଉଠାଇବା ପାଇଁ କେବଳ ଇକ୍ୟୁପମେଣ୍ଟ ଥିଲେ ହେବ ନାହିଁ, ଇଚ୍ଛାଶକ୍ତି ଥିବା ଜରୁରୀ ବୋଲି ସାହୁ କହିଛନ୍ତି।

 

-ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri