Posted inଖେଳ

ଓସିଏ ମହିଳା କ୍ରିକେଟ ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଭିଜନ-୨୦୨୪ ଅନ୍ତର୍ଗତ ଦିନିକିଆ ମହିଳା କ୍ରିକେଟ ଲିଗ୍‌ ଶୁକ୍ରବାରଠାରୁ ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ୩ ମ୍ୟାଚରେ ଓଡ଼ିଶା ଗ୍ରୀନ୍‌, ଓଡ଼ିଶା ୟେଲୋ ଓ ଓଡ଼ିଶା ଅରେଞ୍ଜ ବିଜୟ ହାସଲ କରିଛି।
ସ୍ଥାନୀୟ କିଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚରେ ଗ୍ରୀନ୍‌ ୬ ଉଇକେଟରେ ଓଡ଼ିଶା ରେଡ୍‌କୁ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରେଡ୍‌ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୧୭୨ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟିକା ମାଧୁରୀ ମେହେଟା ସର୍ବାଧିକ ୫୧, ଅଦ୍ୱିତି ଦେଓ ୪୩ ଓ ଶିଳ୍ପା ସ୍ବାଇଁ ୨୭ ରନ କରିଥିଲେ। ବିପକ୍ଷ ଦଳର କଳ୍ପନା ନାୟକ ୧୦ ଓଭରରେ ୨ ମେଡେନ ନେବାସହ ମାତ୍ର ୧୬ ରନ ଦେଇ ୪ଟି ଏବଂ ଡି.ରେଡ୍ଡୀ ୨ଟି ଉଇକେଟ ନେଇଥିଲେ। ୧୭୩ ରନ ବିଜୟ ଲକ୍ଷ୍ୟକୁ ଓଡ଼ିଶା ଗ୍ରୀନ୍‌ ୪୩.୧ ଓଭରରେ ୪ ଉଇକେଟ ହରାଇ ହାସଲ କରିନେଇଥିଲା। ଅଧିନାୟିକା ପ୍ରଜ୍ଞା ପାରମିତା ମହାନ୍ତି ୬୧ ରନ କରି ଅପରାଜିତ ରହି ଦଳକୁ ଜିତାଇଥିଲେ। ପରାଜିତ ଦଳର ସୁଶ୍ରୀ ସିଂ ଓ ବନଲତା ମଲିକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ମୂଳାପଡ଼ିଆରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ୟେଲୋ ୧୩ ରନରେ ଓଡ଼ିଶା ଭାଓଲେଟକୁ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ୟେଲୋ ୫୦ ଓଭରରେ ୮ ଉଇକେଟ ହରାଇ ୧୫୭ ରନ କରିଥିଲା। ଅର୍ଦ୍ଧଶତକ ହାସଲକାରୀ ଅଞ୍ଜଳି ସିଂ ସର୍ବାଧିକ ୫୧ ରନ କରିଥିବାବେଳେ ପ୍ରତିପକ୍ଷ ଦଳର ସୁଶ୍ରୀ ଦିବ୍ୟଦର୍ଶିନୀ ଓ ପ୍ରୀତି ପ୍ରିୟଦର୍ଶିନୀ ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଭାଓଲେଟ ୫୦ ଓଭରରେ ୯ ଉଇକେଟ ହରାଇ ୧୪୪ ରନ କରି ପାରିଥିଲା। ସଙ୍ଗୀତା ଖାଡିଆ ସର୍ବାଧିକ ୫୫ ରନ କରିଥିଲେ। ବିଜୟୀ ଦଳର ପ୍ରିୟଙ୍କା ସାହୁ ସର୍ବାଧିକ ୨ଟି ଉଇକେଟ ନେଇଥିଲେ। ବିକାଶ କ୍ରିକେଟ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ଅରେଞ୍ଜ୍‌ ୬ ଉଇକେଟରେ ପର୍ପଲକୁ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପର୍ପଲ ୫୦ ଓଭରରେ ୫ ଉଇକେଟ ହରାଇ ୨୧୫ ରନ କରିଥିଲା। ଅଧିନାୟିକା ମଧୁସ୍ମିତା ବେହେରା (୧୨୫) ଶତକ ହାସଲ କରିଥିଲେ। ବିପକ୍ଷ ବୋଲର ଭବାନୀ ଧଡ଼ା ଓ ରାମେଶ୍ୱରୀ ନାଏକ ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଅରେଞ୍ଜ୍‌ ୫୦ ଓଭରରେ ୪ ଉଇକେଟ ହରାଇ ୨୧୮ ରନ ସଂଗ୍ରହ କରି ନେଇଥିଲା। ସରିତା ମେହେର ୯୨ ଓ କୁସୁମ ତିରିୟା ୪୯ ରନକରି ଦଳକୁ ଜିତାଇଥିଲେ। ବିପକ୍ଷ ଦଳର ଲକ୍ଷ୍ମୀପ୍ରିୟା ନାଏକ ସର୍ବାଧିକ ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri